Breaking News
- ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନ୍ତର୍ଗତ ଉପହାର ସାମଗ୍ରୀ ଯୋଗାଇବା ପାଇଁ ଉତ୍କଳିକାର ବୁଝାମଣାପତ୍ର ସ୍ୱାକ୍ଷରିତ
- ମିଳିଲା ବୋମା ମାଡ ଧମକ, ସମ୍ବଲପୁର କୋର୍ଟ ପରିସରରେ ଜୋରଦାର ଯାଞ୍ଚ
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ଭେଟିଲେ ଟିଏଫଏଲର ଏମଡି
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ନାଲକୋ ଅବସରପ୍ରାପ୍ତ କର୍ମଚାରୀ କଲ୍ୟାଣ ସଂଘ କର୍ମକର୍ତ୍ତାଙ୍କୁ ଭେଟିଲେ
- ଖୁବଶୀଘ୍ର ରାଜ୍ୟରେ ୪୫ ହଜାର ଶିକ୍ଷକ ପଦବୀ ପୂରଣ ହେବ - ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟରଙ୍କ ଶହେ ବର୍ଷ ବୟସରେ ବିୟୋଗ
FMNEWS.IN
30-12-2024
ୱାଶିଂଟନ, 30 ଡିସେମ୍ବର- ଆମେରିକାର 39ତମ ରାଷ୍ଟ୍ରପତି ଜିମି କାର୍ଟରଙ୍କର ଶହେ ବର୍ଷ ବୟସରେ ରବିବାର ବିୟୋଗ ହୋଇଛି । ସେ ଆମେରିକାର ସବୁଠୁ ଦୀର୍ଘ ସମୟ ଯାଏ ଜୀବିତ ରହିଥିବା ରାଷ୍ଟ୍ରପତି ଅଟନ୍ତି । ଜିମି କାର୍ଟର ଗରିବ ଓ ବଂଚିତଙ୍କ ସେବା ଓ ସେମାନଙ୍କ ଅଧିକାରର ଓକିଲାତି କରିଥିବା ମାନବବାଦୀ ନେତା ଭାବେ ଜଣାଶୁଣା ।
ଜିମି କାର୍ଟରଙ୍କ ବିୟୋଗରେ ରାଷ୍ଟ୍ରପତି ଜୋ ବାଇଡେନ ଶୋକ ପ୍ରକାଶ କରି କହିଛନ୍ତି ଯେ, ଆଜି ଆମେରିକା ଓ ବିଶ୍ୱ ଜଣେ ଅସାଧାରଣ ରାଜନେତା ତଥା ମାନବତାବାଦୀ ହରାଇଛି ।
ଜିମି କାର୍ଟରଙ୍କ ଜନ୍ମ 1924 ଅକ୍ଟୋବର 1ରେ ହୋଇଥିଲା । ସେ 1977ରୁ 1981 ଯାଏ ମିଳିତ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଥିଲେ । ଶହେ ବର୍ଷ ବଂଚିଥାଏ ଜଣେ ମାତ୍ର ପୂର୍ବତନ ଆମେରିକା ରାଷ୍ଟ୍ରପତି ସିଏ ଅଟନ୍ତି ।