Breaking News
- ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା
- ଅର୍ଥନୈତିକ ସର୍ଭେ ରିପୋର୍ଟ : ରାଜ୍ୟରେ ଉତ୍ପାଦନ କ୍ଷେତ୍ର ୮.୩ ପ୍ରତିଶତ ହାରରେ ବୃଦ୍ଧି ପାଇବ
- ଚଳିତ ଆର୍ଥିକ ବର୍ଷର ୧୦ ମାସ ପରେ ମଧ୍ୟ ଓଡ଼ିଶା ସରକାର ୫୦ ପ୍ରତିଶତରୁ ଅଧିକ ବଜେଟ ରାଶି ଖର୍ଚ୍ଚ କରିପାରିନାହାନ୍ତି : କ...
- ଶିଳ୍ପ ସଂସ୍ଥାଙ୍କ ଠାରୁ ଦେଢ଼ଲକ୍ଷ କୋଟି ଟଙ୍କା ସରକାର ଅସୁଲ କରୁନାହିଁ କାହିଁକି? : ଭକ୍ତ
- କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ ...
ଇସ୍ରାଏଲ -ହମାସ ଅସ୍ତ୍ରବିରତି ଆଜି ଠାରୁ ,15ମାସ ଧରି ଚାଲିଥିବା ସାମରିକ ବିବାଦ 6 ସପ୍ତାହ ପାଇଁ ବନ୍ଦ
FMNEWS.IN
19-01-2025
ତେଲ ଅବୀବ 19 ଜାନୁଆରୀ-ଇସ୍ରାଏଲ ମନ୍ତ୍ରୀମଣ୍ଡଳରେ ଗାଜା ଅସ୍ତ୍ରବିରତି ଚୁକ୍ତି ଅନୁମୋଦନ କରିବା ପରେ ଛଅ ସପ୍ତାହ ପର୍ଯ୍ୟନ୍ତ ଚାଲିବାକୁ ଥିବା ଅସ୍ତ୍ରବିରତି ରବିବାରରୁ ଲାଗୁ ହୋଇଛି। ଇସ୍ରାଏଲର କ୍ୟାବିନେଟ ଶନିବାରଦିନ ହମାସ ସହ ଅସ୍ତ୍ରବିରତି ଚୁକ୍ତି ଅନୁମୋଦନ କରିଛି।ପ୍ରଧାନମନ୍ତ୍ରୀ ବବେଞ୍ଜାମିନ ନେତନ୍ୟାହୁଙ୍କ ଅଫିସ ବିବୃତ୍ତି ଜାରି କରି ଏହାକୁ ନିଶ୍ଚିତ କରିଛି।ଚୁକ୍ତିନାମା ଅନୁଯାୟୀ ହମାସ ପ୍ରଥମ ପର୍ଯ୍ୟାୟରେ 33ଜଣ ବନ୍ଧକଙ୍କୁ ମୁକ୍ତ କରିବ ଏବଂ ଇସ୍ରାଏଲ 700 ପାଲେଷ୍ଟାଇନ ବନ୍ଦୀଙ୍କୁ ମୁକ୍ତ କରିବ।
ଦ ଟାଇମ୍ସ ଅଫ ଇସ୍ରାଏଲ ହମାସ ସମର୍ଥକ ଗଣମାଧ୍ୟମର ଦାବିକୁ ଦର୍ଶାଇ ରିପୋର୍ଟ କରିଛି ଯେ ରବିବାର ସକାଳେ ଅସ୍ତ୍ରବିରତି ଚୁକ୍ତି ଅନୁଯାୟୀ ଇସ୍ରାଏଲର ସେନା ଗାଜାର ଦକ୍ଷିଣୀ ସହର ରଫାହର ଭିନ୍ନଭିନ୍ନ ଅଞ୍ଚଳରୁ ମୁକୁଳିବା ଆରମ୍ଭ କରିଛନ୍ତି।ତେବେ ଇସ୍ରାଏଲ ଡିଫେନ୍ସ ଫୋର୍ସେଜ (ଆଇଡୀଏଫ)ତରଫରୁ ଏହା ଉପରେ କୌଣସି ପ୍ରତିକ୍ରିୟା ନାହିଁ।