- ଉପରାଷ୍ଟ୍ରପତି ନିର୍ବାଚନ: ଏନଡିଏର ସଂଖ୍ୟା, ଅସନ୍ତୋଷ ଓ ବିବେକର ପରୀକ୍ଷା
- ସରକାର ଆଉ କେତେଦିନ ନେତୃତ୍ବର ଭ୍ରୂଣହତ୍ୟା କରୁଥିବେ: ଭକ୍ତ
- ଉପରାଷ୍ଟ୍ରପତି ନିର୍ବାଚନ: ରାଜ୍ୟବାସୀଙ୍କୁ ବିଜେଡି ଲଜ୍ଜିତ କରିଛି, ବହୁମୂଲ୍ୟ ଦେବାକୁ ପଡ଼ିବ : ଭକ୍ତ
- କଂଗ୍ରେସ ସଂଗଠନ ସୃଜନ ଅଭିଯାନ : ତୃତୀୟ ଦିନରେ ଓଡିଶା ପହଁଞ୍ଚିଲେ ୭ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ
- 2025 ମସିହା ଶେଷକୁ ଜନଗଣନା ଆରମ୍ଭ ହେବ- ରାଜସ୍ୱ ମନ୍ତ୍ରୀ
୧୦୫ବର୍ଷରେ ପହଞ୍ଚିଛି ସର୍ବପୁରାତନ ଭାଲେର ଧନୁଯାତ୍ରା.. ପଶ୍ଚିମାଞ୍ଚଳର ଧନୁଯାତ୍ରା ଉପରେ ପ୍ରାମାଣିକଚଳଚିତ୍ର ନିର୍ମାଣ ହେବ-ମନ୍ତ୍ରୀ ସୂର୍ଯ୍ୟବଂଶୀ

ବଲାଙ୍ଗିର, 13 ଜାନୁଆରି : ବରଗଡର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ସମେତ ପଶ୍ଚିମାଞ୍ଚଳର ବିଭିନ୍ନ ସ୍ଥାନରେ ହେଉଥିବା ଧନୁଯାତ୍ରାକୁ ବିଶ୍ୱଦରବାରରେ ପହଞ୍ଚାଇବାକୁ ଆଗାମୀଦିନରେ ପ୍ରାମାଣିକ ଚଳଚିତ୍ର ନିର୍ମାଣ କରାଯିବ ବୋଲି ଆଜି ଓଡିଶାର ସର୍ବପୁରାତନ ବଲାଙ୍ଗୀର ନିକଟସ୍ଥ ଭାଲେରର ୧୦୫ତମ ଧନୁଯାତ୍ରାରେ ଅତିଥି ଭାବରେ ଯୋଗଦେଇ ଭାଷା, ସାହିତ୍ୟ, ସଂସ୍କୃତି, ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବବ୍ୟାପାର ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି । ଭାଲେର ଧନୁଯାତ୍ରା କମିଟିର ସଭାପତି ବ୍ରହ୍ମାନନ୍ଦ ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କଂସ ଦରବାରର ସାଂସ୍କୃତିକ ସଭାରେ ମୁଖ୍ୟଅତିଥି ଭାବରେ ଲୋଇସିଂହା ବିଧାୟକ ତଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ବରେଣ୍ୟ ଅତିଥି ଭାବରେ ଭାଷା, ସାହିତ୍ୟ, ସଂସ୍କୃତି,ଉଚ୍ଛଶିକ୍ଷା,କ୍ରୀଡା ଓ ଯୁବବ୍ୟାପାର ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ,ବଡସାହି ନିର୍ବାଚନ ମଣ୍ଡଳିର ବିଧାୟକ ସନାତନ ବିଜୁଳି, ବଲାଙ୍ଗୀର ସଦର ଏସଡିପିଓ ପ୍ରଦୀପ କୁମାର ସାହୁ, ଭାଜପାନେତା ରାଜକିଶୋର ନାଏକ, ଭାଲେର ସରପଞ୍ଚ ତଥା ମହୋତ୍ସବ କମିଟିର ଉପସଭାପତି ପ୍ରଦୀପ କୁମାର ନନ୍ଦ, ସହସଂପାଦକ ଜୟକୃଷ୍ଣ ନାଏକ, କୋଷାଧ୍ୟକ୍ଷ ବିଧୁଶେଖର ନନ୍ଦ ପ୍ରମୁଖ ମଞ୍ଚାସୀନ ଥିଲେ । ମୁଖ୍ୟଅତିଥି ଡ.