- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
ନେପାଳ-ତିବେତ୍ ରେ ଭୂକମ୍ପ, 95 ଜଣଙ୍କ ମୃତ୍ୟୁ,130 ଆହତ
କାଠମାଣ୍ଡୁ, 7 ଜାନୁଆରି :- ନେପାଳ-ତିବେତ୍ ରେ ପୁଣି ଥରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 7.1 ରେକର୍ଡ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ,ଭୂକମ୍ପରେ ବର୍ତ୍ତମାନ ସୁଧା 95 ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ଏଥିରେ 130 ଜଣ ଆହତ ହୋଇଛନ୍ତି।
ଭୂକମ୍ପ ମାପନ କେନ୍ଦ୍ର ମୁତାବକ ନେପାଳରେ ପ୍ରଥମ ଝଟ୍କା ପରେ ପୁଣି ଥରେ ବଡ ଝଟ୍କା ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା 5.8 ରେକର୍ଡ ହୋଇଛି । ଭୂକମ୍ପର ବଡ ଝଟ୍କା ପରେ ଳଗାତର ଆଫ୍ଟର ସେକ ଆସିବାର ଆଶଙ୍କା ଥିବାରୁ ଲୋକଙ୍କୁ ସତର୍କ ରହିବାକୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ କେପି ଓଲି ।
ଭୂକମ୍ପର କେନ୍ଦ୍ରବିନ୍ଦୁ କାଠମାଣ୍ଡୁରୁ ପ୍ରାୟ 280 କିମି ଉତର ଓ ମାଉଣ୍ଟ ଏଭରେଷ୍ଟରୁ ପ୍ରାୟ 90 କିଲୋମିଟର ଦୂରରେ । ଏହା ତିବ୍ଦତର ପାହାଡିଆ ଅଂଚଳରେ ଯେଉଁଠାରେ ମାନବ ବସତି ବହୁତ କମ୍ ।
ସ୍ଥାନୀୟ ସମୟ ମୁତାବକ ଭୂକମ୍ପର ପ୍ରଥମ ଝଟ୍କା 6.50 ମିନିଟ ସମୟରେ ଅନୁଭୂତ ହୋଇଥିଲା । ଏହାପରେ ଲୋକେ ଭୟରେ ବାହାରକୁ ଚାଲିଆସିଥିଲେ । ଏହାର କିଛି ସମୟ ପରେ ଭୂକମ୍ପର ଦ୍ୱିତୀୟ ଝଟ୍କା ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା 5.2 ରେକର୍ଡ ହୋଇଛି ।