Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟରଙ୍କ ଶହେ ବର୍ଷ ବୟସରେ ବିୟୋଗ
FMNEWS.IN
30-12-2024
ୱାଶିଂଟନ, 30 ଡିସେମ୍ବର- ଆମେରିକାର 39ତମ ରାଷ୍ଟ୍ରପତି ଜିମି କାର୍ଟରଙ୍କର ଶହେ ବର୍ଷ ବୟସରେ ରବିବାର ବିୟୋଗ ହୋଇଛି । ସେ ଆମେରିକାର ସବୁଠୁ ଦୀର୍ଘ ସମୟ ଯାଏ ଜୀବିତ ରହିଥିବା ରାଷ୍ଟ୍ରପତି ଅଟନ୍ତି । ଜିମି କାର୍ଟର ଗରିବ ଓ ବଂଚିତଙ୍କ ସେବା ଓ ସେମାନଙ୍କ ଅଧିକାରର ଓକିଲାତି କରିଥିବା ମାନବବାଦୀ ନେତା ଭାବେ ଜଣାଶୁଣା ।
ଜିମି କାର୍ଟରଙ୍କ ବିୟୋଗରେ ରାଷ୍ଟ୍ରପତି ଜୋ ବାଇଡେନ ଶୋକ ପ୍ରକାଶ କରି କହିଛନ୍ତି ଯେ, ଆଜି ଆମେରିକା ଓ ବିଶ୍ୱ ଜଣେ ଅସାଧାରଣ ରାଜନେତା ତଥା ମାନବତାବାଦୀ ହରାଇଛି ।
ଜିମି କାର୍ଟରଙ୍କ ଜନ୍ମ 1924 ଅକ୍ଟୋବର 1ରେ ହୋଇଥିଲା । ସେ 1977ରୁ 1981 ଯାଏ ମିଳିତ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଥିଲେ । ଶହେ ବର୍ଷ ବଂଚିଥାଏ ଜଣେ ମାତ୍ର ପୂର୍ବତନ ଆମେରିକା ରାଷ୍ଟ୍ରପତି ସିଏ ଅଟନ୍ତି ।