Breaking News
- ଅନୁଗୁଳ ପି.ଏମ୍ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଦ୍ବାରା ବିଭିନ୍ନ ପ୍ରକଳ୍ପ ଲୋକାର୍ପିତ
- ଉନ୍ନାଓ ପୀଡ଼ିତା ଅପରାଧୀଙ୍କୁ ବେଲ୍ ଆଦେଶ ପରେ ରାହୁଲ ଗାନ୍ଧୀ କହିଲେ ‘ଡେଡ୍ ସୋସାଇଟି ’
- ଅତିରିକ୍ତ ଜମାରାଶି ବୃଦ୍ଧିକୁ ପ୍ରତ୍ୟାହାର କରାଯାଉ : କଂଗ୍ରେସ
- ଚାନ୍ଦବାଲି ଦୁଷ୍କର୍ମ ଘଟଣାରେ ମନମୋହନ ରାଜ୍ୟବାସୀଙ୍କୁ କି ଆଶ୍ୱାସନା ଦେବେ ?
- ଭୋଟ ଚୋର ସରକାର ମହାତ୍ମାଙ୍କ ନାମ ପରିବର୍ତ୍ତନ କରିବାର ଦୁଃସାହସ କରିଛି : କଂଗ୍ରେସ
ତବଲା ବାଦକ ଜାକିର ହୁସୈନଙ୍କ ବିୟୋଗ, ସ୍ୟାନ ଫ୍ରାନ୍ସିସକୋରେ ତ୍ୟାଗ କଲେ ଶେଷ ନିଶ୍ୱାସ
FMNEWS.IN
16-12-2024
ସାନ ଫ୍ରାନ୍ସିସକୋ, 16 ଡିସେମ୍ବର - ବିଶ୍ୱ ବିଖ୍ୟାତ ତବଲା ବାଦକ ଉସ୍ତାଦ ଜାକିର ହୁସୈନଙ୍କ ବିୟୋଗ ହୋଇଛି । ଏନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ପରିବାର ପକ୍ଷରୁ ଆଜି ଜାରି ବୟାନରେ କୁହାଯାଇଛି ଯେ, ହୁସୈନଙ୍କ ମୃତ୍ୟୁ ଇଡିୟୋପାଥିକ ପଲ୍ମୋନରୀ ଫାଇବ୍ରୋସିସରୁ ସୃଷ୍ଟି ଜଟିଳତା କାରଣରୁ ହୋଇଛି । ସେ 73 ବର୍ଷ ବୟସରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି ।
ସୂଚନା ଅନୁସାରେ ତାଙ୍କ ପରିବାରର ପ୍ରବକ୍ତା ଜନ ବ୍ଲେଇଚର କହିଛନ୍ତି ଯେ, ହୁସୈନଙ୍କ ମୃତ୍ୟୁ 3.42 ମିନିଟ ସମୟରେ ହୋଇଛି । ଶେଷ ସମୟରେ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।