- ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା
- ଅର୍ଥନୈତିକ ସର୍ଭେ ରିପୋର୍ଟ : ରାଜ୍ୟରେ ଉତ୍ପାଦନ କ୍ଷେତ୍ର ୮.୩ ପ୍ରତିଶତ ହାରରେ ବୃଦ୍ଧି ପାଇବ
- ଚଳିତ ଆର୍ଥିକ ବର୍ଷର ୧୦ ମାସ ପରେ ମଧ୍ୟ ଓଡ଼ିଶା ସରକାର ୫୦ ପ୍ରତିଶତରୁ ଅଧିକ ବଜେଟ ରାଶି ଖର୍ଚ୍ଚ କରିପାରିନାହାନ୍ତି : କ...
- ଶିଳ୍ପ ସଂସ୍ଥାଙ୍କ ଠାରୁ ଦେଢ଼ଲକ୍ଷ କୋଟି ଟଙ୍କା ସରକାର ଅସୁଲ କରୁନାହିଁ କାହିଁକି? : ଭକ୍ତ
- କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ ...
କୋଲମ୍ବିୟାରେ ବିମାନ ଦୁର୍ଘଟଣାରେ 10ଜଣଙ୍କ ମୃତ୍ୟୁ
ବୋଗୋଟା 11 ଜାନୁଆରୀ-ଦକ୍ଷିଣ ଆମେରିକୀ ଦେଶ କୋଲମ୍ବିୟାରେ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ 10ଜଣଙ୍କ ମୃତ୍ୟୁ ଘଟିଛି।ବିମାନ ଅଧିକାରୀ ଏହା ନିଶ୍ଚିତ କରିଛନ୍ତି ।ପେସିଫିକ ଟ୍ରାଭେଲ ଦ୍ୱାରା ପରିଚାଳିତ ଏହି ବିମାନ ଜୁରାଡୋରୁ ମୋଡୋଲିନ ରାସ୍ତାରେ ବୁଧବାର ନିଖୋଜ ହୋଇଯାଇଥିଲା।ବିମାନର ଧ୍ୱଂସାବଶେଷ ଏଣ୍ଟିଓକ୍ୱିୟାର ଉତ୍ତର ପଶ୍ଚିମୀ କୋଲମ୍ବିୟା ବିଭାଗର ଉର୍ରାୱର ଏକ ଗ୍ରାମୀଣ ଅଞ୍ଚଳରେ ମିଳିଥିଲା।ମିଡିଆ ରିପୋର୍ଟ ଅନୁସାରେ ବିମାନରେ ଚାଳକ ଦଳର ଦୁଇ ସଦସ୍ୟ ଏବଂ ଆଠଜଣ ଯାତ୍ରୀ ଥିଲେ।ଏଣ୍ଟିଓକ୍ୱିୟାର ବିପଦ ପରିଚାଳନା ବିଭାଗର ନିର୍ଦ୍ଦେଶକ କାର୍ଳାସ ରିୟୋସ ପୁଏର୍ଟା କହିଛନ୍ତି ଯେ ଦୁର୍ଭାଗ୍ୟବଶତଃ ବିମାନରେ ଯାତ୍ରା କରୁଥିବା କେହି ମଧ୍ୟ ବଞ୍ଚିନାହାନ୍ତି। ଆମର ସାଇଟରେ 37 କର୍ମୀ କାମ କରୁଛନ୍ତି।ଆମେ ଦ୍ୱିତୀୟ ପର୍ଯ୍ୟାୟ ତ୍ୱରାନ୍ୱିତ କରୁଛୁ,ଯେଉଁଥିରେ ମୃତଦେହ ଉଦ୍ଧାର ଏବଂ ନ୍ୟାୟିକ ପୋଲିସ ସହିତ ସମନ୍ୱୟ ଅନ୍ତର୍ଭୁକ୍ତ।ପ୍ରତିକୁଳ ପାଗ ଯୋଗୁଁ ପୁନରୁଦ୍ଧାର ପ୍ରକ୍ରିୟା ସହଜ ହେଉନାହିଁ।ତଥାପି ପୁନରୁଦ୍ଧାର ପ୍ରକ୍ରିୟା ଯଥାସମ୍ଭବ ଏବଂ ସକୁଶଳରେ ସମାପ୍ତ କରିବାକୁ ପ୍ରୟାସ ଚାଲିଛି।