- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ବାପା ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ସରକାରରେ ନଜର ଆସିବେ ନାହିଁ ଇଭାଙ୍କା
ରାଜନୀତିକୁ ଅଲ୍ବିଦା କହିଲେ ଇଭାଙ୍କା ଟ୍ରମ୍ପ । ଏବେ ସେ ତାଙ୍କ ବାପା ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ସରକାରରେ ନଜର ଆସିବେ ନାହିଁ। ସେ ଏବେ ତାଙ୍କ ସ୍ବାମୀଙ୍କ ସହ ଫ୍ଲୋରିଡାରେ ରହୁଛନ୍ତି । ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ବାରା ନିଆଯାଇଥିବା ନିଷ୍ପତ୍ତି ପାଇଁ ଇଭାଙ୍କାଙ୍କୁ ଅନେକ ସମୟରେ ଲଗାତର ଯାଞ୍ଚ ଓ ସମାଲୋଚନାର ଶିକାର ହେବାକୁ ପଡିଥିଲା । ଏହାକୁ ନିୟନ୍ତ୍ରିତ କରିବାରେ ଇଭାଙ୍କା ଅସମର୍ଥ ହୋଇଥିଲେ । ନ୍ୟୁୟର୍କରେ କିଛି ସାଥୀ ମଧ୍ୟ ତାଙ୍କଠାରୁ ଦୂରେଇ ରହିଥିଲେ ।
ଏବେ ଇଭାଙ୍କା ରାଜନୀତିରୁ ଦୂରେଇ ଯିବାର ଅର୍ଥ ସେ ଆଉ ଟ୍ରମ୍ପ ସରକାରରେ ନଜର ଆସିବେ ନାହିଁ। ଇଭାଙ୍କା ଟ୍ରମ୍ପ ଏହା ପୂର୍ବରୁ ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଅନେକ କାମ କରିଛନ୍ତି । ଯେତେବେଳେ ଟ୍ରମ୍ପ ରିୟଲ ଇଷ୍ଟେଟ୍ରେ ଥିଲେ, ସେତେବେଳେ ଇଭାଙ୍କା ତାଙ୍କ ପାଇଁ କାମ କରୁଥିଲେ । ଟ୍ରମ୍ପ ରାଜନୀତିକୁ ଆସିବା ପରେ ମଧ୍ୟ ଇଭାଙ୍କା ତାଙ୍କ ପାଇଁ ପ୍ରଚାର କରୁଥିଲେ । ହେଲେ ଜାନୁଆରୀ ୨୦୨୧ରେ ପ୍ରଥମ ଥର ୱାଶିଂଟନ ଓ ତାଙ୍କ ବାପାଙ୍କ ସହ କାମ କରିବା ଛାଡି ଦେଇଥିଲେ । ସେବେଠାରୁ ସେ ସ୍ବାମୀଙ୍କ ସହ ଫ୍ଲୋରିଡାରେ ରହୁଛନ୍ତି ।