BIG NEWS
ଓଡ଼ିଶାରେ ଶ୍ରମିକମାନଙ୍କ କାର୍ଯ୍ୟସମୟ ଆଠ ଘଣ୍ଟାରୁ ୧୦ଘଣ୍ଟା ବୃଦ୍ଧି ନିଷ୍ପତ୍ତିକୁ ଏଆଇଟିୟୁସିର ବିରୋଧ
ଆଫଗାନିସ୍ଥାନ ଶାନ୍ତି ଚାହୁଁଛି, ଯଦି ପାକିସ୍ଥାନ ରାଜି ନ ହୁଏ ତେବେ ଅନ୍ୟ ବିକଳ୍ପ ଉପଲବ୍ଧ : ବୈଦେଶିକ ମନ୍ତ୍ରୀ ମୁତାକି
ଶାରଦୀୟ ଉତ୍ସବରେ ବେଲୁନ ବିକାଳୀ ହତ୍ୟା ମାମଲା ଉପଖଣ୍ଡ ପୋଲିସ ତଦନ୍ତ ହେଲାକି ବାଟବଣା, ଅନ୍ୟ ତିନି ସଂପୃକ୍ତ ଗଲେ କୁଆଡ଼େ
ଐତିହାସିକ ସୂଚନା ଅଧିକାର ଆଇନକୁ ପଙ୍ଗୁ କରିଛି ମୋଦୀ ସରକାର: ଭକ୍ତ

ଇସ୍ରାଏଲର ଆକ୍ରମଣରେ ଥରିଲା ସିରିଆ

FMNEWS.IN 17-12-2024
Israeli attacks Syria

ତେଲ ଅଭିବ: ଏଚଟିଏସ ବିଦ୍ରୋହୀମାନଙ୍କ ଦ୍ବାରା ସିରିଆ ଦଖଲ ହେବା ପରେ ଇସ୍ରାଏଲର ଏକ ସଦ୍ୟତମ ଆକ୍ରମଣରେ ଉତ୍ତର-ପଶ୍ଚିମ ସିରିଆର ଟାର୍ଟସ୍ ସହରକୁ ଇସ୍ରାଏଲ୍ ବାୟୁସେନା ଟାର୍ଗେଟ କରିଥିଲା। କୁହାଯାଉଛି ଯେ, ଗତ ୧୨ ବର୍ଷ ମଧ୍ୟରେ ସିରିଆରେ ଏହା ହେଉଛି ସବୁଠାରୁ ବଡ଼ ଇସ୍ରାଏଲ ଆକ୍ରମଣ। ଏହାଯୋଗୁ ଏକ ଭୂକମ୍ପ ସୃଷ୍ଟି ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩ ଥିଲା ।ଏହି ଆକ୍ରମଣ ଯୋଗୁ ସେଠାରେ ଏକ ଶକ୍ତିଶାଳୀ ବିସ୍ଫୋରଣ ହୋଇଥିଲା ଏବଂ ପରମାଣୁ ବିସ୍ଫୋରଣରେ ବାହାରୁଥିବା ପରି ଏକ ବିରାଟ ଛତୁ ଆକୃତିର ଅଗ୍ନି ବଳୟ ବାହାରିଲା।

ଏହି ସହରରେ ରୁଷିଆ ନୌସେନା ବେସ୍ ମଧ୍ୟ ରହିଛି। ସିରିଆର ମାନବ ଅଧିକାର ଅବଜରଭେଟରି କହିଛି ଯେ, ଇସ୍ରାଏଲ୍ ସୈନ୍ୟବାହିନୀ ସିରିଆ ସେନାର ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀର ଗୋଦାମକୁ ଟାର୍ଗେଟ କରିଛନ୍ତି। ଏହି ଆକ୍ରମଣ ପରେ ରିକ୍ଟର ସ୍କେଲରେ ୩ ତୀବ୍ରତାଯୁକ୍ତ ଏକ ଭୂକମ୍ପ ଘଟିଥିଲା।

