- ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନ୍ତର୍ଗତ ଉପହାର ସାମଗ୍ରୀ ଯୋଗାଇବା ପାଇଁ ଉତ୍କଳିକାର ବୁଝାମଣାପତ୍ର ସ୍ୱାକ୍ଷରିତ
- ମିଳିଲା ବୋମା ମାଡ ଧମକ, ସମ୍ବଲପୁର କୋର୍ଟ ପରିସରରେ ଜୋରଦାର ଯାଞ୍ଚ
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ଭେଟିଲେ ଟିଏଫଏଲର ଏମଡି
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ନାଲକୋ ଅବସରପ୍ରାପ୍ତ କର୍ମଚାରୀ କଲ୍ୟାଣ ସଂଘ କର୍ମକର୍ତ୍ତାଙ୍କୁ ଭେଟିଲେ
- ଖୁବଶୀଘ୍ର ରାଜ୍ୟରେ ୪୫ ହଜାର ଶିକ୍ଷକ ପଦବୀ ପୂରଣ ହେବ - ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
ହିଲେରୀ କ୍ଲିଣ୍ଟନ ସମେତ 19ଜଣ ଆମେରିକାର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରେସିଡେନ୍ସିଆଲ ମେଡଲ ଆଫ ଫ୍ରିଡମରେ ଅଳଙ୍କୃତ
ୱାଶିଂଟନ 5 ଜାନୁଆରୀ-ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଶନିବାର ଦିନ ପୁର୍ବତନ ବିଦେଶମନ୍ତ୍ରୀ ହିଲେରୀ କ୍ଲିଣ୍ଟନ ସମେତ 19ଜଣ ଜଣାଶୁଣା ବ୍ୟକ୍ତିଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରେସିଡେନ୍ସିଆଲ ମେଡଲ ଅଫ ଫ୍ରିଡମ ରେ ଅଳଙ୍କୃତ କରାଯାଇଥିଲା। ସମ୍ମାନ ସମାରୋହ ଆୟୋଜିତ ହ୍ୱାଇଟ ହାଉସର ଇଷ୍ଟ ରୁମରେ ଆୟୋଜିତ ହୋଇଥିଲା।
ଦ ହ୍ୱାଇଟ ହାଉସର ବିଜ୍ଞପ୍ତିଅନୁଯାୟୀ ରାଷ୍ଟ୍ରପତି ବାଇଡେନ କହିଛନ୍ତି ଯେ ଅଳଙ୍କୃତ ହୋଇଥିବା ହିଲେରୀ କ୍ଲିଣ୍ଟନ ସମେତ ସମସ୍ତ 10ଜଣ ଆମେରିକାର ଉନ୍ନତି ପାଇଁ ଅନେକ କିଛି କରିଛନ୍ତି।ଅନ୍ୟ ଅଳଙ୍କୃତ ଲୋକଙ୍କ ମଧ୍ୟରେ ଅଭିନେତା ମାଇକଲ ଜୋ.ଫାଁକ୍ସ,ଡୋନ୍ଜେଲ ୱାଶିଂଟନ,ୟୁ2 ଫ୍ରଣ୍ଟମ୍ୟାନ ବୋନୋ,ଇଣ୍ଟର ମିୟାମୀଫୁଟବଲ ଷ୍ଟାର ଲିୟୋନେଲ ମୋର୍ସୀ ,ଏବଂ ଅରବପତି ଜାର୍ଜ ସୋରୋସ ସାମିଲ ଅଛନ୍ତି।ମରଣୋପରାନ୍ତ ଏହି ସମ୍ମାନରେ ଅଳଙ୍କୃତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ପୁର୍ବତନ ଆଟର୍ଣ୍ଣୀ ଜେନେରାଲ ରାବର୍ଟ ଏଫ କେନେଡୀ,ନାଗରିକ ଅଧିକାର ନେତାଫୋନୀ ଲୁ ହେମର,ପୁର୍ବତନ ପ୍ରତିରକ୍ଷା ସଚିବ ଏଶ କାର୍ଟର ଏବଂ ମିଶିଗନର ପୁର୍ବତନରାଜ୍ୟପାଳ ଜାର୍ଜ ଡବ୍ଲୁ ରୋମନୀ ଅଛନ୍ତି।