Breaking News
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
ଖୋଲିଲା ଶ୍ରୀ ବଦ୍ରିନାଥ ଧାମର ଦ୍ୱାର, ମୁଖ୍ୟମନ୍ତ୍ରୀଙ୍କ ସହିତ 15ହଜାରରୁ ଅଧିକ ଶ୍ରଦ୍ଧାଳୁ ହେଲେ ସାମିଲ
FMNEWS.IN
04-05-2025
ବଦ୍ରିନାଥଧାମ, 4 ମେ: - ବିଶ୍ୱ ପ୍ରସିଦ୍ଧ ଶ୍ରୀ ବଦ୍ରିନାଥ ଧାମର ଦ୍ୱାର ରବିବାର ସକାଳେ ସେନାର ଗଢୱାଲ ସ୍କାଉଟ ରେଜିମେଂଟର ବାଣ୍ଡର ଭକ୍ତିମୟ ଧୁନ ମଧ୍ୟରେ ବୈଶାଖ ମାସ ଶୁକ୍ଲ ପକ୍ଷ ସପ୍ତମୀ, ପୁଷ୍ୟ ନକ୍ଷତ୍ରରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲି ଦିଆଯାଇଛି । ଦ୍ୱାର ଖୋଲିବା ମାତ୍ରେ ଧାମ ଜୟ ବଦ୍ରିବିଶାଲ ଜୟକାରରେ ଗୁଂଜରିତ ହୋଇଉଠିଥିଲା । ଶ୍ରଦ୍ଧାଳୁଙ୍କ ଉପରେ ହେଲିକପ୍ଟରରେ ପୁଷ୍ପବର୍ଷା ହୋଇଥିଲା । ଏହି ଅବସରରେ ବଦ୍ରିନାଥ ମନ୍ଦିରକୁ 40 କ୍ୱିଣ୍ଟାଲରୁ ଅଧିକ ଫୁଲରେ ସଜାଯାଇଥିଲା । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହଧାମୀଙ୍କ ସହିତ 15ହଜାରରୁ ଅଧିକ ଶ୍ରଦ୍ଧାଳୁ ଦ୍ୱାର ଖୋଲିବା ଏବଂ ଅଖଣ୍ଡ ଜ୍ୟୋତି ଦର୍ଶନର ସାକ୍ଷୀ ହୋଇଥିଲେ ।