Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଭାରତ-ପାକିସ୍ତାନ ପରସ୍ପର ଜେଲରେ ଥିବା କଏଦୀଙ୍କ ସୂଚୀ ପ୍ରକାଶ କଲେ- ବୈଦେଶିକ ମନ୍ତ୍ରାଳୟ
FMNEWS.IN
01-01-2025
ନୂଆଦିଲ୍ଲୀ, 1 ଜାନୁଆରି:- ଭାରତ ଓ ପାକିସ୍ତାନ ବୁଧବାର ପରସ୍ପରର ଜେଲରେ ବନ୍ଦ ନାଗରିକ କଏଦୀଙ୍କ ତାଲିକା ଆଦାନ ପ୍ରଦାନ କରିଛନ୍ତି । ଭାରତ 81 ମତ୍ସ୍ୟଜୀବୀଙ୍କ ସହିତ 462 ପାକିସ୍ତାନ କଏଦୀ ଓ ପାକିସ୍ତାନ 217 ମତ୍ସ୍ୟଜୀବୀଙ୍କ ସହିତ 266 ଭାରତୀୟ କଏଦୀଙ୍କ ତାଲିକା ବାଂଟିଛନ୍ତି ।
ବୈଦେଶିକ ମନ୍ତ୍ରାଳୟ ଏକ ବୟାନରେ କହିଛି ଯେ, 2008ରେ ହୋଇଥିବା ଦ୍ୱିପାକ୍ଷିକ କାଉନସିଲର ଏକ୍ସେସ ବୁଝାମଣା ପ୍ରାବଧାନ ଅନ୍ତର୍ଗତ ପ୍ରତି ବର୍ଷ ଜାନୁୟାରୀ 1 ଓ ଜୁଲାଇ 1ରେ ଏଭଳି ତାଲିକା ଆଦାନ ପ୍ରଦାନ କରାଯାଇଥାଏ ।
ଏଥିରେ କୁହାଯାଇଛି ଯେ, ଭାରତ ଓ ପାକିସ୍ତାନ ଆଜି ନୂଆ ଦିଲ୍ଲୀ ଓ ଇସଲମାବାଦରେ ରାଜନୈତିକ ମାଧ୍ୟମରେ ପରସ୍ପରର ଜେଲରେ ବନ୍ଦ ନାଗରିକ କଏଦୀଙ୍କ ତାଲିକା ଆଦାନ ପ୍ରଦାନ କରିଛନ୍ତି ।