- ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା
- ଅର୍ଥନୈତିକ ସର୍ଭେ ରିପୋର୍ଟ : ରାଜ୍ୟରେ ଉତ୍ପାଦନ କ୍ଷେତ୍ର ୮.୩ ପ୍ରତିଶତ ହାରରେ ବୃଦ୍ଧି ପାଇବ
- ଚଳିତ ଆର୍ଥିକ ବର୍ଷର ୧୦ ମାସ ପରେ ମଧ୍ୟ ଓଡ଼ିଶା ସରକାର ୫୦ ପ୍ରତିଶତରୁ ଅଧିକ ବଜେଟ ରାଶି ଖର୍ଚ୍ଚ କରିପାରିନାହାନ୍ତି : କ...
- ଶିଳ୍ପ ସଂସ୍ଥାଙ୍କ ଠାରୁ ଦେଢ଼ଲକ୍ଷ କୋଟି ଟଙ୍କା ସରକାର ଅସୁଲ କରୁନାହିଁ କାହିଁକି? : ଭକ୍ତ
- କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ ...
ବାଂଲାଦେଶରେ ଘନ କୁହୁଡି,ଡଙ୍ଗାସେବା ପ୍ରଭାବିତ,ନଦୀ ଘାଟରେ 300ରୁ ଅଧିକ ଯାନବାହନ ନଦୀ ଘାଟରେ ଫସି ରହିଛି
ଢାକା 5 ଜାନୁଆରୀ-ବାଂଲାଦେଶରେ ଘନ କୁହୁଡି ନଦୀ ଜଳପଥରେ ବ୍ରେକ ଲଗାଇଛି।ଦୃଶ୍ୟମାନତା ହ୍ରାସ ଯୋଗୁଁ ପତୁରିୟା-ଦୌଲତଦିୟା ଏବଂ ଅରିଚା-କାଜୀରହାଟ ଜଳପଥରେ ଡଙ୍ଗା ସେବା ସମ୍ପୁର୍ଣ୍ଣ ନିଷେଧ।ପାଗ ଖୋଲିବା ପର୍ଯ୍ୟନ୍ତ ଏହି ସେବା ସ୍ଥଗିତ ରହିବ।ଢାକା ଟ୍ରିବ୍ୟୁନ ଖବର କାଗଜ ଅନୁଯାୟୀ ଖାନ ଜହାନ ଅଲୀ ବୀର ଶ୍ରେଷ୍ଠ ଜହାଙ୍ଗୀର ଏବଂ ବେଗର ଘାଟରେ 300ରୁ ଅଧିକ ଗାଡି ନଦୀ ମଧ୍ୟରେ ଅଟକି ରହିଛି।ଏଥି ମଧ୍ୟରୁ ଅଧିକାଂଶ ମାଲବାହୀ ଟ୍ରକ।ସେମାନଙ୍କୁ ଚାରୋଟି ନଦୀ ଘାଟ ପାର କରି ଗନ୍ତବ୍ୟସ୍ଥଳରେ ପହଁଞ୍ଚିବାକୁ ପଡିବ। ବାଂଲାଦେଶ ଆଭ୍ୟନ୍ତରୀଣ ଜଳ ପରିବହନ ନିଗମର ଡେପୁଟି ଜେନେରାଲ ମ୍ୟାନେଜର ନାସିର ଚୌଧୁରୀ କହିଛନ୍ତି ଯେ ଅରିଚା କାଜିରହାଟ ଜଳପଥରେ ସୁର୍ଯ୍ୟାସ୍ତ ପରେ କୁହୁଡିର ତୀବ୍ରତା ବୃଦ୍ଧି ପାଇବାରେ ଲାଗିଛି। ରାତି 11ଟା 30 ସମୟରେ କୁହୁଡି ଏତେ ଘନ ହୋଇଗଲା ଯେ ଏହା ସମଗ୍ର ଜଳପଥକୁ ଆଚ୍ଛାଦନ କରିଦେଇଥିଲା।ତେଣୁ ଡଙ୍ଗା ସେବାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେବାକୁ ପଡିଲା।ଯାତ୍ରୀ ଏବଂ ଯାନବାହନକୁ ନେଇ ଯାଉଥିବା ଖାନ ଜହାନ ଅଲୀ ରୋ-ରୋ ନୌକା ମଧ୍ୟରେ ନଦୀରେ ଅଟକି ରହିଥିଲା।ଅନ୍ୟ ତିନି ଘାଟ-ଚିତ୍ରା,କୃଷ୍ଣୀ ଏବଂ ଶାହ ଅଲୀ-ଅରିଚା ଟର୍ମିନାଲରେ ଗାଡି ଅଟକି ରହିଛି।ରାତି ପ୍ରାୟ ଗୋଟାଏ ସମୟରେ ଘନ କୁହୁଡି କାରଣରୁ ପତୁରିୟା -ଦୌଲତଡିୟା ଜଳପଥ ମଧ୍ୟ ବନ୍ଦ ରହିଥିଲା।ଏହି ସମୟରେ ଦୁଇଟି ଡଙ୍ଗା ବିରଶ୍ରେଷ୍ଠ ଜହାଙ୍ଗୀର ଏବଂ ବେଗରରେ ନଦୀରେ ଅଟକି ରହିଛି।କୁହୁଡି ଆଠଟି ନଦୀ ଘାଟକୁ ପ୍ରଭାବିତ କରିଛି।