- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
କେସିଙ୍ଗା ବଜାସାଲ କଳାକାର ଙ୍କ ରଙ୍ଗବତୀ ଡାଲଖାଇ ଗୀତ ନାଚ ର ତାଳେ ତାଳେ ଉଦଯାପିତ ହେଲା ପଏଁରି ତିହାର ୨୦୨୫
ସୁବର୍ଣ୍ଣପୁର:ସୋନପୁର ଭୀମ ଭୋଇ କଳା ମଣ୍ଡପ ଖୋଲା ପଡ଼ିଆ ଠାରେ ତିନିଦିନ ଧରି ଚାଲିଥିବା ଲୋକ କଳା ଲୋକ ନୃତ୍ୟ ର ମହା ପାର୍ବଣ ପଏଁରୀ ତିହାର-୨୦୨୫ ର ରୌପ୍ୟଳୟନ୍ତୀ ସମାରୋହ ଶୁକ୍ରବାର ସନ୍ଧ୍ୟାରେ ଉଦ୍ଯାପିତ ହୋଇ ଯାଇଛି। କେସିଙ୍ଗା, କଳାହାଣ୍ଡି , କୋରାପୁଟ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ସାଂସ୍କୃତିକ ଦଳର ଲୋକନୃତ୍ୟ ଓ ଲୋକସଙ୍ଗୀତ ପରିବେଷଣ ଦର୍ଶକ ଙ୍କୁ ବିମୁଗ୍ଧ କରିଥିଲା l ଉଦ୍ଯାପନୀ ସାଂସ୍କୃତିକ ସନ୍ଧ୍ୟା କାର୍ଯ୍ୟକ୍ରମ ପଏଁରୀର ସଭାପତି ଲଡୁଜିଶୋର ମଲ୍ଲିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏଥିରେ କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡ଼ାଙ୍ଗ ମୁଖ୍ୟ ଅତିଥି, ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା, ପ୍ରାକ୍ତନ ଅତିରିକ୍ତ ଜିଲ୍ଲାପାଳ ବିଶ୍ବନାଥ ବାରିକ, ବୀରମହାରାଜପୁର ସିନିଅର ବିଇଓ ଶାନ୍ତନୁ କୁମ୍ଭକାର, ପ୍ରଫେସର ନୀଳାମ୍ବର ଶତପଥୀ, ନାଟ୍ୟଶ୍ରୀ ଗଦାଧର ବାରିକ, ପଏଁରୀର ଉପଦେଷ୍ଟା ଶ୍ରୀବତ୍ସ ମଲ୍ଲିକ, ଅଭିମନ୍ୟୁ କୁଶଳ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଜିଲ୍ଲାରେ ଭରିରହିଛି ବହୁ ପୁରାତନ ଐତିହ୍ୟ ଓ କଳା ସଂସ୍କୃତି ପରମ୍ପରା l
ଏହି ଲୋକକଳାକୁ ବଞ୍ଚାଇ ରଖିବା ପାଇଁ ସବୁ ସ୍ତରରେ ଉଦ୍ୟମ ହେବା ବୋଲି ଅତିଥିମାନେ ମତପୋଷଣ କରିଥିଲେ। ଏହି ଅବସରରେ ସୁଜାତା ଗିରିଙ୍କୁ ବୃନ୍ଦାବନ ନାଏକ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା।
ସେହିପରି ସମାଜସେବୀ ଶ୍ରୀବସ୍ଥ ମଲ୍ଲିକଙ୍କୁ ସ୍ବତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା ଲୋକକଳାକୁ ନେଇ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।ପଏଁରୀର ସମ୍ପାଦକ ଚୌଧୁରୀ ବିଭାର ସଭା ସଂଯୋଜନା କରିଥିଲେ ଓ ଉପସଭାପତି ପ୍ରଫୁଲ୍ଲ ନାଏକ ଧନ୍ୟବାଦ ଦେଇଥିଲେ। ସୁଶାନ୍ତ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଲୋକସଙ୍ଗୀତ କାର୍ଯ୍ୟକ୍ରମରେ ବୀରେନ୍ଦ୍ର ଜଗଦଲା, କଣ୍ଠ ମହାନନ୍ଦ, ସୁପ୍ରିୟା ଶର୍ମା, ସୁଜାତା ଗିରି, ସୁଚିତ୍ରା ଦାଶ ପ୍ରମୁଖ ଲୋକସଙ୍ଗୀତ ପରିବେଷଣ କରିଥିଲେ। ଲୋକନୃତ୍ୟ କାର୍ଯ୍ୟକ୍ରମରେ ପଏଁରୀର ରସରକେଲି,ଝାରଖଣ୍ଡର ଝୁମର, ବରଗଡ଼ ଚୁମୁକୁରୁମା ଜଳା ପରିଷଦର ଲୋକନୃତ୍ୟ, ମୟୂରଭଞ୍ଜର ଛଉ, କେସିଙ୍ଗା ବଜାଶାଲ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ଲୋକନୃତ୍ୟ ପରିବେଷଣ ହୋଇଥିଲା ଏଥିରେ ସନ୍ତୋଷ ମିଶ୍ର, ସନ୍ତୋଷ ପାଢ଼ୀ, ସୋମ୍ୟରଞ୍ଜନ ସେଠୀ, ପୃଥୀରାଜ ବାଘ, ପ୍ରଫୁଲ୍ଲ ନାଏକ, ଗୋପାଳ ମେହେର, ରାମ ମେହେର ପ୍ରମୁଖ ସହଯୋଗ କରିଥିଲେ ।