BIG NEWS
ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି

କୋଲମ୍ବିୟାରେ ବିମାନ ଦୁର୍ଘଟଣାରେ 10ଜଣଙ୍କ ମୃତ୍ୟୁ

FMNEWS.IN 12-01-2025
10 killed in plane crash in Colombia

ବୋଗୋଟା 11 ଜାନୁଆରୀ-ଦକ୍ଷିଣ ଆମେରିକୀ ଦେଶ କୋଲମ୍ବିୟାରେ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ 10ଜଣଙ୍କ ମୃତ୍ୟୁ ଘଟିଛି।ବିମାନ ଅଧିକାରୀ ଏହା ନିଶ୍ଚିତ କରିଛନ୍ତି ।ପେସିଫିକ ଟ୍ରାଭେଲ ଦ୍ୱାରା ପରିଚାଳିତ ଏହି ବିମାନ ଜୁରାଡୋରୁ ମୋଡୋଲିନ ରାସ୍ତାରେ ବୁଧବାର ନିଖୋଜ ହୋଇଯାଇଥିଲା।ବିମାନର ଧ୍ୱଂସାବଶେଷ ଏଣ୍ଟିଓକ୍ୱିୟାର ଉତ୍ତର ପଶ୍ଚିମୀ କୋଲମ୍ବିୟା ବିଭାଗର ଉର୍ରାୱର ଏକ ଗ୍ରାମୀଣ ଅଞ୍ଚଳରେ ମିଳିଥିଲା।ମିଡିଆ ରିପୋର୍ଟ ଅନୁସାରେ ବିମାନରେ ଚାଳକ ଦଳର ଦୁଇ ସଦସ୍ୟ ଏବଂ ଆଠଜଣ ଯାତ୍ରୀ ଥିଲେ।ଏଣ୍ଟିଓକ୍ୱିୟାର ବିପଦ ପରିଚାଳନା ବିଭାଗର ନିର୍ଦ୍ଦେଶକ କାର୍ଳାସ ରିୟୋସ ପୁଏର୍ଟା କହିଛନ୍ତି ଯେ ଦୁର୍ଭାଗ୍ୟବଶତଃ ବିମାନରେ ଯାତ୍ରା କରୁଥିବା କେହି ମଧ୍ୟ ବଞ୍ଚିନାହାନ୍ତି। ଆମର ସାଇଟରେ 37 କର୍ମୀ କାମ କରୁଛନ୍ତି।ଆମେ ଦ୍ୱିତୀୟ ପର୍ଯ୍ୟାୟ ତ୍ୱରାନ୍ୱିତ କରୁଛୁ,ଯେଉଁଥିରେ ମୃତଦେହ ଉଦ୍ଧାର ଏବଂ ନ୍ୟାୟିକ ପୋଲିସ ସହିତ ସମନ୍ୱୟ ଅନ୍ତର୍ଭୁକ୍ତ।ପ୍ରତିକୁଳ ପାଗ ଯୋଗୁଁ ପୁନରୁଦ୍ଧାର ପ୍ରକ୍ରିୟା ସହଜ ହେଉନାହିଁ।ତଥାପି ପୁନରୁଦ୍ଧାର ପ୍ରକ୍ରିୟା ଯଥାସମ୍ଭବ ଏବଂ ସକୁଶଳରେ ସମାପ୍ତ କରିବାକୁ ପ୍ରୟାସ ଚାଲିଛି।