Breaking News
- ସମ୍ବଲପୁର ବିକାଶ, ସନ୍ତୁଳିତ ବିକାଶ ଏବଂ ସୁଶାସନର ଏକ ଅଭିନ୍ନ ଅଙ୍ଗ - ମୁଖ୍ୟମନ୍ତ୍ରୀ
- ପୁରୀରେ ଭକ୍ତଙ୍କୁ ଶୋଷଣ କରୁଛି ଶ୍ରୀମନ୍ଦିର ପ୍ରଶାସନ : ଉମାବଲ୍ଲଭ ରଥ
- ଟାଟା ଷ୍ଟିଲ୍ କପିଳାସ ହାଫ୍ ମାରାଥନ୍-୨୦୨୬: ବନ୍ୟଜନ୍ତୁ ସୁରକ୍ଷା ପାଇଁ ଦୌଡ଼ିଲେ ୫,୫୦୦ରୁ ଅଧିକ ପ୍ରତିଯୋଗୀ
- ସମ୍ବଲପୁରରେ ପ୍ରାୟ ୯୪୮ କୋଟି ଟଙ୍କା ମୂଲ୍ୟର ୨୫ଟି ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଭିତିପ୍ରସ୍ତର ସ୍ଥାପନ କ...
- ଅନୁଗୁଳ ଜିଲ୍ଲା କଂଗ୍ରେସ : ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଉଚ୍ଛେଦ କଲେ ପରିଣାମ ଭୟାବହ ହେବ
ଜିରୋ ନାଇଟ ସେଲିବ୍ରେସନ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି
FMNEWS.IN
31-12-2024
ଭୁବନେଶ୍ୱର, 31 ଡିସେମ୍ବର - ଜିରୋ ନାଇଟ ସେଲିବ୍ରେସନ ବେଳେ ମଦୁଆଙ୍କ ଉପରେ କଡା ନଜର ରଖିବେ ସରକାର । ମଦ୍ୟ ପାନ ଜନିତ କୌଣସି ପ୍ରକାର ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଅସ୍ଥାୟୀ ବାର ଖୋଲିବା ପ୍ରକ୍ରିୟାକୁ ସଂପୂର୍ଣ୍ଣ ଭାବେ ବନ୍ଦ କହିଛନ୍ତି ସରକାର । ବେଆଇନ ମଦ କାରବାର ଉପରେ ଗତ 27 ତାରିଖରୁ ଚଢ଼ାଉ ଚାଲିଛି । ଅନେକ ଜାଗାରେ ମଦ ଜବତ କରାଯିବା ସହ ବେଆଇନ ମଦ ବେପାରୀଙ୍କୁ ଗିରଫ ମଧ୍ୟ କରିଛି ଅବକାରୀ ବିଭାଗ । ପୁରା ଓଡ଼ିଶାରେ ପୋଲିସ, ଅବକାରୀ ବିଭାଗ ମିଳିତ ଭାବେ ଏହି ପ୍ରକ୍ରିୟା ଚଳାଇଛି । ନୂଆ ବର୍ଷରେ ବେଆଇନ ମଦ କାରବାର ସଂପୂର୍ଣ୍ଣ ବନ୍ଦ ପାଇଁ ଆହୁରି କଠୋର ହେବେ ରାଜ୍ୟ ସରକାର ।
ପ୍ରତି ଜିଲ୍ଲାରେ ରହିବେ ସ୍ପେଶାଲ ଏନଫୋର୍ସମେଣ୍ଟ ଟିମ୍ । ଜିଲ୍ଲାରେ କୌଣସି ଜାଗାରେ ଯେମିତି ଚୋରା ମଦ ବିକ୍ରି ନହେବ, ତାହାର ଟାର୍ଗେଟ ନେଇ ଏନଫୋର୍ସମେଣ୍ଟ ଟିମ୍ କାର୍ଯ୍ୟ କରିବ । ଜବତ ହେଉଥିବା ଗାଡ଼ି ଗୁଡ଼ିକୁ ସଂପୂର୍ଣ୍ଣ ବାଜ୍ୟାପ୍ତି କରିବେ ସରକାର ।