Breaking News
- ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନ୍ତର୍ଗତ ଉପହାର ସାମଗ୍ରୀ ଯୋଗାଇବା ପାଇଁ ଉତ୍କଳିକାର ବୁଝାମଣାପତ୍ର ସ୍ୱାକ୍ଷରିତ
- ମିଳିଲା ବୋମା ମାଡ ଧମକ, ସମ୍ବଲପୁର କୋର୍ଟ ପରିସରରେ ଜୋରଦାର ଯାଞ୍ଚ
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ଭେଟିଲେ ଟିଏଫଏଲର ଏମଡି
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ନାଲକୋ ଅବସରପ୍ରାପ୍ତ କର୍ମଚାରୀ କଲ୍ୟାଣ ସଂଘ କର୍ମକର୍ତ୍ତାଙ୍କୁ ଭେଟିଲେ
- ଖୁବଶୀଘ୍ର ରାଜ୍ୟରେ ୪୫ ହଜାର ଶିକ୍ଷକ ପଦବୀ ପୂରଣ ହେବ - ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
ଶେଖ୍ ହସିନାଙ୍କ ବିରୁଦ୍ଧରେ ଦ୍ୱିତୀୟ ୱାରେଂଟ ଜାରି କଲା ଆଇସିଟି
FMNEWS.IN
07-01-2025
ଢାକା, 7 ଜାନୁଆରି:- ବାଂଲାଦେଶର ଅନ୍ତର୍ଜାତୀୟ ଅପରାଧିକ ନ୍ୟାୟାଧିକରଣ ଅପଦସ୍ତ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଓ 11ଅନ୍ୟ ଲୋକଙ୍କ ବିରୁଦ୍ଧରେ ସୋମବାର ଗିରଫଦାରି ୱାରେଂଟ ଜାରି କରିଛି । ଆଇସିଟି ଯେଉଁ ଲୋକଙ୍କ ବିରୁଦ୍ଧରେ ୱାରେଂଟ ଜାରି କରିଛି, ସେଥିରେ ପୂର୍ବତନ ଜେନେରାଲ ଓ ଜଣେ ପୂର୍ବତନ ପୋଲିସ ମୁଖ୍ୟଙ୍କ ସମେତ 11ଜଣଙ୍କ ନାମ ରହିଛି । ଶେଖ୍ ହସିନାଙ୍କ ବିରୁଦ୍ଧରେ ଏହା ଆଇସିଟି ଦ୍ୱାରା ଜାରି କରାଯାଇଥିବା ଦ୍ୱିତୀୟ ଗିରଫଦାରି ୱାରେଂଟ ଅଟେ । ଗତ ବର୍ଷ ଅଗଷ୍ଟରେ ଅଭାମୀ ଲିଗ ସରକାରର ବିରୋଧ ପରେ ହସିନାଙ୍କୁ ପ୍ରଧାନମନ୍ତ୍ରୀ ପଦ ଛାଡିବାକୁ ପଡିଥିଲା ।