BIG NEWS
ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି

କ୍ୟାପିଟାଲ ଦଙ୍ଗାରେ ସାମିଲ 1500 ଲୋକଙ୍କୁ କ୍ଷମା ଦେଲେ ଡୋନାଲ୍ଡ ଟ୍ରମ୍ପ

FMNEWS.IN 22-01-2025
Donald Trump pardons 1,500 people involved in Capitol riots

ୱାଶିଂଟନ, 22 ଜାନୁଆରି - ଆମେରିକାର 47ତମ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଶପଥ ନେବା ପରେ ସର୍ବପ୍ରଥମେ ନିଜ ଓଭାଲ ଅଫିସରେ ପହଂଚିଛନ୍ତି । ସେ କଠୋର ଆଭିମୁଖ୍ୟ ଆପଣାଇ ପୂର୍ବବର୍ତ୍ତୀ ବାଇଡେନ ପ୍ରଶାସନର 78 ନିଷ୍ପତିକୁ ରଦ୍ଦ କରିଦେଇଛନ୍ତି । ଅନେକ କାର୍ଯ୍ୟକାରୀ ନିର୍ଦ୍ଦେଶ ଉପରେ ହସ୍ତାକ୍ଷର କରିଛନ୍ତି । ସେ କହିଛନ୍ତି ଯେ, ମିଳିତ ରାଷ୍ଟ୍ର ଆମେରିକା ଐତିହାସିକ ପ୍ୟାରିସ ଜଳବାୟୁ ବୁଝାମଣାରୁ ଓହରିଯିବ । ଡୋନାଲ୍ଡ ଟ୍ରମ୍ପ ଏହି ଅବସରରେ ଜାନୁୟାରୀ 6ର କ୍ୟପାଟାଲ ଦଙ୍ଗାରେ ସାମିଲ ସମସ୍ତ ଲୋକଙ୍କୁ କ୍ଷମା ଦେଇଛନ୍ତି ।

ଅଷ୍ଟ୍ରେଲିଆନ ବ୍ରଡକାଷ୍ଟିଂ କର୍ପୋରେସନର ରିପୋର୍ଟ ଅନୁସାରେ ଟ୍ରମ୍ପ ଜାନୁୟାରୀ 6ର କ୍ୟାପିଟାଲ ଦଙ୍ଗାରେ ସାମିଲ ସମସ୍ତ ଲୋକଙ୍କୁ କ୍ଷମା କରିଦେଇଛନ୍ତି । ସେ ଜେଲ ଅଧିକାରୀଙ୍କୁ ଦଙ୍ଗା ସମ୍ବନ୍ଧିତ ସମସ୍ତ କଏଦୀଙ୍କୁ ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଚନ୍ତି । ରାଷ୍ଟ୍ରପତି ଭାବେ ସେ ଓଭାଲ କାର୍ଯ୍ୟାଳୟ ପୁଣିଥରେ ଫେରିବା ମାତ୍ରେ ହିଁ ସର୍ବପ୍ରଥମେ ବିଦ୍ରୋହରେ ସାମିଲ ପ୍ରାୟ 1500 ଲୋକଙ୍କୁ କ୍ଷମା କରିବା ନିର୍ଦ୍ଦେଶ ଉପରେ ହସ୍ତାକ୍ଷର କରିଛନ୍ତି ।