Breaking News
- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
ବ୍ରହ୍ମପୁର ଏସପିଙ୍କୁ ଆକ୍ସନ ଟେକନ ରିପୋର୍ଟ ଦେବାକୁ ନିର୍ଦ୍ଦେଶ
FMNEWS.IN
04-01-2025
ଗଞାମ, ୪ ଜାନୁଆରୀ- ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରାଗିଂଗ ଘଟଣାର ଆକ୍ସନ ଟେକିନ ରିପୋର୍ଟ ଦେବାକୁ ରାଜ୍ୟ ମାନବାଧିକାର ସୁରକ୍ଷା ସେଲ ପକ୍ଷରୁ ବ୍ରହ୍ମପୁର ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବ୍ରହ୍ମପୁରର ମାନବାଧିକାର କର୍ମୀ ରବିନ୍ଦ୍ର ମିଶ୍ର ଏନେଇ ରାଜ୍ୟ ମାନବାଧିକାର ସୁରକ୍ଷା ସେଲରେ ପିଟିସନ ଦାୟର କରିଥିଲେ । ଉକ୍ତ ପିଟିସନ ର ତଦନ୍ତ କରି ଆସନ୍ତା ୨୦ ତାରିଖ ମଧ୍ୟରେ ରିପୋର୍ଟ ଦେବାକୁ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଗତ ତା ୨୧-୯-୨୪ରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଜଣେ ଜୁନିଅର ଛାତ୍ରଙ୍କୁ ରାଗିଂଗ କରିବା ଅଭିଯୋଗ ହୋଇଥିବା ବେଳେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସମେତ ଏହାର ଅଧିନରେ ଥିବା କଲେଜ ଗୁଡିକରେ ଗତ ଦୁଇ ବର୍ଷ ମଧ୍ୟରେ ରାଗିଂଗ ସଂପର୍କରେ ଶ୍ରୀ ମିଶ୍ର ରାଜ୍ୟ ମାନବାଧିକାର କମିଶନରେ ପିଟିସନ ଦାଖଲ କରିଥିଲେ l