Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
କାନାଡାର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଜଷ୍ଟିନ ଟ୍ରୁଡୋ
FMNEWS.IN
07-01-2025
ଓଟାୱା, 7 ଜାନୁଆରି:-କିଛି ଦିନ ଧରି ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ସୋମବାର ରାତିରେ କ୍ଷମତାସୀନ ଲିବରାଲ ପାର୍ଟିର ନେତା ଓ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଦେଶକୁ ସଂବୋଧିତ କରି ଟ୍ରୁଡୋ କହିଛନ୍ତି ଯେ, କାର୍ଯ୍ୟାଳୟରେ ସେବା କରିବା ପାଇଁ କୃତଜ୍ଞତା ଜଣାଉଛି । ତେବେ ଆଗାମୀ ନିର୍ବାଚନ ପାଇଁ ମୁଁ ସବୁଠୁ ଭଲ ବିକଳ୍ପ ନୁହେଁ । ସେ କହିଛନ୍ତି ଯେ, ସର୍ବଶ୍ରେଷ୍ଠ ଉଦ୍ୟମ ସତ୍ତ୍ୱେ ସଂସଦ ଏକ ମାସ ଧରି ଠପ୍ ରହିଛି, କିନ୍ତୁ ସିଏ ହେଉଛି ଯୋଦ୍ଧା ଯିଏ ଦେଶର ଚିନ୍ତା କରେ । ସୂଚନା ମୁତାବକ ପରବର୍ତ୍ତୀ ଉତରାଧିକାରୀ ଚୟନ ନହେବା ଯାଏ ଟ୍ରୁଡୋ ପ୍ରଧାନମନ୍ତ୍ରୀ ପଦରେ ରହିବେ ।