Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଲସ ଏଞ୍ଜେଲେସରେ ବନାଗ୍ନିରେ ଅଦ୍ୟାବଧି ୨୪ ଲୋକଙ୍କ ମୃତ୍ୟୁ
FMNEWS.IN
13-01-2025
ଲସ ଏଞ୍ଜେଲେସ, ୧୩ ଜାନୁଆରୀ - ଲସ ଏଞ୍ଜେଲେସରେ ବନାଗ୍ନିରେ ଏପର୍ଯ୍ୟନ୍ତ ୨୪ ଲୋକଙ୍କ ମୃତ୍ୟୁ ଘଟିଲାଣି । ଗରମ ସାଙ୍ଗକୁ ପବନ ତେଜ୍ ହେଉଛି । ଅଧିକାରୀ ମାନେ ରବିବାର ଏନେଇ ସୂଚନା ଦେଇ କହିଛନ୍ତି ଯେ, ଲସ ଏଞ୍ଜେଲେସରେ ଲାଗିଥିବା ନିଆଁରେ ପ୍ରାୟ ୨୪ ଜଣଙ୍କ ମୃତ୍ୟୁ ଘଟିଛି । ସୋମବାର ବିଳମ୍ବିତ ରାତିରୁ ବୁଧବାର ପର୍ଯ୍ୟନ୍ତ ଅଂଚଳରେ ପବନର ଗତି ତୀବ୍ର ରହିବାର ଆଶଙ୍କା ଥିବାରୁ ଲୋକ ଭୟଭିତ ହୋଇପଡିଛନ୍ତିି ।
ଦ ନ୍ୟୁୟର୍କ ଟାଇମ୍ସ ଅନୁସାରେ, ଦମକଳ ବିଭାଗ କର୍ମଚାରୀ ନିଆଁ ଲିଭାଇବାରେ ଲାଗିଛନ୍ତି । ଲସ୍ ଏଞ୍ଜେଲେସ କାଉଂଟି ର ଶେରିଫ ରବର୍ଟ ଲୁନା କହିଛନ୍ତି ଯେ, ନିଖୋଜ ଲୋକଙ୍କ ସଂଖ୍ୟା ଲଗାତାର ଭାବେ ବୃଦ୍ଧି ପାଇବାରେ ଲାଗିଛି । ନିବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏନେଇ ଚିନ୍ତା ବ୍ୟକ୍ତ କରିବା ସହ ସୋସିଆଲ ସାଇଟ୍ ଟ୍ରୁଥ ରେ ରାଜ୍ୟର ଅଧିକାରୀ ମାନଙ୍କୁ ଅକ୍ଷମ କହିଛନ୍ତି ।