Breaking News
- ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନ୍ତର୍ଗତ ଉପହାର ସାମଗ୍ରୀ ଯୋଗାଇବା ପାଇଁ ଉତ୍କଳିକାର ବୁଝାମଣାପତ୍ର ସ୍ୱାକ୍ଷରିତ
- ମିଳିଲା ବୋମା ମାଡ ଧମକ, ସମ୍ବଲପୁର କୋର୍ଟ ପରିସରରେ ଜୋରଦାର ଯାଞ୍ଚ
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ଭେଟିଲେ ଟିଏଫଏଲର ଏମଡି
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ନାଲକୋ ଅବସରପ୍ରାପ୍ତ କର୍ମଚାରୀ କଲ୍ୟାଣ ସଂଘ କର୍ମକର୍ତ୍ତାଙ୍କୁ ଭେଟିଲେ
- ଖୁବଶୀଘ୍ର ରାଜ୍ୟରେ ୪୫ ହଜାର ଶିକ୍ଷକ ପଦବୀ ପୂରଣ ହେବ - ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
ପାକିସ୍ତାନର ଆଫଗାନିସ୍ଥାନରେ ଏୟାରଷ୍ଟ୍ରାଇକ : 15ଜଣଙ୍କ ମୃତ୍ୟୁ
FMNEWS.IN
25-12-2024
କାବୁଲ, 25 ଡିସେମ୍ବର ଆଫଗାନିସ୍ତାର ପକ୍ତିକା ଅଂଚଳର ବରମଲ ଜିଲ୍ଲାରେ ପାକିସ୍ତାନର ଏୟାରଷ୍ଟ୍ରାଇକରେ ମହିଳା ଓ ଶିଶୁଙ୍କ ସହିତ ଅତିକମରେ 15ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି । ଏହି ଆକ୍ରମଣରେ ଆଫଗାନିସ୍ତାନ କ୍ରୋଧିତ ହେବା ସହ ପାକିସ୍ତାନକୁ ଜବାବ ଦେବାକୁ ଧମକ ଦେଇଛି ।
ସ୍ଥାନୀୟ ମିଡିଆ ମୁତାବକ ପାକିସ୍ତାନୀ ଫାଇଟର ଜେଟ ମଙ୍ଗଳବାର ରାତିରେ ଆଫଗାନିସ୍ତାନର ପୂର୍ବ ଅଂଚଳର ପକ୍ତିକା ଅଂଚଳରେ ତହରିକ-ଏ-ତାଲିବାନର ଚାରୋଟି ସ୍ଥାନରେ ବୋମା ବର୍ଷଣ କରିଥିଲା । ଏଥିରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି ।