Breaking News
- ସମ୍ବଲପୁର ବିକାଶ, ସନ୍ତୁଳିତ ବିକାଶ ଏବଂ ସୁଶାସନର ଏକ ଅଭିନ୍ନ ଅଙ୍ଗ - ମୁଖ୍ୟମନ୍ତ୍ରୀ
- ପୁରୀରେ ଭକ୍ତଙ୍କୁ ଶୋଷଣ କରୁଛି ଶ୍ରୀମନ୍ଦିର ପ୍ରଶାସନ : ଉମାବଲ୍ଲଭ ରଥ
- ଟାଟା ଷ୍ଟିଲ୍ କପିଳାସ ହାଫ୍ ମାରାଥନ୍-୨୦୨୬: ବନ୍ୟଜନ୍ତୁ ସୁରକ୍ଷା ପାଇଁ ଦୌଡ଼ିଲେ ୫,୫୦୦ରୁ ଅଧିକ ପ୍ରତିଯୋଗୀ
- ସମ୍ବଲପୁରରେ ପ୍ରାୟ ୯୪୮ କୋଟି ଟଙ୍କା ମୂଲ୍ୟର ୨୫ଟି ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଭିତିପ୍ରସ୍ତର ସ୍ଥାପନ କ...
- ଅନୁଗୁଳ ଜିଲ୍ଲା କଂଗ୍ରେସ : ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଉଚ୍ଛେଦ କଲେ ପରିଣାମ ଭୟାବହ ହେବ
ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ 6ଟି ଚୁକ୍ତିନାମା, 4 ଘୋଷଣା, ଖଲିସ୍ତାନ ପ୍ରସଙ୍ଗ ଉଠାଇଲା ଭାରତ
FMNEWS.IN
17-03-2025
ନୂଆଦିଲ୍ଲୀ, 17 ମାର୍ଚ୍ଚ - ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ 6ଟି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଏହା ପ୍ରତିରକ୍ଷା, ଆର୍ଥିକ, ଉଦ୍ୟାନ କୃଷି, ପରିବେଶ, ଶିକ୍ଷା ଓ ଖେଳ କ୍ଷେତ୍ର ସହିତ ଜଡିତ । ଏହା ବ୍ୟତୀତ 4ଟି ଘୋଷଣା କରାଯାଇଛି । ଭାରତ-ନ୍ୟୁଜିଲାଣ୍ଡ ଏଫଟିଏ ତଥା କୌଶଳ ଏବଂ ପ୍ରଶିକ୍ଷିତ ମାନବ ସମ୍ବଳ ଗତିବିଧି ଉପରେ ଆଲୋଚନା ହେବ । ନ୍ୟୁଜିଲାଣ୍ଡ ଭାରତ-ପ୍ରଶାନ୍ତ ମହାସାଗରୀୟ ପଦକ୍ଷେପ ସହିତ ଜଡିତ ଅଟେ ଏବଂ ବିପର୍ଯ୍ୟୟ ଅନୁକୂଳ ଭିତ୍ତିଭୂମି ଢାଂଚା ପାଇଁ ମେଂଟର ସଦସ୍ୟ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ କ୍ରମେ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ ମାର୍ଚ୍ଚ 16-20 ଯାଏ ଭାରତ ଗସ୍ତରେ ଅଛନ୍ତି ।