Breaking News
- ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା
- ଅର୍ଥନୈତିକ ସର୍ଭେ ରିପୋର୍ଟ : ରାଜ୍ୟରେ ଉତ୍ପାଦନ କ୍ଷେତ୍ର ୮.୩ ପ୍ରତିଶତ ହାରରେ ବୃଦ୍ଧି ପାଇବ
- ଚଳିତ ଆର୍ଥିକ ବର୍ଷର ୧୦ ମାସ ପରେ ମଧ୍ୟ ଓଡ଼ିଶା ସରକାର ୫୦ ପ୍ରତିଶତରୁ ଅଧିକ ବଜେଟ ରାଶି ଖର୍ଚ୍ଚ କରିପାରିନାହାନ୍ତି : କ...
- ଶିଳ୍ପ ସଂସ୍ଥାଙ୍କ ଠାରୁ ଦେଢ଼ଲକ୍ଷ କୋଟି ଟଙ୍କା ସରକାର ଅସୁଲ କରୁନାହିଁ କାହିଁକି? : ଭକ୍ତ
- କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ ...
ୟୁକ୍ରେନ ରୁଷର କୁର୍ସ୍କରେ ହୋଇଥିବା ଯୁଦ୍ଧରେ ଉତ୍ତର କୋରିୟାର ଅନେକ ଶହ ସୈନିକଙ୍କୁ ନିହତ କରିଛି,ଆମେରିକୀୟ ଅଧିକାରୀଙ୍କ ଦାବି
FMNEWS.IN
18-12-2024
ୱାଶିଂଟନ 18 ଡିସେମ୍ବର :-ୟୁକ୍ରେନର ସୈନ୍ୟମାନେ ରୁଷର କୁସ୍କ ଅଞ୍ଚଳରେ ଆରମ୍ଭ ହୋଇଥିବା ଯୁଦ୍ଧରେ ଉତ୍ତର କୋରିୟାର ଅନେକ ଶହ ସୈନିକଙ୍କୁ ନିହତ କରିଛନ୍ତି।ଏହି ଦାବି ଏକ ବରିଷ୍ଠ ଆମେରିକୀୟ ସୈନ୍ୟ ଅଧିକାରୀ କରିଛନ୍ତି।ରୁଷ ପାଇଁ ଏହା ଏକ ବଡ ଝଟକା ବୋଲି ବିବେଚନା କରାଯାଉଛି।ଉତ୍ତର କୋରିୟାର ପ୍ରାୟ 10,000 ସୈନିକ ୟୁକ୍ରେନ ବିରୋଧରେ ଲଢେଇରେ ରୁଷର ସେନାକୁ ସମର୍ଥନ କରୁଛନ୍ତି।
ଦ ଗାର୍ଜିୟନ ଖବରକାଗଜ ଆମେରିକା ଅଧିକାରୀଙ୍କ ଉଦ୍ଦେଶ୍ୟରେ ଏହି ଖବର ଦେଇଛି।ଖବରରେ ଦାବି କରିଛି ଯେ ୟୁକ୍ରେନ ସହ ଯୁଦ୍ଧରେ ଅନେକ ଶହ ଉତ୍ତର କୋରିୟାର ସୈନିକ ନିହତ ହୋଇଛaନ୍ତି।ସେମାନଙ୍କ ମଧ୍ୟରେ ସମସ୍ତ ବର୍ଗର ଲୋକ ଅଛନ୍ତି।ରୁଷ କୁର୍ସ୍କ ଅଞ୍ଚଳରୁ ୟୁକ୍ରେନ ସୈନିକମାନଙ୍କୁ ପଛକୁ ଫେରାଇ ଆଣିବାକୁ ସଙ୍ଘର୍ଷ କରୁଛି।ୟୁକ୍ରେନ ସୈନ୍ୟମାନେ ଚଳିତ ବର୍ଷ ଆରମ୍ଭରେ ଏହି ଅଞ୍ଚଳ କାବୁ କରିଥିଲେ।ଉତ୍ତର କୋରିୟାର ସୈନିକଙ୍କୁ ବିଶେଷକରି ଏହି ଅଞ୍ଚଳରେ ନିୟୋଜିତ କରାଯାଇଛି।