Breaking News
- ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନ୍ତର୍ଗତ ଉପହାର ସାମଗ୍ରୀ ଯୋଗାଇବା ପାଇଁ ଉତ୍କଳିକାର ବୁଝାମଣାପତ୍ର ସ୍ୱାକ୍ଷରିତ
- ମିଳିଲା ବୋମା ମାଡ ଧମକ, ସମ୍ବଲପୁର କୋର୍ଟ ପରିସରରେ ଜୋରଦାର ଯାଞ୍ଚ
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ଭେଟିଲେ ଟିଏଫଏଲର ଏମଡି
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ନାଲକୋ ଅବସରପ୍ରାପ୍ତ କର୍ମଚାରୀ କଲ୍ୟାଣ ସଂଘ କର୍ମକର୍ତ୍ତାଙ୍କୁ ଭେଟିଲେ
- ଖୁବଶୀଘ୍ର ରାଜ୍ୟରେ ୪୫ ହଜାର ଶିକ୍ଷକ ପଦବୀ ପୂରଣ ହେବ - ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
କାନାଡାର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଜଷ୍ଟିନ ଟ୍ରୁଡୋ
FMNEWS.IN
07-01-2025
ଓଟାୱା, 7 ଜାନୁଆରି:-କିଛି ଦିନ ଧରି ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ସୋମବାର ରାତିରେ କ୍ଷମତାସୀନ ଲିବରାଲ ପାର୍ଟିର ନେତା ଓ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଦେଶକୁ ସଂବୋଧିତ କରି ଟ୍ରୁଡୋ କହିଛନ୍ତି ଯେ, କାର୍ଯ୍ୟାଳୟରେ ସେବା କରିବା ପାଇଁ କୃତଜ୍ଞତା ଜଣାଉଛି । ତେବେ ଆଗାମୀ ନିର୍ବାଚନ ପାଇଁ ମୁଁ ସବୁଠୁ ଭଲ ବିକଳ୍ପ ନୁହେଁ । ସେ କହିଛନ୍ତି ଯେ, ସର୍ବଶ୍ରେଷ୍ଠ ଉଦ୍ୟମ ସତ୍ତ୍ୱେ ସଂସଦ ଏକ ମାସ ଧରି ଠପ୍ ରହିଛି, କିନ୍ତୁ ସିଏ ହେଉଛି ଯୋଦ୍ଧା ଯିଏ ଦେଶର ଚିନ୍ତା କରେ । ସୂଚନା ମୁତାବକ ପରବର୍ତ୍ତୀ ଉତରାଧିକାରୀ ଚୟନ ନହେବା ଯାଏ ଟ୍ରୁଡୋ ପ୍ରଧାନମନ୍ତ୍ରୀ ପଦରେ ରହିବେ ।