- ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା
- ଅର୍ଥନୈତିକ ସର୍ଭେ ରିପୋର୍ଟ : ରାଜ୍ୟରେ ଉତ୍ପାଦନ କ୍ଷେତ୍ର ୮.୩ ପ୍ରତିଶତ ହାରରେ ବୃଦ୍ଧି ପାଇବ
- ଚଳିତ ଆର୍ଥିକ ବର୍ଷର ୧୦ ମାସ ପରେ ମଧ୍ୟ ଓଡ଼ିଶା ସରକାର ୫୦ ପ୍ରତିଶତରୁ ଅଧିକ ବଜେଟ ରାଶି ଖର୍ଚ୍ଚ କରିପାରିନାହାନ୍ତି : କ...
- ଶିଳ୍ପ ସଂସ୍ଥାଙ୍କ ଠାରୁ ଦେଢ଼ଲକ୍ଷ କୋଟି ଟଙ୍କା ସରକାର ଅସୁଲ କରୁନାହିଁ କାହିଁକି? : ଭକ୍ତ
- କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ ...
ପାକିସ୍ଥାନର ବେଲୁଚିସ୍ଥାନର ତୁରବତରେ ବିସ୍ଫୋରଣ ,ଚାରି ମୃତ,32 ଆହତ
ଇସ୍ଲାମାବାଦ 5 ଜାନୁଆରୀ:-ପାକିସ୍ଥାନର ବେଲୁଚିସ୍ଥାନର ତୁରବତ ସହରରେ ଶନିବାର ହୋଇଥିବା ବିସ୍ଫୋରଣରେ ଅତି କମରେ ଚାରିଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ 32ଜଣ ଆହତ ହୋଇଛନ୍ତି।ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କ ଅବସ୍ଥା ଗୁରୁତର ରହିଛି।ଆହତମାନଙ୍କ ମଧ୍ୟରୁ ଜଣେ ବରିଷ୍ଠ ପୋଲିସ ଅଧିକାରୀ ଏବଂ ତାଙ୍କ ପରିବାରର ଛଅ ସଦସ୍ୟ ମଧ୍ୟ ସାମିଲ ଅଛନ୍ତି।ନିଷିଦ୍ଧ ବେଲୁଚିସ୍ଥାନ ଲେବରେସନ ଆର୍ମୀ(ବିଏଲଏ)ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିଛି।ପୋଲିସ ଏହି ସୁଚନା ଦେଇଛି।
ଜିଓ ନ୍ୟୁଜ ଚ୍ୟାନେଲ ଖବର ଅନୁଯାୟୀ କଏଦ ହୋଇଥିବା ଏକ ସିସିଟିଭି ଫୁଟେଜରେ ରାସ୍ତାରେ ଅନେକ ଗାଡି ଯାଉଥିବା ଏବଂ ହଠାତ ହୋଇଥିବା ବିସ୍ଫୋରଣ ପରେ ଏକ ଚଳନ୍ତା ଯାତ୍ରୀ ବାହୀ ବସରେ ନିଆଁ ଲାଗିଯାଇଥିଲା।ପୋଲିସ କହିଛି ଯେ ବରିଷ୍ଠ ପୋଲିସ ଅଧୀକ୍ଷକ(କ୍ରାଇମବ୍ରାଞ୍ଚ)ଜୋହେବ ମୋହସିନ ଏବଂ ତାଙ୍କ ପରିବାରର ଛଅ ସଦସ୍ୟ ମଧ୍ୟ ଆହତ ହୋଇଛନ୍ତି।ଯେତେବେଳେ ବିସ୍ଫୋରଣ ଘଟିଥିଲା ସେତେବେଳେ ମୋହସିନ ଏବଂ ତାଙ୍କ ପରିବାର ଏହି ଅଞ୍ଚଳ ଦେଇ ଯାଉଥିଲେ।ସୁରକ୍ଷା ବାହିନୀ ଅନୁଯାୟୀ ନିଷିଦ୍ଧ ଆତଙ୍କୀ ସଂଗଠନ ବେଲୁଚିସ୍ଥାନ ଲେବରେସନ ଆର୍ମୀ ଏହି ଆକ୍ରମଣ ପାଇଁ ଦାୟୀ ବୋଲି କହିଛି।ମୃତକଙ୍କ ନାମ ନୁର ଖାନ ,ଅବ୍ଦୁଲ ୱହାବ,ଇଜାଜ ଏବଂ ଲିୟାକତ ଅଲୀ ବୋଲି ଜଣାପଡିଛି।ସମସ୍ତ ଚାରିଜଣ ନାଗରିକ ବେଲୁଚିସ୍ଥାନର ବିଭିନ୍ନ ଅଞ୍ଚଳର ବାସିନ୍ଦା ଥିଲେ।ସୁରକ୍ଷା ସୁତ୍ରରୁ ପ୍ରକାଶ ଯେ ବିଏଲଏ ଗୋଟିଏ ବର୍ଷରେ 100ରୁ ଅଧିକ ନିରୀହ ବଲୁଚ ନାଗରିକମାନଙ୍କୁ ହତ୍ୟା କରିଛି।