- ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନ୍ତର୍ଗତ ଉପହାର ସାମଗ୍ରୀ ଯୋଗାଇବା ପାଇଁ ଉତ୍କଳିକାର ବୁଝାମଣାପତ୍ର ସ୍ୱାକ୍ଷରିତ
- ମିଳିଲା ବୋମା ମାଡ ଧମକ, ସମ୍ବଲପୁର କୋର୍ଟ ପରିସରରେ ଜୋରଦାର ଯାଞ୍ଚ
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ଭେଟିଲେ ଟିଏଫଏଲର ଏମଡି
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ନାଲକୋ ଅବସରପ୍ରାପ୍ତ କର୍ମଚାରୀ କଲ୍ୟାଣ ସଂଘ କର୍ମକର୍ତ୍ତାଙ୍କୁ ଭେଟିଲେ
- ଖୁବଶୀଘ୍ର ରାଜ୍ୟରେ ୪୫ ହଜାର ଶିକ୍ଷକ ପଦବୀ ପୂରଣ ହେବ - ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
ପାକିସ୍ଥାନର ବେଲୁଚିସ୍ଥାନର ତୁରବତରେ ବିସ୍ଫୋରଣ ,ଚାରି ମୃତ,32 ଆହତ
ଇସ୍ଲାମାବାଦ 5 ଜାନୁଆରୀ:-ପାକିସ୍ଥାନର ବେଲୁଚିସ୍ଥାନର ତୁରବତ ସହରରେ ଶନିବାର ହୋଇଥିବା ବିସ୍ଫୋରଣରେ ଅତି କମରେ ଚାରିଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ 32ଜଣ ଆହତ ହୋଇଛନ୍ତି।ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କ ଅବସ୍ଥା ଗୁରୁତର ରହିଛି।ଆହତମାନଙ୍କ ମଧ୍ୟରୁ ଜଣେ ବରିଷ୍ଠ ପୋଲିସ ଅଧିକାରୀ ଏବଂ ତାଙ୍କ ପରିବାରର ଛଅ ସଦସ୍ୟ ମଧ୍ୟ ସାମିଲ ଅଛନ୍ତି।ନିଷିଦ୍ଧ ବେଲୁଚିସ୍ଥାନ ଲେବରେସନ ଆର୍ମୀ(ବିଏଲଏ)ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିଛି।ପୋଲିସ ଏହି ସୁଚନା ଦେଇଛି।
ଜିଓ ନ୍ୟୁଜ ଚ୍ୟାନେଲ ଖବର ଅନୁଯାୟୀ କଏଦ ହୋଇଥିବା ଏକ ସିସିଟିଭି ଫୁଟେଜରେ ରାସ୍ତାରେ ଅନେକ ଗାଡି ଯାଉଥିବା ଏବଂ ହଠାତ ହୋଇଥିବା ବିସ୍ଫୋରଣ ପରେ ଏକ ଚଳନ୍ତା ଯାତ୍ରୀ ବାହୀ ବସରେ ନିଆଁ ଲାଗିଯାଇଥିଲା।ପୋଲିସ କହିଛି ଯେ ବରିଷ୍ଠ ପୋଲିସ ଅଧୀକ୍ଷକ(କ୍ରାଇମବ୍ରାଞ୍ଚ)ଜୋହେବ ମୋହସିନ ଏବଂ ତାଙ୍କ ପରିବାରର ଛଅ ସଦସ୍ୟ ମଧ୍ୟ ଆହତ ହୋଇଛନ୍ତି।ଯେତେବେଳେ ବିସ୍ଫୋରଣ ଘଟିଥିଲା ସେତେବେଳେ ମୋହସିନ ଏବଂ ତାଙ୍କ ପରିବାର ଏହି ଅଞ୍ଚଳ ଦେଇ ଯାଉଥିଲେ।ସୁରକ୍ଷା ବାହିନୀ ଅନୁଯାୟୀ ନିଷିଦ୍ଧ ଆତଙ୍କୀ ସଂଗଠନ ବେଲୁଚିସ୍ଥାନ ଲେବରେସନ ଆର୍ମୀ ଏହି ଆକ୍ରମଣ ପାଇଁ ଦାୟୀ ବୋଲି କହିଛି।ମୃତକଙ୍କ ନାମ ନୁର ଖାନ ,ଅବ୍ଦୁଲ ୱହାବ,ଇଜାଜ ଏବଂ ଲିୟାକତ ଅଲୀ ବୋଲି ଜଣାପଡିଛି।ସମସ୍ତ ଚାରିଜଣ ନାଗରିକ ବେଲୁଚିସ୍ଥାନର ବିଭିନ୍ନ ଅଞ୍ଚଳର ବାସିନ୍ଦା ଥିଲେ।ସୁରକ୍ଷା ସୁତ୍ରରୁ ପ୍ରକାଶ ଯେ ବିଏଲଏ ଗୋଟିଏ ବର୍ଷରେ 100ରୁ ଅଧିକ ନିରୀହ ବଲୁଚ ନାଗରିକମାନଙ୍କୁ ହତ୍ୟା କରିଛି।