Breaking News
- ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନ୍ତର୍ଗତ ଉପହାର ସାମଗ୍ରୀ ଯୋଗାଇବା ପାଇଁ ଉତ୍କଳିକାର ବୁଝାମଣାପତ୍ର ସ୍ୱାକ୍ଷରିତ
- ମିଳିଲା ବୋମା ମାଡ ଧମକ, ସମ୍ବଲପୁର କୋର୍ଟ ପରିସରରେ ଜୋରଦାର ଯାଞ୍ଚ
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ଭେଟିଲେ ଟିଏଫଏଲର ଏମଡି
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ନାଲକୋ ଅବସରପ୍ରାପ୍ତ କର୍ମଚାରୀ କଲ୍ୟାଣ ସଂଘ କର୍ମକର୍ତ୍ତାଙ୍କୁ ଭେଟିଲେ
- ଖୁବଶୀଘ୍ର ରାଜ୍ୟରେ ୪୫ ହଜାର ଶିକ୍ଷକ ପଦବୀ ପୂରଣ ହେବ - ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
ଭାରତ-ପାକିସ୍ତାନ ପରସ୍ପର ଜେଲରେ ଥିବା କଏଦୀଙ୍କ ସୂଚୀ ପ୍ରକାଶ କଲେ- ବୈଦେଶିକ ମନ୍ତ୍ରାଳୟ
FMNEWS.IN
01-01-2025
ନୂଆଦିଲ୍ଲୀ, 1 ଜାନୁଆରି:- ଭାରତ ଓ ପାକିସ୍ତାନ ବୁଧବାର ପରସ୍ପରର ଜେଲରେ ବନ୍ଦ ନାଗରିକ କଏଦୀଙ୍କ ତାଲିକା ଆଦାନ ପ୍ରଦାନ କରିଛନ୍ତି । ଭାରତ 81 ମତ୍ସ୍ୟଜୀବୀଙ୍କ ସହିତ 462 ପାକିସ୍ତାନ କଏଦୀ ଓ ପାକିସ୍ତାନ 217 ମତ୍ସ୍ୟଜୀବୀଙ୍କ ସହିତ 266 ଭାରତୀୟ କଏଦୀଙ୍କ ତାଲିକା ବାଂଟିଛନ୍ତି ।
ବୈଦେଶିକ ମନ୍ତ୍ରାଳୟ ଏକ ବୟାନରେ କହିଛି ଯେ, 2008ରେ ହୋଇଥିବା ଦ୍ୱିପାକ୍ଷିକ କାଉନସିଲର ଏକ୍ସେସ ବୁଝାମଣା ପ୍ରାବଧାନ ଅନ୍ତର୍ଗତ ପ୍ରତି ବର୍ଷ ଜାନୁୟାରୀ 1 ଓ ଜୁଲାଇ 1ରେ ଏଭଳି ତାଲିକା ଆଦାନ ପ୍ରଦାନ କରାଯାଇଥାଏ ।
ଏଥିରେ କୁହାଯାଇଛି ଯେ, ଭାରତ ଓ ପାକିସ୍ତାନ ଆଜି ନୂଆ ଦିଲ୍ଲୀ ଓ ଇସଲମାବାଦରେ ରାଜନୈତିକ ମାଧ୍ୟମରେ ପରସ୍ପରର ଜେଲରେ ବନ୍ଦ ନାଗରିକ କଏଦୀଙ୍କ ତାଲିକା ଆଦାନ ପ୍ରଦାନ କରିଛନ୍ତି ।