Breaking News
- ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନ୍ତର୍ଗତ ଉପହାର ସାମଗ୍ରୀ ଯୋଗାଇବା ପାଇଁ ଉତ୍କଳିକାର ବୁଝାମଣାପତ୍ର ସ୍ୱାକ୍ଷରିତ
- ମିଳିଲା ବୋମା ମାଡ ଧମକ, ସମ୍ବଲପୁର କୋର୍ଟ ପରିସରରେ ଜୋରଦାର ଯାଞ୍ଚ
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ଭେଟିଲେ ଟିଏଫଏଲର ଏମଡି
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ନାଲକୋ ଅବସରପ୍ରାପ୍ତ କର୍ମଚାରୀ କଲ୍ୟାଣ ସଂଘ କର୍ମକର୍ତ୍ତାଙ୍କୁ ଭେଟିଲେ
- ଖୁବଶୀଘ୍ର ରାଜ୍ୟରେ ୪୫ ହଜାର ଶିକ୍ଷକ ପଦବୀ ପୂରଣ ହେବ - ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣ, ଆଉ ଜଣେ ଯୁବକଙ୍କ ହତ୍ୟା
FMNEWS.IN
08-01-2025
କୋଲକାତା, 8 ଜାନୁଆରି- ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ଥମିବାର ନାଁ ନେଉନି । ତାଜା ଘଟଣାରେ ଆକ୍ରମଣକାରୀ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ବ୍ୟବସାୟୀ ହିନ୍ଦୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ।
ଏହି ଘଟଣା ଝାଲକାଠି ଜିଲ୍ଲାର ରାମପୁର ଗାଁର ବଓକାଠି ବଜାରରେ ହୋଇଛି । ମୃତକ ହେଉଛନ୍ତି ସୁଧୀବ ହଲଦାର ।
କୋଲକାତା ଇସ୍କନର ଉପାଧ୍ୟକ୍ଷ ରାଧାରମଣ ଦାସ ଘଟଣାର ନିନ୍ଦା କରିବା ସହ ଏହି ଅତ୍ୟାଚାର କେବେ ଥମିବ ବୋଲି ମିଳିତ ରାଷ୍ଟ୍ର ମାନବାଧିକାର ଆୟୋଗକୁ ପ୍ରଶ୍ନ କରିଛନ୍ତି । ଏକ୍ସ ହ୍ୟାଣ୍ଡେଲରେ ସେ ଲେଖିଛନ୍ତି ଯେ, ଆମେ ଏକବିଂଶ ଶତାବ୍ଦୀରେ ଅଛୁ କି ପଥର ଯୁଗରେ । ଏହା ସବୁ କେବେ ଥମିବ ।