- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
ଅପରେସନ ସିନ୍ଦୁର : ପାକିସ୍ତାନ ଓ ପିଓକେରେ 9ଟି ଆତଙ୍କବାଦୀ ଠିକଣାରେ ଭାରତର ମିସାଇଲ୍ ଆଟାକ୍ , 26 ମୃତ
ନୂଆଦିଲ୍ଲୀ(FM News):--- ଭାରତ ଜମ୍ମୁ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ମୁହଁତୋଡ ଜବାବ ଦେଇ ମଙ୍ଗଳବାର ଅଧରାତି ପରେ ପାକିସ୍ତାନ ଓ ପାକିସ୍ତାନ ଅଧୀନରେ ଥିବା କଶ୍ମୀରରେ ଥିବେ 9ଟି ଆତଙ୍କବାଦୀ ଠିକଣାରେ ମିସାଇଲ୍ ଆଟାକ କରିଛି ।ପାକିସ୍ତାନ ପକ୍ଷରୁ କୁହାଯାଇଛି ଏହି ଆକ୍ରମଣରେ ପାକିସ୍ତାନର 26 ଜଣଙ୍କର ମୃତ୍ୟୁ ହୋଇଛି। ଏହି ସାମରିକ କାର୍ଯ୍ୟାନୁଷ୍ଠାନକୁ ଅପରେସନ ସିନ୍ଦୁର ନାମ ଦିଆଯାଇଛି । ପ୍ରତିରକ୍ଷା ମନ୍ତ୍ରାଳୟ ଏହାକୁ ଏକ ସୁନିୟୋଜିତ, ସନ୍ତୁଳିତ ଓ ସୀମିତ ଜବାବ କାର୍ଯ୍ୟାନୁଷ୍ଠାନ କହିଛି । ଯାହାର ଉଦ୍ଦେଶ୍ୟ ହେଉଛି ଆତଙ୍କବାଦ କେନ୍ଦ୍ରକୁ ଶେଷ କରିବା । ମନ୍ତ୍ରାଳୟ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, ଏହି ଅପରେସନ ସଂପୂର୍ଣ୍ଣ ଭାବେ ସେହି ଠିକଣା ଉପରେ କେନ୍ଦ୍ରିତ ଥିଲା, ଯେଉଁଠାରୁ ଭାରତ ବିରୁଦ୍ଧରେ ଆତଙ୍କବାଦୀ ଗତିବିଧିର ଯୋଜନା କରାଯାଉଥିଲା । ଆକ୍ରମଣ ସାବଧାନପୂର୍ବକ ବଛାଯାଇଥିବା ଲକ୍ଷ୍ୟ ଉପରେ କରାଯାଇଥିଲା ଏବଂ ଏହି ସମୟରେ ପାକିସ୍ତାନୀ ସେନାର କୌଣସି ବି ଆଡ୍ଡାକୁ ଟାର୍ଗେଟ କରାଯାଇନାହିଁ । ଏହି କାର୍ଯ୍ୟାନୁଷ୍ଠାନ ପହଲଗାମ ଆକ୍ରମଣ 15ଦିନ ପରେ କରାଯାଇଛି । ଭାରତ ସରକାର ଏହି ଆକ୍ରମଣକାରୀକୁ କଡା ବାତ୍ତା ଦେଇ କହିଛନ୍ତି ଏଭଳି ପ୍ରତି ଆକ୍ରମଣର ଜବାବ କଡା ଓ ନିର୍ଣ୍ଣାୟକ ହେବ ।