- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ବାଂଲାଦେଶ ସାମରିକ ବିମାନ ଦୁର୍ଘଟଣାରେ ଆହତ ଚିକିତ୍ସା ପାଇଁ ଭାରତ ପଠାଇବ ବର୍ନ ବିଶେଷଜ୍ଞ ଚିକିତ୍ସକ ଟିମ୍
ନୂଆଦିଲ୍ଲୀ, 23 ଜୁଲାଇ-ବାଂଲାଦେଶରେ ଘଟିଥିବା ସେନା ବିମାନ ଦୁର୍ଘଟଣାରେ ଆହତ ଲୋକଙ୍କୁ ଚିକିତ୍ସା ସୁବିଧା ଦେବା ପାଇଁ ଭାରତ ବିଶେଷଜ୍ଞ ଚିକିତ୍ସକ ଏବଂ ନର୍ସମାନଙ୍କ ଏକ ଟିମ୍ ଢାକାକୁ ପଠାଉଛି। ବାଂଲାଦେଶ ବାୟୁସେନାର ଏକ ଚୀନ୍-ନିର୍ମିତ ଟ୍ରେନର୍ ଫାଇଟର୍ ଜେଟ୍ ୨୧ ଜୁଲାଇ ଦିନ ଢାକାର ମାଇଲସ୍ଟୋନ୍ ସ୍କୁଲ୍ ଆଣ୍ଡ କଲେଜର ବିଲ୍ଡିଂ ସହ ଧକ୍କା ଖାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ଅତି କମରେ ୩୧ ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତ୍ୟୁବରଣ କରିଥିବା ଲୋକମାନଙ୍କ ମଧ୍ୟରେ ଅଧିକାଂଶ ଛାତ୍ରଛାତ୍ରୀ ଥିଲେ।
ବିଦେଶ ବିଭାଗ ପକ୍ଷରୁ ମଙ୍ଗଳବାର ରାତିରେ କୁହାଯାଇଛି ଯେ, ଆବଶ୍ୟକ ଚିକିତ୍ସା ସାହାଯ୍ୟ ସହିତ ବର୍ନ ସ୍ପେସିଆଲିଷ୍ଟ ଚିକିତ୍ସକ ଓ ନର୍ସମାନଙ୍କ ଏକ ଦଳ ଶୀଘ୍ର ଢାକାକୁ ଯିବେ। ଏହି ଦଳ ଆହତ ଲୋକଙ୍କ ଅବସ୍ଥାର ଆକଳନ କରିବେ ଏବଂ ଆବଶ୍ୟକ ହେଲେ ଭାରତରେ ଆଗାମୀ ଚିକିତ୍ସା ଓ ବିଶେଷ ଦେଖାଶୁଣା ପାଇଁ ସୁପାରିଶ କରିବେ। ସୂଚନା ଅନୁଯାୟୀ, ଢାକାକୁ ଯାଉଥିବା ଦଳରେ ଦିଲ୍ଲୀର ରାମମନୋହର ଲୋହିଆ ହସ୍ପିଟାଲ ଓ ସଫଦରଜଙ୍ଗ ହସ୍ପିଟାଳର ଚିକିତ୍ସକ ମାନେ ସାମିଲ ଅଛନ୍ତି।