- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଯୁଦ୍ଧଜାହାଜର ଉତକ୍ଷେପଣ ବିଫଳ ହେବା ପରେ କିମ ଜୋଙ୍ଗ ତିନିଜଣ ଅଧିକାରୀଙ୍କୁ କଲେ ଗିରଫ
ପ୍ୟୋଙ୍ଗୟୋଙ୍ଗ 25 ମଇ -ଉତ୍ତରକୋରିଆରେ ଗତ ଦିନମାନଙ୍କରେ ବିଧ୍ୱଂସୀ ଯୁଦ୍ଧଜାହାଜର ଲଞ୍ଚିଙ୍ଗ ବିଫଳତାର ଦୋଷ ତିନିଜଣ ଅଧିକାରୀଙ୍କ ଉପରେ ପଡିଛି।ତାନାଶାହ କିମ ଜୋଙ୍ଗ ଯୁଦ୍ଧଜାହାଜ ନିର୍ମାଣରେସମ୍ପୃକ୍ତ ତିନିଜଣ ଅଫିସରଙ୍କୁ ଗିରଫ କରିଛନ୍ତି।ତାଙ୍କୁ କଠୋର ଦଣ୍ଡ ଦେବା ପାଇଁ ପ୍ରସ୍ତୁତି ଚାଲିଛି।
ପ୍ରକୃତରେ ମେ 21ରେ ଉତ୍ତର କୋରିଆର ପୁର୍ବ ବନ୍ଦରରେ ନୁତନ ନିର୍ମିତ ବିଧ୍ୱଂସୀ ଯୁଦ୍ଧଜାହାଜ ଲଞ୍ଚ କରାଯାଉଥିଲା।ସାରା ବିଶ୍ୱର ନଜର ଏହି ଯୁଦ୍ଧଜାହାଜ ଉପରେ ନିବଦ୍ଧ ଥିଲା।ଲଞ୍ଚ ସମୟରେ ତାନାଶାହ କିମ ଜୋଙ୍ଗ ନିଜେ ତାଙ୍କ ଝିଅ ସହିତ ଉପସ୍ଥିତ ଥିଲେ।କିନ୍ତୁ ପ୍ରାୟ ପାଞ୍ଚ ହଜାର ଟନ ଓଜନର ଯୁଦ୍ଧଜାହାଜଟି ଭାରସାମ୍ୟ ହରାଇ ପାଣିରେ ପଡିଯାଇଥିଲା,,ଯାହାଫଳରେ ଲଞ୍ଚିଙ୍ଗ ବିଫଳ ହୋଇଥିଲା। ଏହି ଘଟଣା ପରଠାରୁ କିମ ଜୋଙ୍ଗ ବହୁତ କ୍ରୋଧିତ ଅଛନ୍ତି।ସେ ଏହି ଘଟଣାକୁ ଏକ ଷଡଯନ୍ତ୍ର ସହିତ ଅପରାଧ ଭାବରେ ବିବେଚନା କରୁଛନ୍ତି।କୋରିଆର ସେଣ୍ଟ୍ରାଲ ନ୍ୟୁଜ ଏଜେନ୍ସୀ ଅନୁଯାୟୀ ଏହି ମାମଲାରେ ଯୁଦ୍ଧଜାହାଜର ନିର୍ମାଣରେ ସମ୍ପୃକ୍ତ ମୁଖ୍ୟ ଇଞ୍ଜିନିୟର ,ନିର୍ମାଣପ୍ରମୁଖ ଏବଂ ପ୍ରଶାସନିକ ପରିଚାଳକଙ୍କୁ ଗିରଫ କରାଯାଇଛି।ଏହି ତିନିଜଣଙ୍କୁ ଯୁଦ୍ଧଜାହାଜ ବୁଡିବା ପାଇଁ ଦାୟୀ ବୋଲି ବିବେଚନା କରାଯାଇଛି।