- ଖୁବଶୀଘ୍ର ରାଜ୍ୟରେ ୪୫ ହଜାର ଶିକ୍ଷକ ପଦବୀ ପୂରଣ ହେବ - ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
- ତାମିଲନାଡୁର ତ୍ରିଚିରେ ଅମିତ ଶାହ; ଆସନ ବଂଟନକୁ ନେଇ ରାଜନୈତିକ କାର୍ଯ୍ୟକଳାପ ହୋଇଛି ତୀବ୍ର
- ୨୮ତମ ସମ୍ବଲପୁର ଲୋକ ମହୋତ୍ସବର ୨ୟ ରଜନୀ: ସମ୍ବଲପୁର ମାଟିର ମହକ ଓ ମହିମା ରହିଛି : ବିଧାୟକ ସୁଦର୍ଶନ ହରିପାଲ
- କୃତୀ ଛାତ୍ରଛାତ୍ରୀଙ୍କୁ ଡ଼. ସତ୍ୟାନନ୍ଦ ପଣ୍ଡାଙ୍କ 8ମ ଶ୍ରାଦ୍ଧବାର୍ଷିକୀରେ ମେଧାବୃତ୍ତି ପ୍ରଦାନ
- ଗଡସେଙ୍କ ଅନୁଗାମୀ, ମହାତ୍ମାଗାନ୍ଧୀଙ୍କ ଦର୍ଶନକୁ ଧ୍ୱଂସ କରିବାକୁ ଚାହୁଁଛି: ସୂର୍ଯେୱାଲା
୮୦୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଘୋଷଣା ସହିତ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଊଦଘାଟିତ ହେଲା ଦ୍ବାଦଶ ଅନୁଗୁଳ ମହୋତ୍ସୋବ
ANGUL(FMNews):--ଅନୁଗୁଳରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ତିନି ଦିନିଆ ୧୨ତମ ଅନୁଗୁଳ ମହୋତ୍ସବର ଉଦ୍ଘାଟିତ ହୋଇଯାଇଛି। ମହୋତ୍ସୋବ ସହିତ ୮୦୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଘୋଷଣା କରାଯାଇଛି।ମହୋତ୍ସୋବରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ବିଧାୟକ ଅଶୋକ କୁମାର ମହାନ୍ତି, ନଳିନୀ ପ୍ରଧାନ, ଅଗସ୍ତି ବେହେରା, ମୁନିସିପାଲିଟି ଅଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ ଏବଂ ଜିଲ୍ଲାପାଳ ଏ. ଅଖ୍ତାର ପ୍ରମୁଖ ଉପସ୍ଥିତ ଥିଲେ।
ମହୋତ୍ସୋବକୁ ଊଦଘାଟନ କରି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ ରାଜ୍ୟରେ ପାରାଦୀପଠାରୁ ରାଉରକେଲା ପର୍ଯ୍ୟନ୍ତ ଅନୁଗୁଳ ଦେଇ ଏକ ଶିଳ୍ପ କରିଡର ନିର୍ମାଣ ହେବ। ଅନୁଗୁଳ ଏହି ପ୍ରକଳ୍ପର କେନ୍ଦ୍ରସ୍ଥଳ ହେବ କାରଣ ଏହା ଦେଶରେ ଏକ ବିଶେଷ ସ୍ଥାନ ଅଧିକାର କରିଛି। ଜିଲ୍ଲାରେ ପ୍ରଚୁର କୋଇଲା ଭଣ୍ଡାର ରହିଛି ଏବଂ ଏହା ହିଁ ଦେଶକୁ ବିଦ୍ୟୁତ୍ ଉତ୍ପାଦନ ପାଇଁ କୋଇଲା ଯୋଗାଇଥାଏ। ଏହାସହ ଏଠାରେ ବଡ଼ ବଡ଼ ବିଦ୍ୟୁତ୍ କେନ୍ଦ୍ର ରହିଛି ଯାହାକି ଦେଶକୁ ଆଲୋକିତ କରୁଛି। ଏହି ଜିଲ୍ଲାର ଦେଶର ବିକାଶରେ ବହୁତ ଯୋଗଦାନ ରହିଥିବା କଥା କହିବା ସହ ସେ ଘୋଷଣା କରିଛନ୍ତି ଯେ ଜିଲ୍ଲାରେ ମୁଖ୍ୟତଃ କୋଇଲା ଓ ଆଲୁମିନିୟମ କ୍ଷେତ୍ରରେ ଏକ ଲକ୍ଷ କୋଟି ଟଙ୍କାର ନିବେଶ ହେବ।
ଗତ ଦଶ ମାସରେ ତାଙ୍କ ସରକାରର ସଫଳତା ଗଣାଇ ସେ ସୁଭଦ୍ରା ଯୋଜନା, କୃଷକ ସମୃଦ୍ଧି ଯୋଜନା ଏବଂ ରାଜ୍ୟ ପାଇଁ ବଡ଼ ନିବେଶର ତାଲିକା ଦେଇଛନ୍ତି। ସେ କହିଛନ୍ତି, ସୁଭଦ୍ରା ଯୋଜନା ଯୋଗୁଁ ରାଜ୍ୟରେ ୧୭ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି ହୋଇଛନ୍ତି, ଯାହା ଦେଶରେ ପ୍ରଥମ ସ୍ଥାନରେ ରହିଛି। ଏହା ମହିଳାଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିଛି।
ସେହିପରି, କୃଷକ ସମୃଦ୍ଧି ଯୋଜନା ଯୋଗୁଁ ରାଜ୍ୟର କୃଷକମାନେ ଧାନର କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ପାଇ ଉପକୃତ ହୋଇଛନ୍ତି। ପୂର୍ବତନ ବିଜେଡି ସରକାର ଏହି ଦାବି ପୂରଣ କରିବାରେ ବିଫଳ ହୋଇଥିଲେ। ସେ କହିଛନ୍ତି, ଦେଶର ନିବେଶକମାନଙ୍କ ଦ୍ୱାରା ରାଜ୍ୟରେ ୧୭ ଲକ୍ଷ କୋଟି ଟଙ୍କାର ନିବେଶ ହେବ ଏବଂ ସେମାନଙ୍କୁ ବ୍ୟବସାୟ ପାଇଁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ। ପୂର୍ବତନ ସରକାର ଏପରି ନିବେଶ ହାସଲ କରିପାରି ନଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।
ସମ୍ବଲପୁରରେ ତାଙ୍କ ଜନଶୁଣାଣିକୁ ସ୍ମରଣ କରି ମାଝୀ କହିଛନ୍ତି, ତାଙ୍କ ସରକାର ଜନତାଙ୍କର, ଜନତାଙ୍କ ଦ୍ୱାରା ଏବଂ ଜନତାଙ୍କ ପାଇଁ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ହାତୀ ଆକ୍ରମଣରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି, ଯାହା ପୂର୍ବରୁ ୬ ଲକ୍ଷ ଥିଲା।
ଏହାପୂର୍ବରୁ, ମୁଖ୍ୟମନ୍ତ୍ରୀ ଜିଲ୍ଲାର ମହାନ ସନ୍ତାନ ନବକୃଷ୍ଣ ଚୌଧୁରୀ, ମାଳତୀ ଚୌଧୁରୀ, ଡକ୍ଟର ଦେବେନ୍ଦ୍ର ପ୍ରଧାନ ଏବଂ ପବିତ୍ର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।