- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ହିମାଚଳ ପ୍ରଦେଶରେ ବରଫପାତ ,ଶୀତଲହର ଏବଂ କୁହୁଡି ଆଲର୍ଟ
ଶିମଳା:-ହିମାଚଳପ୍ରଦେଶରେ ପ୍ରବଳ ଥଣ୍ଡା ।ରାଜ୍ୟର ନଅଟି ସହରର ପାରା ମାଇନସରେ ଅଛି।ପାହାଡିଆ ଅଞ୍ଚଳ ସହିତ ସମତଳ ଅଞ୍ଚଳରେ ମଧ୍ୟ ଶୀତଲହର ଅନୁଭୁତ ହେଉଛି।ଲାହୌଲ -ସ୍ପୀତି ଜିଲ୍ଲାରେ ସୀଜନର ସବୁଠାରୁ ଥଣ୍ଡା ରାତିରେ ଥିଲା।ଏହି ଜିଲ୍ଲାର ତାବୋରେ ସର୍ବନିମ୍ନ ତାପମାତ୍ରା ସୀଜନରେ ପ୍ରଥମ ଥର ଶୁନ୍ୟରୁ 14 ଡିଗ୍ରୀ ସେଲସିୟସ ତଳେ ରେକର୍ଡ କରାଯାଇଛି।ଥଣ୍ଡାରୁ ବର୍ତ୍ତମାନ ମୁକ୍ତି ମିଳିବ ନାହିଁ ଏବଂ ଆଗାମୀ ଦିନରେ କୁହୁଡି ମଧ୍ୟ ଲୋକଙ୍କ ସମସ୍ୟା ବଢାଇବ।ଏହା ସହିତ ପାଗ ମଧ୍ୟ ବଦଳିବ ଏବଂ ବର୍ଷା ଏବଂ ବରଫପାତ ଦେଖିବାକୁ ମିଳିବ।ପାଣିପାଗ ବିଭାଗ 23 ଏବଂ 24 ଡିସେମ୍ବର ପାର୍ବୀୟ ଏବଂ ଉଚ୍ଚ ପାର୍ବତୀୟ ଅଞ୍ଚଳରେ ବରଫପାତ ହେବାର ପୁର୍ବାନୁମାନ କରିଛି।27 ଡିସେମ୍ବରରୁ ପୁଣି ଥରେ ବରଫପାତ ଏବଂ ବର୍ଷା ହେବାର ସମ୍ଭାବନା ଅଛି।ପାଣିପାଗ ବିଜ୍ଞାନ କେନ୍ଦ୍ର ଶିମଳା ସମତଳ ଏବଂ ମଧ୍ୟବର୍ତ୍ତୀ ଅଞ୍ଚଳରେ 22ରୁ 24 ଅକ୍ଟୋବର ପର୍ଯ୍ୟନ୍ତ ଶୀତଲହରର ଅରେଞ୍ଜ ତଥା 25 ଏବଂ 26 ଡିସେମ୍ବରକୁ ୟେଲୋ ଆର୍ଲଟ ଜାରି କରିଛନ୍ତି।24 ଏବଂ 25 ଡିସେମ୍ବର ବିଳାସପୁର ଏବଂ ମଣ୍ଡୀ ଜିଲ୍ଲାରେ ଘନ କୁହୁଡି ଚେତାବନୀ ଦେଇଛି।22,25 ଏବଂ 26 ଡିସେମ୍ବରରେ ପାଗ ଶୁଖିଲା ରହିବାର ସମ୍ଭାବନା ରହିଛି।