Breaking News
- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
ଲସ ଏଞ୍ଜେଲେସରେ ବନାଗ୍ନିରେ ଅଦ୍ୟାବଧି ୨୪ ଲୋକଙ୍କ ମୃତ୍ୟୁ
FMNEWS.IN
13-01-2025
ଲସ ଏଞ୍ଜେଲେସ, ୧୩ ଜାନୁଆରୀ - ଲସ ଏଞ୍ଜେଲେସରେ ବନାଗ୍ନିରେ ଏପର୍ଯ୍ୟନ୍ତ ୨୪ ଲୋକଙ୍କ ମୃତ୍ୟୁ ଘଟିଲାଣି । ଗରମ ସାଙ୍ଗକୁ ପବନ ତେଜ୍ ହେଉଛି । ଅଧିକାରୀ ମାନେ ରବିବାର ଏନେଇ ସୂଚନା ଦେଇ କହିଛନ୍ତି ଯେ, ଲସ ଏଞ୍ଜେଲେସରେ ଲାଗିଥିବା ନିଆଁରେ ପ୍ରାୟ ୨୪ ଜଣଙ୍କ ମୃତ୍ୟୁ ଘଟିଛି । ସୋମବାର ବିଳମ୍ବିତ ରାତିରୁ ବୁଧବାର ପର୍ଯ୍ୟନ୍ତ ଅଂଚଳରେ ପବନର ଗତି ତୀବ୍ର ରହିବାର ଆଶଙ୍କା ଥିବାରୁ ଲୋକ ଭୟଭିତ ହୋଇପଡିଛନ୍ତିି ।
ଦ ନ୍ୟୁୟର୍କ ଟାଇମ୍ସ ଅନୁସାରେ, ଦମକଳ ବିଭାଗ କର୍ମଚାରୀ ନିଆଁ ଲିଭାଇବାରେ ଲାଗିଛନ୍ତି । ଲସ୍ ଏଞ୍ଜେଲେସ କାଉଂଟି ର ଶେରିଫ ରବର୍ଟ ଲୁନା କହିଛନ୍ତି ଯେ, ନିଖୋଜ ଲୋକଙ୍କ ସଂଖ୍ୟା ଲଗାତାର ଭାବେ ବୃଦ୍ଧି ପାଇବାରେ ଲାଗିଛି । ନିବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏନେଇ ଚିନ୍ତା ବ୍ୟକ୍ତ କରିବା ସହ ସୋସିଆଲ ସାଇଟ୍ ଟ୍ରୁଥ ରେ ରାଜ୍ୟର ଅଧିକାରୀ ମାନଙ୍କୁ ଅକ୍ଷମ କହିଛନ୍ତି ।