Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣ, ଆଉ ଜଣେ ଯୁବକଙ୍କ ହତ୍ୟା
FMNEWS.IN
08-01-2025
କୋଲକାତା, 8 ଜାନୁଆରି- ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ଥମିବାର ନାଁ ନେଉନି । ତାଜା ଘଟଣାରେ ଆକ୍ରମଣକାରୀ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ବ୍ୟବସାୟୀ ହିନ୍ଦୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ।
ଏହି ଘଟଣା ଝାଲକାଠି ଜିଲ୍ଲାର ରାମପୁର ଗାଁର ବଓକାଠି ବଜାରରେ ହୋଇଛି । ମୃତକ ହେଉଛନ୍ତି ସୁଧୀବ ହଲଦାର ।
କୋଲକାତା ଇସ୍କନର ଉପାଧ୍ୟକ୍ଷ ରାଧାରମଣ ଦାସ ଘଟଣାର ନିନ୍ଦା କରିବା ସହ ଏହି ଅତ୍ୟାଚାର କେବେ ଥମିବ ବୋଲି ମିଳିତ ରାଷ୍ଟ୍ର ମାନବାଧିକାର ଆୟୋଗକୁ ପ୍ରଶ୍ନ କରିଛନ୍ତି । ଏକ୍ସ ହ୍ୟାଣ୍ଡେଲରେ ସେ ଲେଖିଛନ୍ତି ଯେ, ଆମେ ଏକବିଂଶ ଶତାବ୍ଦୀରେ ଅଛୁ କି ପଥର ଯୁଗରେ । ଏହା ସବୁ କେବେ ଥମିବ ।