Breaking News
- ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା
- ଅର୍ଥନୈତିକ ସର୍ଭେ ରିପୋର୍ଟ : ରାଜ୍ୟରେ ଉତ୍ପାଦନ କ୍ଷେତ୍ର ୮.୩ ପ୍ରତିଶତ ହାରରେ ବୃଦ୍ଧି ପାଇବ
- ଚଳିତ ଆର୍ଥିକ ବର୍ଷର ୧୦ ମାସ ପରେ ମଧ୍ୟ ଓଡ଼ିଶା ସରକାର ୫୦ ପ୍ରତିଶତରୁ ଅଧିକ ବଜେଟ ରାଶି ଖର୍ଚ୍ଚ କରିପାରିନାହାନ୍ତି : କ...
- ଶିଳ୍ପ ସଂସ୍ଥାଙ୍କ ଠାରୁ ଦେଢ଼ଲକ୍ଷ କୋଟି ଟଙ୍କା ସରକାର ଅସୁଲ କରୁନାହିଁ କାହିଁକି? : ଭକ୍ତ
- କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ ...
ତବଲା ବାଦକ ଜାକିର ହୁସୈନଙ୍କ ବିୟୋଗ, ସ୍ୟାନ ଫ୍ରାନ୍ସିସକୋରେ ତ୍ୟାଗ କଲେ ଶେଷ ନିଶ୍ୱାସ
FMNEWS.IN
16-12-2024
ସାନ ଫ୍ରାନ୍ସିସକୋ, 16 ଡିସେମ୍ବର - ବିଶ୍ୱ ବିଖ୍ୟାତ ତବଲା ବାଦକ ଉସ୍ତାଦ ଜାକିର ହୁସୈନଙ୍କ ବିୟୋଗ ହୋଇଛି । ଏନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ପରିବାର ପକ୍ଷରୁ ଆଜି ଜାରି ବୟାନରେ କୁହାଯାଇଛି ଯେ, ହୁସୈନଙ୍କ ମୃତ୍ୟୁ ଇଡିୟୋପାଥିକ ପଲ୍ମୋନରୀ ଫାଇବ୍ରୋସିସରୁ ସୃଷ୍ଟି ଜଟିଳତା କାରଣରୁ ହୋଇଛି । ସେ 73 ବର୍ଷ ବୟସରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି ।
ସୂଚନା ଅନୁସାରେ ତାଙ୍କ ପରିବାରର ପ୍ରବକ୍ତା ଜନ ବ୍ଲେଇଚର କହିଛନ୍ତି ଯେ, ହୁସୈନଙ୍କ ମୃତ୍ୟୁ 3.42 ମିନିଟ ସମୟରେ ହୋଇଛି । ଶେଷ ସମୟରେ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।