Breaking News
- ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା
- ଅର୍ଥନୈତିକ ସର୍ଭେ ରିପୋର୍ଟ : ରାଜ୍ୟରେ ଉତ୍ପାଦନ କ୍ଷେତ୍ର ୮.୩ ପ୍ରତିଶତ ହାରରେ ବୃଦ୍ଧି ପାଇବ
- ଚଳିତ ଆର୍ଥିକ ବର୍ଷର ୧୦ ମାସ ପରେ ମଧ୍ୟ ଓଡ଼ିଶା ସରକାର ୫୦ ପ୍ରତିଶତରୁ ଅଧିକ ବଜେଟ ରାଶି ଖର୍ଚ୍ଚ କରିପାରିନାହାନ୍ତି : କ...
- ଶିଳ୍ପ ସଂସ୍ଥାଙ୍କ ଠାରୁ ଦେଢ଼ଲକ୍ଷ କୋଟି ଟଙ୍କା ସରକାର ଅସୁଲ କରୁନାହିଁ କାହିଁକି? : ଭକ୍ତ
- କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ ...
ପାକିସ୍ତାନର ବେଲୁଚିସ୍ତାନର କୋଇଲା ଖଣିର ଦୁର୍ଘଟଣା, 2 ମୃତ
FMNEWS.IN
13-01-2025
ଇସଲମାବାଦ, 13 ଜାନୁଆରି - ପାକିସ୍ତାନରବେଲୁଚିସ୍ତାନ ଅଂଚଳରେ ଏକ କୋଇଲା ଖଣିରେ ହୋଇଥିବା ଦୁର୍ଘଟଣାରେ 2ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣା ରବିବାର ହରନୋଇ ଜିଲ୍ଲାର ଖୋସ୍ତ ଅଂଚଳର ଏକ କୋଇଲା ଖଣିରେ ହୋଇଛି । ଖଣିଟି ହଠାତ୍ ଦବି ଯିବା କାରଣରୁ 8ଜଣ ଶ୍ରମିକ ଦବିଯାଇଥିଲେ । ଏଥିରୁ 6ଜଣଙ୍କୁ ଉଦ୍ଧାର କରାଯାଇଛି ।
ଡନ୍ ସମାଚାର ପତ୍ର ଅନୁସାରେ, ଯେତେବେଳେ ଏହି ଦୁର୍ଘଟଣା ହୋଇଥିଲା, ସେତେବେଳେ କ୍ୱେଟାର ବାହାର ଅଂଚଳରେ ସଂଜଡି ଖଣିରୁ 11 ଜଣଙ୍କ ମୃତଦେହ ଜବତ କରାଯାଇଥିବା ବେଳେ ଆଉ ଗୋଟିଏ ମୃତଦେହ ବାହାର କରିବା ପାଇଁ ଖନନ ଜାରି ଥିଲା । ସଂଜଡି ଖଣିରେ ଜାନୁୟାରୀ 9ରେ ଶକ୍ତିଶାଲୀ ମିଥେନ ଗ୍ୟାସ ବିସ୍ଫୋରଣ ପରେ 12 କୋଇଲା ଖଣିକ ପ୍ରାୟ 4ହଜାର ଫୁଟ ଗଭୀରରେ ଫସିଯାଇଥିଲେ । 11 ପୀଡିତଙ୍କ ମଧ୍ୟରୁ 10ଜଣ ଖୈବର ପଖ୍ତୁନଖ୍ୱାର ଶାଂଗଲା ଜିଲ୍ଲାର ବାସିନ୍ଦା ।