Breaking News
- ସମ୍ବଲପୁର ବିକାଶ, ସନ୍ତୁଳିତ ବିକାଶ ଏବଂ ସୁଶାସନର ଏକ ଅଭିନ୍ନ ଅଙ୍ଗ - ମୁଖ୍ୟମନ୍ତ୍ରୀ
- ପୁରୀରେ ଭକ୍ତଙ୍କୁ ଶୋଷଣ କରୁଛି ଶ୍ରୀମନ୍ଦିର ପ୍ରଶାସନ : ଉମାବଲ୍ଲଭ ରଥ
- ଟାଟା ଷ୍ଟିଲ୍ କପିଳାସ ହାଫ୍ ମାରାଥନ୍-୨୦୨୬: ବନ୍ୟଜନ୍ତୁ ସୁରକ୍ଷା ପାଇଁ ଦୌଡ଼ିଲେ ୫,୫୦୦ରୁ ଅଧିକ ପ୍ରତିଯୋଗୀ
- ସମ୍ବଲପୁରରେ ପ୍ରାୟ ୯୪୮ କୋଟି ଟଙ୍କା ମୂଲ୍ୟର ୨୫ଟି ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଭିତିପ୍ରସ୍ତର ସ୍ଥାପନ କ...
- ଅନୁଗୁଳ ଜିଲ୍ଲା କଂଗ୍ରେସ : ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଉଚ୍ଛେଦ କଲେ ପରିଣାମ ଭୟାବହ ହେବ
ବାଇଡେନ କହିଲେ - ଅଲବିଦା, ମୋ କଥା ମନେ ରଖିବ
FMNEWS.IN
16-01-2025
ୱାଶିଂଟନ, ୧୬ ଜାନୁଆରୀ - ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବୁଧବାର ନିଜର ବିଦାୟୀ ଭାଷଣରେ ଦେଶବାସୀଙ୍କୁ କୁଳିନତନ୍ତ୍ରର ବିସ୍ତାର ନିମନ୍ତେ ସାବଧାନ ରହିବାକୁ ଆହ୍ୱାନ ଦେଇଛନ୍ତି । ସେ ଅଲବିଦା କରିବା ସହ ଏହି ଅବସରରେ ନିଜର ପାଂଚ ଦଶକର ରାଜନୈତିକ ଜୀବନର ଉପଲବ୍ଧି ବାବଦରେ କହିଥିଲେ ।
ଦ ନ୍ୟୁୟର୍କ ଟାଇମ୍ସ ଅନୁସାରେ, ରାଷ୍ଟ୍ରପତି ବାଇଡେନ ଓବଲ କାର୍ଯ୍ୟାଳୟରେ ଦେଶକୁ ସମ୍ବୋଧିତ କରିଥିଲେ । ସେ କହିଥିଲେ ଯେ, ଅତି ଧନବାନ ମାନଙ୍କ ଏକ କୁଳିନତନ୍ତ୍ର ଏବେ ଉଦୀୟମାନ ହେଉଛି । ଏହା କେବେ ଅନିୟନ୍ତ୍ରିତ ହୋଇଯିବ କିଛି ଠିକଣା ନାହିଁ । ଏମାନେ ଶାସନ କ୍ଷମତାର ଭୋକିଲା ଲୋକ ଅଟନ୍ତି । ସେମାନେ ଏଥିପାଇଁ ବିପଦପୂର୍ଣ୍ଣ ସ୍ଥିତି ପର୍ଯ୍ୟନ୍ତ ଯାଇପାରନ୍ତି । ଏଥିସହ ସେ ଆଶା କରିଛନ୍ତି ଯେ, ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଜେ. ଟ୍ରମ୍ପ ଗଣତାନ୍ତ୍ରିକ ନିର୍ଦ୍ଦେଶ ଏବଂ ସଂସ୍ଥାନଗୁଡିକୁ ସଂରକ୍ଷଣ କରିବେ ।