ଅବଜରଭେଟରି ପକ୍ଷରୁ କୁହାଯାଇଛି, ଇସ୍ରାଏଲ୍ ସୈନ୍ୟବାହିନୀ ବାୟୁ ପ୍ରତିରକ୍ଷା ୟୁନିଟ୍ ଏବଂ ସିରିଆର ଭୂପୃଷ୍ଠରୁ କ୍ଷେପଣାସ୍ତ୍ରର ଗୋଦାମକୁ ନଷ୍ଟ କରିଦେଇଛନ୍ତି। ଅବଜରଭେଟରି କହିଛି ଯେ, ୨୦୧୨ପରଠାରୁ ସିରିଆର ଉପକୂଳବର୍ତ୍ତୀ ଅଞ୍ଚଳରେ ଏହା ସବୁଠାରୁ ବଡ଼ ଆକ୍ରମଣ। ବଶର ଅଲ-ଅସଦ ରୁଷିଆକୁ ପଳାଇବା ପରଠାରୁ ଇସ୍ରାଏଲ୍ ସେନା ସିରିଆରେ ୩୦୦ରୁ ଅଧିକ ଆକ୍ରମଣ କରିଛି।

କୁହାଯାଉଛି ଯେ, ଏହି ବିସ୍ଫୋରଣ ପ୍ରାୟ ୩୦ ମିନିଟ୍ ଧରି ଚାଲିଥିଲା ​​ଏବଂ ତୋପ ଗର୍ଜନ ତଥା ଅସ୍ତ୍ରଶସ୍ତ୍ର ଧ୍ୱଂସ ହେବାର ଶବ୍ଦ ସମଗ୍ର ଅଞ୍ଚଳରେ ଶୁଣିବାକୁ ମିଳିଥିଲା। ଯୁଦ୍ଧ ମନିଟରିଂ ସୂତ୍ରରୁ ପ୍ରକାଶ ଯେ, ଇସ୍ରାଏଲର ଯୁଦ୍ଧ ବିମାନ ସିରିଆର ବିଭିନ୍ନ ସ୍ଥାନରେ ପୁରୁଣା ସାମରିକ ଅସ୍ତ୍ରଶସ୍ତ୍ର ଉପରେ ଅନେକ ଆକ୍ରମଣ କରିଥିଲା।

ବ୍ରିଟେନରେ ଅବସ୍ଥିତ ସିରିଆର ଅବଜରଭେଟରି ଫର ହ୍ୟୁମାନ୍ ରାଇଟ୍ସ ରବିବାର କହିଛି ଯେ, ଏହି ଆକ୍ରମଣରେ ଜାମା ନିକଟରେ ବାଟାଲିଅନ୍ ୧୦୭ର କ୍ଷେପଣାସ୍ତ୍ର ବେସ୍ ଏବଂ ଟାର୍ଟସ୍ ଗ୍ରାମାଞ୍ଚଳର ଅସ୍ତ୍ରଶସ୍ତ୍ର ଗୋଦାମକୁ ଟାର୍ଗେଟ କରାଯାଇଛି। ଏହାପୂର୍ବରୁ ରବିବାର ସନ୍ଧ୍ୟାରେ ଇସ୍ରାଏଲର ଏକ ବିମାନ ପୂର୍ବ ସିରିଆର ଡେୟାର ଅଲ-ଜୁର ସାମରିକ ବାୟୁ ବେସ୍ରେ ରାଡାର ଉପରେ ଆକ୍ରମଣ କରିଥିଲା।

ଏହାପୂର୍ବରୁ ରବିବାର ଦିନ, ଇସ୍ରାଏଲ୍ ବିମାନଗୁଡ଼ିକ ଦାମାସକସର ଗ୍ରାମାଞ୍ଚଳର ପାର୍ବତ୍ୟରେ ଥିବା ଏକ ପୁରୁଣା ଗୁଳିଗୋଳା ଡିପୋକୁ ଟାର୍ଗେଟ କରି ବିସ୍ଫୋରଣ ଘଟାଇଥିଲା। ଏହି ଘଟଣାରେ କାହାରି ଆହତ କିମ୍ବା ମୃତ୍ୟୁ ହେବାର ଖବର ମିଳିନାହିଁ। ଏହି ଆକ୍ରମଣ ଇସ୍ରାଏଲର ଚାଲିଥିବା ସାମରିକ ଅଭିଯାନର ଏକ ଅଂଶ, ଯାହା ଡିସେମ୍ବର ୮ ରୁ ଆରମ୍ଭ ହୋଇଛି।