- ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନ୍ତର୍ଗତ ଉପହାର ସାମଗ୍ରୀ ଯୋଗାଇବା ପାଇଁ ଉତ୍କଳିକାର ବୁଝାମଣାପତ୍ର ସ୍ୱାକ୍ଷରିତ
- ମିଳିଲା ବୋମା ମାଡ ଧମକ, ସମ୍ବଲପୁର କୋର୍ଟ ପରିସରରେ ଜୋରଦାର ଯାଞ୍ଚ
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ଭେଟିଲେ ଟିଏଫଏଲର ଏମଡି
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ନାଲକୋ ଅବସରପ୍ରାପ୍ତ କର୍ମଚାରୀ କଲ୍ୟାଣ ସଂଘ କର୍ମକର୍ତ୍ତାଙ୍କୁ ଭେଟିଲେ
- ଖୁବଶୀଘ୍ର ରାଜ୍ୟରେ ୪୫ ହଜାର ଶିକ୍ଷକ ପଦବୀ ପୂରଣ ହେବ - ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
ବାଂଲାଦେଶରେ ଘନ କୁହୁଡି,ଡଙ୍ଗାସେବା ପ୍ରଭାବିତ,ନଦୀ ଘାଟରେ 300ରୁ ଅଧିକ ଯାନବାହନ ନଦୀ ଘାଟରେ ଫସି ରହିଛି
ଢାକା 5 ଜାନୁଆରୀ-ବାଂଲାଦେଶରେ ଘନ କୁହୁଡି ନଦୀ ଜଳପଥରେ ବ୍ରେକ ଲଗାଇଛି।ଦୃଶ୍ୟମାନତା ହ୍ରାସ ଯୋଗୁଁ ପତୁରିୟା-ଦୌଲତଦିୟା ଏବଂ ଅରିଚା-କାଜୀରହାଟ ଜଳପଥରେ ଡଙ୍ଗା ସେବା ସମ୍ପୁର୍ଣ୍ଣ ନିଷେଧ।ପାଗ ଖୋଲିବା ପର୍ଯ୍ୟନ୍ତ ଏହି ସେବା ସ୍ଥଗିତ ରହିବ।ଢାକା ଟ୍ରିବ୍ୟୁନ ଖବର କାଗଜ ଅନୁଯାୟୀ ଖାନ ଜହାନ ଅଲୀ ବୀର ଶ୍ରେଷ୍ଠ ଜହାଙ୍ଗୀର ଏବଂ ବେଗର ଘାଟରେ 300ରୁ ଅଧିକ ଗାଡି ନଦୀ ମଧ୍ୟରେ ଅଟକି ରହିଛି।ଏଥି ମଧ୍ୟରୁ ଅଧିକାଂଶ ମାଲବାହୀ ଟ୍ରକ।ସେମାନଙ୍କୁ ଚାରୋଟି ନଦୀ ଘାଟ ପାର କରି ଗନ୍ତବ୍ୟସ୍ଥଳରେ ପହଁଞ୍ଚିବାକୁ ପଡିବ। ବାଂଲାଦେଶ ଆଭ୍ୟନ୍ତରୀଣ ଜଳ ପରିବହନ ନିଗମର ଡେପୁଟି ଜେନେରାଲ ମ୍ୟାନେଜର ନାସିର ଚୌଧୁରୀ କହିଛନ୍ତି ଯେ ଅରିଚା କାଜିରହାଟ ଜଳପଥରେ ସୁର୍ଯ୍ୟାସ୍ତ ପରେ କୁହୁଡିର ତୀବ୍ରତା ବୃଦ୍ଧି ପାଇବାରେ ଲାଗିଛି। ରାତି 11ଟା 30 ସମୟରେ କୁହୁଡି ଏତେ ଘନ ହୋଇଗଲା ଯେ ଏହା ସମଗ୍ର ଜଳପଥକୁ ଆଚ୍ଛାଦନ କରିଦେଇଥିଲା।ତେଣୁ ଡଙ୍ଗା ସେବାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେବାକୁ ପଡିଲା।ଯାତ୍ରୀ ଏବଂ ଯାନବାହନକୁ ନେଇ ଯାଉଥିବା ଖାନ ଜହାନ ଅଲୀ ରୋ-ରୋ ନୌକା ମଧ୍ୟରେ ନଦୀରେ ଅଟକି ରହିଥିଲା।ଅନ୍ୟ ତିନି ଘାଟ-ଚିତ୍ରା,କୃଷ୍ଣୀ ଏବଂ ଶାହ ଅଲୀ-ଅରିଚା ଟର୍ମିନାଲରେ ଗାଡି ଅଟକି ରହିଛି।ରାତି ପ୍ରାୟ ଗୋଟାଏ ସମୟରେ ଘନ କୁହୁଡି କାରଣରୁ ପତୁରିୟା -ଦୌଲତଡିୟା ଜଳପଥ ମଧ୍ୟ ବନ୍ଦ ରହିଥିଲା।ଏହି ସମୟରେ ଦୁଇଟି ଡଙ୍ଗା ବିରଶ୍ରେଷ୍ଠ ଜହାଙ୍ଗୀର ଏବଂ ବେଗରରେ ନଦୀରେ ଅଟକି ରହିଛି।କୁହୁଡି ଆଠଟି ନଦୀ ଘାଟକୁ ପ୍ରଭାବିତ କରିଛି।