- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ନେପାଳ-ତିବେତ୍ ରେ ଭୂକମ୍ପ, 95 ଜଣଙ୍କ ମୃତ୍ୟୁ,130 ଆହତ
କାଠମାଣ୍ଡୁ, 7 ଜାନୁଆରି :- ନେପାଳ-ତିବେତ୍ ରେ ପୁଣି ଥରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 7.1 ରେକର୍ଡ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ,ଭୂକମ୍ପରେ ବର୍ତ୍ତମାନ ସୁଧା 95 ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ଏଥିରେ 130 ଜଣ ଆହତ ହୋଇଛନ୍ତି।
ଭୂକମ୍ପ ମାପନ କେନ୍ଦ୍ର ମୁତାବକ ନେପାଳରେ ପ୍ରଥମ ଝଟ୍କା ପରେ ପୁଣି ଥରେ ବଡ ଝଟ୍କା ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା 5.8 ରେକର୍ଡ ହୋଇଛି । ଭୂକମ୍ପର ବଡ ଝଟ୍କା ପରେ ଳଗାତର ଆଫ୍ଟର ସେକ ଆସିବାର ଆଶଙ୍କା ଥିବାରୁ ଲୋକଙ୍କୁ ସତର୍କ ରହିବାକୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ କେପି ଓଲି ।
ଭୂକମ୍ପର କେନ୍ଦ୍ରବିନ୍ଦୁ କାଠମାଣ୍ଡୁରୁ ପ୍ରାୟ 280 କିମି ଉତର ଓ ମାଉଣ୍ଟ ଏଭରେଷ୍ଟରୁ ପ୍ରାୟ 90 କିଲୋମିଟର ଦୂରରେ । ଏହା ତିବ୍ଦତର ପାହାଡିଆ ଅଂଚଳରେ ଯେଉଁଠାରେ ମାନବ ବସତି ବହୁତ କମ୍ ।
ସ୍ଥାନୀୟ ସମୟ ମୁତାବକ ଭୂକମ୍ପର ପ୍ରଥମ ଝଟ୍କା 6.50 ମିନିଟ ସମୟରେ ଅନୁଭୂତ ହୋଇଥିଲା । ଏହାପରେ ଲୋକେ ଭୟରେ ବାହାରକୁ ଚାଲିଆସିଥିଲେ । ଏହାର କିଛି ସମୟ ପରେ ଭୂକମ୍ପର ଦ୍ୱିତୀୟ ଝଟ୍କା ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା 5.2 ରେକର୍ଡ ହୋଇଛି ।