Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ବାଇଡେନ କହିଲେ - ଅଲବିଦା, ମୋ କଥା ମନେ ରଖିବ
FMNEWS.IN
16-01-2025
ୱାଶିଂଟନ, ୧୬ ଜାନୁଆରୀ - ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବୁଧବାର ନିଜର ବିଦାୟୀ ଭାଷଣରେ ଦେଶବାସୀଙ୍କୁ କୁଳିନତନ୍ତ୍ରର ବିସ୍ତାର ନିମନ୍ତେ ସାବଧାନ ରହିବାକୁ ଆହ୍ୱାନ ଦେଇଛନ୍ତି । ସେ ଅଲବିଦା କରିବା ସହ ଏହି ଅବସରରେ ନିଜର ପାଂଚ ଦଶକର ରାଜନୈତିକ ଜୀବନର ଉପଲବ୍ଧି ବାବଦରେ କହିଥିଲେ ।
ଦ ନ୍ୟୁୟର୍କ ଟାଇମ୍ସ ଅନୁସାରେ, ରାଷ୍ଟ୍ରପତି ବାଇଡେନ ଓବଲ କାର୍ଯ୍ୟାଳୟରେ ଦେଶକୁ ସମ୍ବୋଧିତ କରିଥିଲେ । ସେ କହିଥିଲେ ଯେ, ଅତି ଧନବାନ ମାନଙ୍କ ଏକ କୁଳିନତନ୍ତ୍ର ଏବେ ଉଦୀୟମାନ ହେଉଛି । ଏହା କେବେ ଅନିୟନ୍ତ୍ରିତ ହୋଇଯିବ କିଛି ଠିକଣା ନାହିଁ । ଏମାନେ ଶାସନ କ୍ଷମତାର ଭୋକିଲା ଲୋକ ଅଟନ୍ତି । ସେମାନେ ଏଥିପାଇଁ ବିପଦପୂର୍ଣ୍ଣ ସ୍ଥିତି ପର୍ଯ୍ୟନ୍ତ ଯାଇପାରନ୍ତି । ଏଥିସହ ସେ ଆଶା କରିଛନ୍ତି ଯେ, ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଜେ. ଟ୍ରମ୍ପ ଗଣତାନ୍ତ୍ରିକ ନିର୍ଦ୍ଦେଶ ଏବଂ ସଂସ୍ଥାନଗୁଡିକୁ ସଂରକ୍ଷଣ କରିବେ ।