Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ବ୍ରହ୍ମପୁର ଏସପିଙ୍କୁ ଆକ୍ସନ ଟେକନ ରିପୋର୍ଟ ଦେବାକୁ ନିର୍ଦ୍ଦେଶ
FMNEWS.IN
04-01-2025
ଗଞାମ, ୪ ଜାନୁଆରୀ- ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରାଗିଂଗ ଘଟଣାର ଆକ୍ସନ ଟେକିନ ରିପୋର୍ଟ ଦେବାକୁ ରାଜ୍ୟ ମାନବାଧିକାର ସୁରକ୍ଷା ସେଲ ପକ୍ଷରୁ ବ୍ରହ୍ମପୁର ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବ୍ରହ୍ମପୁରର ମାନବାଧିକାର କର୍ମୀ ରବିନ୍ଦ୍ର ମିଶ୍ର ଏନେଇ ରାଜ୍ୟ ମାନବାଧିକାର ସୁରକ୍ଷା ସେଲରେ ପିଟିସନ ଦାୟର କରିଥିଲେ । ଉକ୍ତ ପିଟିସନ ର ତଦନ୍ତ କରି ଆସନ୍ତା ୨୦ ତାରିଖ ମଧ୍ୟରେ ରିପୋର୍ଟ ଦେବାକୁ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଗତ ତା ୨୧-୯-୨୪ରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଜଣେ ଜୁନିଅର ଛାତ୍ରଙ୍କୁ ରାଗିଂଗ କରିବା ଅଭିଯୋଗ ହୋଇଥିବା ବେଳେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସମେତ ଏହାର ଅଧିନରେ ଥିବା କଲେଜ ଗୁଡିକରେ ଗତ ଦୁଇ ବର୍ଷ ମଧ୍ୟରେ ରାଗିଂଗ ସଂପର୍କରେ ଶ୍ରୀ ମିଶ୍ର ରାଜ୍ୟ ମାନବାଧିକାର କମିଶନରେ ପିଟିସନ ଦାଖଲ କରିଥିଲେ l