- ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନ୍ତର୍ଗତ ଉପହାର ସାମଗ୍ରୀ ଯୋଗାଇବା ପାଇଁ ଉତ୍କଳିକାର ବୁଝାମଣାପତ୍ର ସ୍ୱାକ୍ଷରିତ
- ମିଳିଲା ବୋମା ମାଡ ଧମକ, ସମ୍ବଲପୁର କୋର୍ଟ ପରିସରରେ ଜୋରଦାର ଯାଞ୍ଚ
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ଭେଟିଲେ ଟିଏଫଏଲର ଏମଡି
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ନାଲକୋ ଅବସରପ୍ରାପ୍ତ କର୍ମଚାରୀ କଲ୍ୟାଣ ସଂଘ କର୍ମକର୍ତ୍ତାଙ୍କୁ ଭେଟିଲେ
- ଖୁବଶୀଘ୍ର ରାଜ୍ୟରେ ୪୫ ହଜାର ଶିକ୍ଷକ ପଦବୀ ପୂରଣ ହେବ - ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
ବାପା ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ସରକାରରେ ନଜର ଆସିବେ ନାହିଁ ଇଭାଙ୍କା
ରାଜନୀତିକୁ ଅଲ୍ବିଦା କହିଲେ ଇଭାଙ୍କା ଟ୍ରମ୍ପ । ଏବେ ସେ ତାଙ୍କ ବାପା ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ସରକାରରେ ନଜର ଆସିବେ ନାହିଁ। ସେ ଏବେ ତାଙ୍କ ସ୍ବାମୀଙ୍କ ସହ ଫ୍ଲୋରିଡାରେ ରହୁଛନ୍ତି । ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ବାରା ନିଆଯାଇଥିବା ନିଷ୍ପତ୍ତି ପାଇଁ ଇଭାଙ୍କାଙ୍କୁ ଅନେକ ସମୟରେ ଲଗାତର ଯାଞ୍ଚ ଓ ସମାଲୋଚନାର ଶିକାର ହେବାକୁ ପଡିଥିଲା । ଏହାକୁ ନିୟନ୍ତ୍ରିତ କରିବାରେ ଇଭାଙ୍କା ଅସମର୍ଥ ହୋଇଥିଲେ । ନ୍ୟୁୟର୍କରେ କିଛି ସାଥୀ ମଧ୍ୟ ତାଙ୍କଠାରୁ ଦୂରେଇ ରହିଥିଲେ ।
ଏବେ ଇଭାଙ୍କା ରାଜନୀତିରୁ ଦୂରେଇ ଯିବାର ଅର୍ଥ ସେ ଆଉ ଟ୍ରମ୍ପ ସରକାରରେ ନଜର ଆସିବେ ନାହିଁ। ଇଭାଙ୍କା ଟ୍ରମ୍ପ ଏହା ପୂର୍ବରୁ ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଅନେକ କାମ କରିଛନ୍ତି । ଯେତେବେଳେ ଟ୍ରମ୍ପ ରିୟଲ ଇଷ୍ଟେଟ୍ରେ ଥିଲେ, ସେତେବେଳେ ଇଭାଙ୍କା ତାଙ୍କ ପାଇଁ କାମ କରୁଥିଲେ । ଟ୍ରମ୍ପ ରାଜନୀତିକୁ ଆସିବା ପରେ ମଧ୍ୟ ଇଭାଙ୍କା ତାଙ୍କ ପାଇଁ ପ୍ରଚାର କରୁଥିଲେ । ହେଲେ ଜାନୁଆରୀ ୨୦୨୧ରେ ପ୍ରଥମ ଥର ୱାଶିଂଟନ ଓ ତାଙ୍କ ବାପାଙ୍କ ସହ କାମ କରିବା ଛାଡି ଦେଇଥିଲେ । ସେବେଠାରୁ ସେ ସ୍ବାମୀଙ୍କ ସହ ଫ୍ଲୋରିଡାରେ ରହୁଛନ୍ତି ।