ମହାଲିଙ୍ଗ ତାଙ୍କ ବକ୍ତବ୍ୟରେ କହିଲେ ଯେ,ଗତବର୍ଷ ଲୋକମାନେ କରିଥିବା ଦାବି ମୁତାବକ ଭାଲେର-କୁରୁଲ ମଧ୍ୟରେ ଥିବା ନାଳରେ ବ୍ରୀଜକାମ ଆରମ୍ଭ ହେବାକୁ ଯାଉଛି । ଏହା ସହିତ ପାନୀୟଜଳର ସୁବିଧା ପାଇଁ ଏକ ମେଗା ପାନୀୟ ଜଳ ପ୍ରକଲ୍ପ ନିର୍ମାଣ କରାଯାଉଛି ଯାହାକି ପୁଇଁତଳା ବ୍ଲକର ୨୦ଟି ପଞ୍ଚାୟତକୁ ଜଳ ଯୋଗାଇବ । କେବଳ ସେତିକି ନୁହେଁ ରାଜ୍ୟରେ ଚାଲିଥିବା ମୋହନ ସରକାର ରାଜ୍ୟର ୩.୫ କୋଟି ଲୋକଙ୍କୁ ଆୟୁଷ୍ମାନ ଯୋଜନାରେ ସାମିଲ କରି ସ୍ୱାସ୍ଥ୍ୟସେବା ଯୋଗାଇବାର ବ୍ୟବସ୍ଥା କରୁଥିବା କହିଥିଲେ। ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ତାଙ୍କ ବକ୍ତବ୍ୟରେ ଭାଲେରବାସୀ ଦୀର୍ଘ ୧୦୫ବର୍ଷ ଧରି ଧନୁଯାତ୍ରା ଭଳି ଏକ ସଂସ୍କୃତି ଓ ପରଂମ୍ପରାକୁ ବଞ୍ଚାଇ ରଖିଥିବାରୁ ପ୍ରଶଂସନୀୟ ବୋଲି କହିଥିଲେ। ପ୍ରକୃତରେ ଏହାହିଁ ଓଡିଆ ଓ ଓଡିଶା ବାସୀଙ୍କର ଅସ୍ମିତାର ପରିଚୟ ବୋଲି ମନ୍ତ୍ରୀ କହି ଆଗାମୀ ଦିନରେ ବରଗଡ, ଭାଲେର ଭଳି ୧୦୦ଟି ଧନୁଯାତ୍ରାର ପ୍ରାମାଣିକ ଚଳଚିତ୍ର ନିର୍ମାଣ କରି ଏହାକୁ ବିଶ୍ୱଦରବାରକୁ ପହଞ୍ଚାଯିବ ବୋଲି କହିଥିଲେ । ଆସନ୍ତା ବର୍ଷ ଭାଲେର ଧନୁଯାତ୍ରାର ଅନୁଦାନ ରାଶିକୁ ବଢାଯାଇ ଏକ ଭବ୍ୟ ମହୋତ୍ସବ ପାଳନ କରାଯିବ ବୋଲି ମନ୍ତ୍ରୀ ପ୍ରତିଶୃତି ଦେଇ ଥିଲେ । ଏହି ଧନୁଯାତ୍ରାରେ କଳାକାର ଗୋପାଳ ପଣ୍ଡା ଓ ତାଙ୍କ ଟିମ କଂସଦରବାର କରି ଲୋକଙ୍କୁ ମନୋରଂଜନ କରାଇ ଥିଲେଏହି ଅବସରରେ ବିଭିନ୍ନ ସାଂସ୍କୃତିକ ଦଳ ପକ୍ଷରୁ ସାସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥିଲା । ଏହି ମହୋତ୍ସବରେ ଅଞ୍ଚଳର ହଜାର ହଜାର ଦର୍ଶକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।