- ସମ୍ବଲପୁର ବିକାଶ, ସନ୍ତୁଳିତ ବିକାଶ ଏବଂ ସୁଶାସନର ଏକ ଅଭିନ୍ନ ଅଙ୍ଗ - ମୁଖ୍ୟମନ୍ତ୍ରୀ
- ପୁରୀରେ ଭକ୍ତଙ୍କୁ ଶୋଷଣ କରୁଛି ଶ୍ରୀମନ୍ଦିର ପ୍ରଶାସନ : ଉମାବଲ୍ଲଭ ରଥ
- ଟାଟା ଷ୍ଟିଲ୍ କପିଳାସ ହାଫ୍ ମାରାଥନ୍-୨୦୨୬: ବନ୍ୟଜନ୍ତୁ ସୁରକ୍ଷା ପାଇଁ ଦୌଡ଼ିଲେ ୫,୫୦୦ରୁ ଅଧିକ ପ୍ରତିଯୋଗୀ
- ସମ୍ବଲପୁରରେ ପ୍ରାୟ ୯୪୮ କୋଟି ଟଙ୍କା ମୂଲ୍ୟର ୨୫ଟି ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଭିତିପ୍ରସ୍ତର ସ୍ଥାପନ କ...
- ଅନୁଗୁଳ ଜିଲ୍ଲା କଂଗ୍ରେସ : ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଉଚ୍ଛେଦ କଲେ ପରିଣାମ ଭୟାବହ ହେବ
ରାଜ୍ୟସ୍ତରୀୟ ସମ୍ବଲପୁରୀ ନାଟକ ପ୍ରତିଯୋଗିତାରେ ବିଶ୍ରାମ ମେହେର ପାଇବେ 'ଉଦୟନ ନାଟ୍ୟ ସମ୍ମାନ'
ସମ୍ବଲପୁର: - ଚଳିତ ମାସ ୨୪ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଝାଡୁଆପଡ଼ା ଆରଣ୍ୟକ ମଂଚ ଠାରେ ବୀର ସୁରେନ୍ଦ୍ର ସାଏ ୨୭ତମ ରାଜ୍ୟସ୍ତରୀୟ ସମ୍ବଲପୁରୀ ନାଟକ ପ୍ରତିଯୋଗିତା ଆୟୋଜିତ ହେବାକୁ ଯାଉଛି। ଯୁବ ଉଦୟନ ଅନୁଷ୍ଠାନ ପକ୍ଷରୁ ହୋଇ ଆସୁଥିବା ଏହି ପ୍ରତିଯୋଗିତାରେ ସମ୍ବଲପୁର ଜିଲ୍ଲା ସମେତ ବରଗଡ, ବଲାଙ୍ଗୀର, ସୋନପୁର, ଝାରସୁଗୁଡ଼ା ଓ କଳାହାଣ୍ଡି ଆଦି ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାର ୧୫ଟି ନାଟ୍ୟଦଳ ତାଙ୍କ ନାଟକ ମଂଚସ୍ଥ କରିବାକୁ ଯାଉଛନ୍ତି। ପ୍ରତିଯୋଗିତାର ଉଦଯାପନୀ ସନ୍ଧ୍ୟାରେ ଅଦୃଶ୍ୟ ନାଟ୍ୟ ଆଶ୍ରମ ନାଟ୍ୟସଂସ୍ଥା ପକ୍ଷରୁ ଏକ ପ୍ରଦର୍ଶନୀ ସମ୍ବଲପୁରୀ ନାଟକ ଇଟା ହିଁ ଜୀବନ ପ୍ରଦର୍ଶିତ ହେବ। ଏହି ଅବସରରେ ବିଶିଷ୍ଟ ନାଟ୍ୟାଭିନେତା ବରଗଡ ଜିଲ୍ଲା ପଦମପୁରର ବିଶ୍ରାମ ମେହେରଙ୍କୁ ଚଳିତ ବର୍ଷର ଉଦୟନ ନାଟ୍ୟ ସମ୍ମାନ ପ୍ରଦାନ କରାଯିବ । ପୂର୍ବରୁ ନାଟ୍ୟ ଅଭିନୟ ସହ ନାଟ୍ୟ ନିର୍ଦ୍ଦେଶନାକୁ ନେଇ ସେ ରାଜ୍ୟର ଅନେକ ନାଟ୍ୟ ତଥା ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ସମ୍ମାନିତ ଓ ସମ୍ବର୍ଦ୍ଧିତ ହୋଇ ସାରିଛନ୍ତି। ଉଦଯାପନୀ ସଭାରେ ସେ ଅତିଥିଙ୍କ ଠାରୁ ଏହି ସମ୍ମାନ ଜନକ ସମ୍ମାନ ଗ୍ରହଣ କରିବେ ବୋଲି ସଭାପତି ସଞୟ କୁମାର ମିଶ୍ର ଓ ସମ୍ପାଦକ ଡ. ସିଦ୍ଧାର୍ଥ ପଣ୍ଡା ମିଳିତ ବିବୃତିରେ ପ୍ରକାଶ କରିଛନ୍ତି।