- ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା
- ଅର୍ଥନୈତିକ ସର୍ଭେ ରିପୋର୍ଟ : ରାଜ୍ୟରେ ଉତ୍ପାଦନ କ୍ଷେତ୍ର ୮.୩ ପ୍ରତିଶତ ହାରରେ ବୃଦ୍ଧି ପାଇବ
- ଚଳିତ ଆର୍ଥିକ ବର୍ଷର ୧୦ ମାସ ପରେ ମଧ୍ୟ ଓଡ଼ିଶା ସରକାର ୫୦ ପ୍ରତିଶତରୁ ଅଧିକ ବଜେଟ ରାଶି ଖର୍ଚ୍ଚ କରିପାରିନାହାନ୍ତି : କ...
- ଶିଳ୍ପ ସଂସ୍ଥାଙ୍କ ଠାରୁ ଦେଢ଼ଲକ୍ଷ କୋଟି ଟଙ୍କା ସରକାର ଅସୁଲ କରୁନାହିଁ କାହିଁକି? : ଭକ୍ତ
- କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ ...
କ୍ୟାପିଟାଲ ଦଙ୍ଗାରେ ସାମିଲ 1500 ଲୋକଙ୍କୁ କ୍ଷମା ଦେଲେ ଡୋନାଲ୍ଡ ଟ୍ରମ୍ପ
ୱାଶିଂଟନ, 22 ଜାନୁଆରି - ଆମେରିକାର 47ତମ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଶପଥ ନେବା ପରେ ସର୍ବପ୍ରଥମେ ନିଜ ଓଭାଲ ଅଫିସରେ ପହଂଚିଛନ୍ତି । ସେ କଠୋର ଆଭିମୁଖ୍ୟ ଆପଣାଇ ପୂର୍ବବର୍ତ୍ତୀ ବାଇଡେନ ପ୍ରଶାସନର 78 ନିଷ୍ପତିକୁ ରଦ୍ଦ କରିଦେଇଛନ୍ତି । ଅନେକ କାର୍ଯ୍ୟକାରୀ ନିର୍ଦ୍ଦେଶ ଉପରେ ହସ୍ତାକ୍ଷର କରିଛନ୍ତି । ସେ କହିଛନ୍ତି ଯେ, ମିଳିତ ରାଷ୍ଟ୍ର ଆମେରିକା ଐତିହାସିକ ପ୍ୟାରିସ ଜଳବାୟୁ ବୁଝାମଣାରୁ ଓହରିଯିବ । ଡୋନାଲ୍ଡ ଟ୍ରମ୍ପ ଏହି ଅବସରରେ ଜାନୁୟାରୀ 6ର କ୍ୟପାଟାଲ ଦଙ୍ଗାରେ ସାମିଲ ସମସ୍ତ ଲୋକଙ୍କୁ କ୍ଷମା ଦେଇଛନ୍ତି ।
ଅଷ୍ଟ୍ରେଲିଆନ ବ୍ରଡକାଷ୍ଟିଂ କର୍ପୋରେସନର ରିପୋର୍ଟ ଅନୁସାରେ ଟ୍ରମ୍ପ ଜାନୁୟାରୀ 6ର କ୍ୟାପିଟାଲ ଦଙ୍ଗାରେ ସାମିଲ ସମସ୍ତ ଲୋକଙ୍କୁ କ୍ଷମା କରିଦେଇଛନ୍ତି । ସେ ଜେଲ ଅଧିକାରୀଙ୍କୁ ଦଙ୍ଗା ସମ୍ବନ୍ଧିତ ସମସ୍ତ କଏଦୀଙ୍କୁ ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଚନ୍ତି । ରାଷ୍ଟ୍ରପତି ଭାବେ ସେ ଓଭାଲ କାର୍ଯ୍ୟାଳୟ ପୁଣିଥରେ ଫେରିବା ମାତ୍ରେ ହିଁ ସର୍ବପ୍ରଥମେ ବିଦ୍ରୋହରେ ସାମିଲ ପ୍ରାୟ 1500 ଲୋକଙ୍କୁ କ୍ଷମା କରିବା ନିର୍ଦ୍ଦେଶ ଉପରେ ହସ୍ତାକ୍ଷର କରିଛନ୍ତି ।