Breaking News
- ସମ୍ବଲପୁର ବିକାଶ, ସନ୍ତୁଳିତ ବିକାଶ ଏବଂ ସୁଶାସନର ଏକ ଅଭିନ୍ନ ଅଙ୍ଗ - ମୁଖ୍ୟମନ୍ତ୍ରୀ
- ପୁରୀରେ ଭକ୍ତଙ୍କୁ ଶୋଷଣ କରୁଛି ଶ୍ରୀମନ୍ଦିର ପ୍ରଶାସନ : ଉମାବଲ୍ଲଭ ରଥ
- ଟାଟା ଷ୍ଟିଲ୍ କପିଳାସ ହାଫ୍ ମାରାଥନ୍-୨୦୨୬: ବନ୍ୟଜନ୍ତୁ ସୁରକ୍ଷା ପାଇଁ ଦୌଡ଼ିଲେ ୫,୫୦୦ରୁ ଅଧିକ ପ୍ରତିଯୋଗୀ
- ସମ୍ବଲପୁରରେ ପ୍ରାୟ ୯୪୮ କୋଟି ଟଙ୍କା ମୂଲ୍ୟର ୨୫ଟି ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଭିତିପ୍ରସ୍ତର ସ୍ଥାପନ କ...
- ଅନୁଗୁଳ ଜିଲ୍ଲା କଂଗ୍ରେସ : ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଉଚ୍ଛେଦ କଲେ ପରିଣାମ ଭୟାବହ ହେବ
ଇସ୍ରାଏଲ -ହମାସ ଅସ୍ତ୍ରବିରତି ଆଜି ଠାରୁ ,15ମାସ ଧରି ଚାଲିଥିବା ସାମରିକ ବିବାଦ 6 ସପ୍ତାହ ପାଇଁ ବନ୍ଦ
FMNEWS.IN
19-01-2025
ତେଲ ଅବୀବ 19 ଜାନୁଆରୀ-ଇସ୍ରାଏଲ ମନ୍ତ୍ରୀମଣ୍ଡଳରେ ଗାଜା ଅସ୍ତ୍ରବିରତି ଚୁକ୍ତି ଅନୁମୋଦନ କରିବା ପରେ ଛଅ ସପ୍ତାହ ପର୍ଯ୍ୟନ୍ତ ଚାଲିବାକୁ ଥିବା ଅସ୍ତ୍ରବିରତି ରବିବାରରୁ ଲାଗୁ ହୋଇଛି। ଇସ୍ରାଏଲର କ୍ୟାବିନେଟ ଶନିବାରଦିନ ହମାସ ସହ ଅସ୍ତ୍ରବିରତି ଚୁକ୍ତି ଅନୁମୋଦନ କରିଛି।ପ୍ରଧାନମନ୍ତ୍ରୀ ବବେଞ୍ଜାମିନ ନେତନ୍ୟାହୁଙ୍କ ଅଫିସ ବିବୃତ୍ତି ଜାରି କରି ଏହାକୁ ନିଶ୍ଚିତ କରିଛି।ଚୁକ୍ତିନାମା ଅନୁଯାୟୀ ହମାସ ପ୍ରଥମ ପର୍ଯ୍ୟାୟରେ 33ଜଣ ବନ୍ଧକଙ୍କୁ ମୁକ୍ତ କରିବ ଏବଂ ଇସ୍ରାଏଲ 700 ପାଲେଷ୍ଟାଇନ ବନ୍ଦୀଙ୍କୁ ମୁକ୍ତ କରିବ।
ଦ ଟାଇମ୍ସ ଅଫ ଇସ୍ରାଏଲ ହମାସ ସମର୍ଥକ ଗଣମାଧ୍ୟମର ଦାବିକୁ ଦର୍ଶାଇ ରିପୋର୍ଟ କରିଛି ଯେ ରବିବାର ସକାଳେ ଅସ୍ତ୍ରବିରତି ଚୁକ୍ତି ଅନୁଯାୟୀ ଇସ୍ରାଏଲର ସେନା ଗାଜାର ଦକ୍ଷିଣୀ ସହର ରଫାହର ଭିନ୍ନଭିନ୍ନ ଅଞ୍ଚଳରୁ ମୁକୁଳିବା ଆରମ୍ଭ କରିଛନ୍ତି।ତେବେ ଇସ୍ରାଏଲ ଡିଫେନ୍ସ ଫୋର୍ସେଜ (ଆଇଡୀଏଫ)ତରଫରୁ ଏହା ଉପରେ କୌଣସି ପ୍ରତିକ୍ରିୟା ନାହିଁ।