BIG NEWS
ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟରେ ଝଡ଼ କିମ୍ବା ବଜ୍ରପାତ ଓ ପବନ ନେଇ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ରାଜଧାନୀରେ ମହିଳା ସୁରକ୍ଷିତ ନାହାନ୍ତି- ମହିଳା କଂଗ୍ରେସ
ପୋଲିସ ଏସଆଇ ପରୀକ୍ଷାର ମହାଦୁର୍ନୀତିକୁ ଜନମାନସରୁ ଅପସରି ଦେବାପାଇଁ ଷଡ଼ଯନ୍ତ୍ର ରଚାଯାଇଛି- କଂଗ୍ରେସ
ଯାହା ବିକାଶ ହୋଇଥିଲା କଂଗ୍ରେସ ସମୟରେ; ଏବେ ବିକାଶର ଆଢ଼ୁଆଳରେ ନୂଆପଡ଼ା : ଭକ୍ତ ଚରଣ ଦାସ୍

ପଏଁରୀ ତିହାର ରୌପ୍ୟ ଜୟନ୍ତୀ ଉତ୍ସବ ଉଦଘାଟିତ

FMNEWS.IN 02-01-2025
Silver Jubilee celebrations of Pioneer Tihar inaugurated

ସୁବର୍ଣ୍ଣପୁର, ୨ ଜାନୁଆରୀ - ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ତିହାର ର ରୌପ୍ୟ ଜୟନ୍ତୀ ମହାସମାରୋହ ଉଦଘାଟିତ ହୋଇଛି l ଚଳିତ ବର୍ଷ ପଏଁରୀ ତିହାର ର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଅନୁଷ୍ଠାନ ତାର ସିଲଭର ଜୁବଲି ସୋନପୁର ପୁରୁଣା ଟାଉନ ହଲ ପରିସରରେ ଉଦଘାଟିତ କରିଛି l ଅନୁଷ୍ଠାନ ର ସଭାପତି ଲଡ଼ୁକିଶୋର ମଲ୍ଲିକ ଙ୍କ ଅଧ୍ୟକ୍ଷତା ରେ ହୋଇଥିବା ଗତକାଲି ଉଦଘାଟିତ ଉତ୍ସବର ପ୍ରଥମ ଅଧିବେଶନରେ ଅନୁଷ୍ଠାନ ର ଉପଦେଷ୍ଟା ଅଭିମନ୍ୟୁ କୁଶଳ, ଉପସଭାପତି ପ୍ରଫୁଲ୍ଲ ନାଏକ ,ସଂପାଦକ ଚୌଧୁରୀ ବିଭାର, ଗଦାଧର ବାରିକ, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, କୋଷାଧ୍ୟକ୍ଷ ସୁଶାନ୍ତ ସାହୁ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ l ପ୍ରଥମେ ନୂଆଁ ବର୍ଷ ର ପ୍ରଥମ ଦିନ ସକାଳ ୯ଟା ରୁ ସୁବର୍ଣ୍ଣପୁର ର ଇଷ୍ଟଦେଵୀ ମା ସୁରେଶ୍ୱରୀ ଙ୍କ ପୂଜାର୍ଚନା ପରେ ଏକ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା କରି ପୁରୁଣା ଟାଉନହଲ ପଡିଆରେ ଏକ ସାଂସ୍କୃତିକ ଶୋଭାଯାତ୍ରା ପହଞ୍ଚିଥିଲା ପରେ ବରିଷ୍ଠ କଳାକାର ଶ୍ରୀ କରମ ଚାନ୍ଦ ମହାନ୍ତି ଙ୍କ ଦ୍ୱାରା କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ l ଜିଲ୍ଲାର ବିଭିନ୍ନ ବ୍ଲକ ରୁ ଆସିଥିବା କଳାକାରଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଏହି ଅବସରରେ ବାଦ୍ୟକାର ଗଙ୍ଗାଧର ଗରଡିଆଙ୍କୁ ପୁରନ୍ଦର ବାରିକ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସଂପାଦକ ଚୌଧୁରି ବିଭାର ଓ ଧନ୍ୟବାଦ ଦେଇଥିଲେ ଲଡୁ କିଶୋର ମଲ୍ଲିକ। ଏହି ମଞ୍ଚରେ ବିଭିନ୍ନ ଲୋକ ନୃତ୍ୟ ଓ ସଂଗୀତ ପରିବେଷଣ କରାଯାଇଥିଲା l ଅନୁଷ୍ଠାନ ର ସହ ସମ୍ପାଦକ ପୃଥ୍ୱୀରାଜ ବାଘ, ସନ୍ତୋଷ ମିଶ୍ର, ସଞ୍ଜୟ ସାହୁ, ଗୋପାଳ ମେହେର, ସୌମ୍ୟ ରଞ୍ଜନ ସେଠି, ସଭ୍ୟ ଅମିତ ସାହୁ, ଲଳିତ ମେହେର, ଅଭିଷେକ ମେହେର,ସୁରଜ ମେହେର,ରୋଶନ ସାହୁ, ରାଘବ ସୁନା ପ୍ରମୁଖଙ୍କ ସହ ଅନୁଷ୍ଠାନ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ। ନୂଆ ବର୍ଷ ୧ତାରିଖଠାରୁ ଆରମ୍ଭ କରି ୩ତାରିଖ ପର୍ଯ୍ୟନ୍ତ ତିନି ଦିନ ବ୍ୟାପି ପଏଁରୀ ତିହାର -୨୦୨୫ ଅନୁଷ୍ଠିତ ହେବା। ଏହି ତିନ ଦିନ ପଏଁରୀ ତିହାର ରୌପ୍ୟ ଜୟନୀରେ ପ୍ରତିଷ୍ଠିତ ନେତା, ବରିଷ୍ଠ କଳାକାର, ପ୍ରଶାନିକ ଅଧିକାରୀ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ପାଇଁ ସ୍ଵୀକୃତି ପ୍ରଦାନ କରିଥିବା ବେଳେ ସାନ୍ଧ୍ୟ ଅଧିବେଶନରେ ସଭାପତି ଲଡୁ କିଶୋର ମଲ୍ଲିକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରିୟଣ ଲୁହା, ଅଧ୍ୟାପକ ଡ଼ଃ.ଦେବେନ୍ଦ୍ର କୁମାର ପ୍ରଧାନ, ପ୍ରାକ୍ତନ ମତ୍ସ୍ୟ ନିଗମ ଅଧ୍ୟକ୍ଷ ଅଭିମନ୍ୟୁ କୁଶଳ, ମମତା ଦାସ, ଶ୍ରୀବତ୍ସ ମଲ୍ଲିକ ପ୍ରମୁଖ ଯୋଗ ଦେଇ ତାଙ୍କର ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିବା ବେଳେ। ଉପସଭାପତି ପ୍ରଫୁଲ୍ଲ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ପରେ ରଙ୍ଗାରଙ୍ଗ ଲୋକନାଚ କାର୍ଯ୍ୟକ୍ରମ ରେ ବରଗଡ଼, ଝାରଖଣ୍ଡ, ବଲାଙ୍ଗୀର,ତରଭା ଇତ୍ୟାଦି ସମସ୍ତ କଳାକାରମାନେ ଢେର ରାତି ଯାଏଁ ହଜାର ହଜାର ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।