Breaking News
- ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନ୍ତର୍ଗତ ଉପହାର ସାମଗ୍ରୀ ଯୋଗାଇବା ପାଇଁ ଉତ୍କଳିକାର ବୁଝାମଣାପତ୍ର ସ୍ୱାକ୍ଷରିତ
- ମିଳିଲା ବୋମା ମାଡ ଧମକ, ସମ୍ବଲପୁର କୋର୍ଟ ପରିସରରେ ଜୋରଦାର ଯାଞ୍ଚ
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ଭେଟିଲେ ଟିଏଫଏଲର ଏମଡି
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ନାଲକୋ ଅବସରପ୍ରାପ୍ତ କର୍ମଚାରୀ କଲ୍ୟାଣ ସଂଘ କର୍ମକର୍ତ୍ତାଙ୍କୁ ଭେଟିଲେ
- ଖୁବଶୀଘ୍ର ରାଜ୍ୟରେ ୪୫ ହଜାର ଶିକ୍ଷକ ପଦବୀ ପୂରଣ ହେବ - ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
ୟୁକ୍ରେନ ରୁଷର କୁର୍ସ୍କରେ ହୋଇଥିବା ଯୁଦ୍ଧରେ ଉତ୍ତର କୋରିୟାର ଅନେକ ଶହ ସୈନିକଙ୍କୁ ନିହତ କରିଛି,ଆମେରିକୀୟ ଅଧିକାରୀଙ୍କ ଦାବି
FMNEWS.IN
18-12-2024
ୱାଶିଂଟନ 18 ଡିସେମ୍ବର :-ୟୁକ୍ରେନର ସୈନ୍ୟମାନେ ରୁଷର କୁସ୍କ ଅଞ୍ଚଳରେ ଆରମ୍ଭ ହୋଇଥିବା ଯୁଦ୍ଧରେ ଉତ୍ତର କୋରିୟାର ଅନେକ ଶହ ସୈନିକଙ୍କୁ ନିହତ କରିଛନ୍ତି।ଏହି ଦାବି ଏକ ବରିଷ୍ଠ ଆମେରିକୀୟ ସୈନ୍ୟ ଅଧିକାରୀ କରିଛନ୍ତି।ରୁଷ ପାଇଁ ଏହା ଏକ ବଡ ଝଟକା ବୋଲି ବିବେଚନା କରାଯାଉଛି।ଉତ୍ତର କୋରିୟାର ପ୍ରାୟ 10,000 ସୈନିକ ୟୁକ୍ରେନ ବିରୋଧରେ ଲଢେଇରେ ରୁଷର ସେନାକୁ ସମର୍ଥନ କରୁଛନ୍ତି।
ଦ ଗାର୍ଜିୟନ ଖବରକାଗଜ ଆମେରିକା ଅଧିକାରୀଙ୍କ ଉଦ୍ଦେଶ୍ୟରେ ଏହି ଖବର ଦେଇଛି।ଖବରରେ ଦାବି କରିଛି ଯେ ୟୁକ୍ରେନ ସହ ଯୁଦ୍ଧରେ ଅନେକ ଶହ ଉତ୍ତର କୋରିୟାର ସୈନିକ ନିହତ ହୋଇଛaନ୍ତି।ସେମାନଙ୍କ ମଧ୍ୟରେ ସମସ୍ତ ବର୍ଗର ଲୋକ ଅଛନ୍ତି।ରୁଷ କୁର୍ସ୍କ ଅଞ୍ଚଳରୁ ୟୁକ୍ରେନ ସୈନିକମାନଙ୍କୁ ପଛକୁ ଫେରାଇ ଆଣିବାକୁ ସଙ୍ଘର୍ଷ କରୁଛି।ୟୁକ୍ରେନ ସୈନ୍ୟମାନେ ଚଳିତ ବର୍ଷ ଆରମ୍ଭରେ ଏହି ଅଞ୍ଚଳ କାବୁ କରିଥିଲେ।ଉତ୍ତର କୋରିୟାର ସୈନିକଙ୍କୁ ବିଶେଷକରି ଏହି ଅଞ୍ଚଳରେ ନିୟୋଜିତ କରାଯାଇଛି।