ହୀରାକୁଦକୁ ପ୍ରଥମ କରି ଯୁକ୍ତରାଷ୍ଟ୍ର ଅମେରିକାରୁ ଆସିଲେ ପକ୍ଷୀ

FMNEWS.IN 22-12-2024
United States Birds flock to hirakud

ସମ୍ବଲପୁର, ୨୨ ଡିସେମ୍ବର ଛ ୭୦୦ ବର୍ଗ କିଲୋମିଟର ପରିମିତ ହୀରାକୁଦ ନଦୀବନ୍ଧର କୁତ୍ରିମ ହ୍ରଦକୁ ଶୀତ ବଢ଼ିବା ସହିତ ପକ୍ଷୀମାନଙ୍କ ଆଗମନ ଆରମ୍ଭ ହୋଇଛି । ଏଥର ଯୁକ୍ତରାଷ୍ଟ୍ର ଅମେରିକାରୁ ହଜାର ହଜାର କିଲୋମିଟର ଆକାଶପଥ ଅତିକ୍ରମ କରି ପରିବ୍ରାଜକ ପକ୍ଷୀମାନେ ଆସୁଛନ୍ତି । ଏଥର ଆସନ୍ତା ଜାନୁଆରୀ ୧୮ ତାରିଖ ଦିନ ପକ୍ଷୀଗଣନା କରାଯିବ ବୋଲି ହୀରାକୁଦ ଡ଼ିଏଫଓ ଅଂଶୁପ୍ରଜ୍ଞା ଦାସ କହିଛନ୍ତି । ବର୍ତ୍ତମାନ ହୀରାକୁଦ ହ୍ରଦରେ ପହଞ୍ଚଥିବା ପକ୍ଷୀମାନଙ୍କ ମଧ୍ୟରେ ୟୁରୋ ଏସିଆନ, ବ୍ୱିଜନ, ଗାର୍ଡ଼ ବ୍ୱାଲ, ମାଲାର୍ଡ଼, ସ୍ମଲ ଗ୍ରେଫ୍, କ୍ରିଏଟେ ଡ଼ ଗ୍ରେଫ୍, ନର୍ଦେନ ସୋଭେଲର, ୫ ରୁ ୬ ପ୍ରଜାତିର ଗଲ, ୪ ପ୍ରଜାତିର ଟର୍ଣ୍ଣସ, ଟଫ୍ଟେଡ଼ ଡକ, ଓଚାର୍ଡ, ୱିସିଲିଂ ଡକ, ସେଣ୍ଟ ପାଇପର, ନର୍ଦେର୍ଣ୍ଣ ଟିଣ୍ଟେଲ୍ସ ପ୍ରମୁଖ ପ୍ରଜାତି ରହିଛନ୍ତି । ହୀରାକୁଦରେ ଦିନବେଳା ତାପମାତ୍ରା ୨୦ରୁ ୨୬ ଡ଼ିଗ୍ରୀ ସେଲସିୟସ ଓ ରାତିରେ ୧୦ ଡ଼ିଗ୍ରୀ ସେଲସିୟସ ରହିଥିବାରୁ ବିଦେଶୀ ପକ୍ଷୀ ମାନଙ୍କୁ ସୁହାଉଛି । ଏମାନେ ବିଶେଷ କରି ଖାଦ୍ୟ ଓ ଅନୁକୁଳ ଜଳବାୟୁ ପାଇଁ ଏଠାକୁ ଆସିଥାନ୍ତି । କାରଣ ଏମାନଙ୍କ ନିଜ ଦେଶରେ ଅତ୍ୟନ୍ତ ଶୀତଲହରୀ, ତୁଷାରପାତ ଜାରି ରହିଛି । ଏଥର ସେହି ଦେଶ ମାନଙ୍କରୁ ରଫ୍ ପ୍ରଜାତିର ପକ୍ଷୀ ମଧ୍ୟ ଦେଖିବାକୁ ମିଳିଛି । ପକ୍ଷୀମାନଙ୍କ ସୁରକ୍ଷା ପାଇଁ ସଂନ୍ଧ୍ୟାରୁ ସକାଳ ପର୍ଯ୍ୟନ୍ତ କ୍ରୁଇସ ବୋଟ ଏବଂ ମତ୍ସ୍ୟ ସଂଗ୍ରହ ବୋଟ ଉପରେ କଟକଣା ଜାରି କରାଯାଇଛି । ହୀରାକୁଦ ବନ୍ୟପ୍ରାଣୀ ଡ଼ିଭିଜନ ପକ୍ଷରୁ ପକ୍ଷୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପହରା ବ୍ୟବସ୍ତାକୁ କଡ଼ାକଡ଼ି କରାଯାଇ ଥିବା ଡ଼ିଏଫଓ ସୁଚନା ଦେଇଛନ୍ତି । ସୁଚନା ଯୋଗ୍ୟ ଯେ, ୨୦୨୧ରେ ହୀରାକୁଦ ହ୍ରଦକୁ ଆର୍ନ୍ତଜାତୀୟ ସଂସ୍ଥା ଦ୍ୱାରା ରାମସର ଆଦ୍ରଭୁମି ମାନ୍ୟତା ଦିଆଯାଇଥିଲା । ନଦୀବନ୍ଧ କୁଳରେ ଥିବା ଗୋବିନ୍ଦପୁରକୁ ପକ୍ଷୀଗ୍ରାମ ଓ ଢୁଣ୍ଡରୋ କୁସୁମକୁ ସବୁଜ ଗ୍ରାମ କରାଯାଇ ହ୍ରଦ କୁଳକୁ ପକ୍ଷୀମାନଙ୍କ ବିଚରଣ ପାଇଁ ପ୍ଲାଷ୍ଟିକ ମୁକ୍ତ କରାଯାଇଛି । ୨୦୨୪ ଜାନୁଆରୀ ମାସ ୮ ତାରିଖରେ ହୋଇଥିବା ହୀରାକୁଦର ପକ୍ଷୀଗଣନାରେ ୧୧୨ ପ୍ରଜାତିର ରେକର୍ଡ଼ ୩ ଲକ୍ଷ ୪୨ ହଜାର ୩୩୯ଟି ପକ୍ଷୀ ଆସିଥିବା ରେକର୍ଡ଼ କରାଯାଇଥିଲା । ସେହି ସମୟରେ ୫୨ ହଜାରରୁ ଉର୍ଦ୍ଧ୍ୱ ଟଫ୍ ଟେଡ ଡକ, ୪୯ ହଜାର ଲେସର ବ୍ୱିସିଲିଂ ଡକ ଏବଂ ୩୩ ହଜାରରୁ ଉର୍ଦ୍ଧ୍ୱ କ୍ରେଷ୍ଟେଡ ପୋଚାର୍ଡ ପଷଞ୍ଚଥିବା ଜଣାପଡ଼ିଥିଲା । ଏମାନେ ମୁଖ୍ୟତ ୨୧ ଟି ସେକ୍ଟରରେ ବିଭକ୍ତ ସେକ୍ଟର ୭ରେ ରହିଥିଲେ ।