- ଖୁବଶୀଘ୍ର ରାଜ୍ୟରେ ୪୫ ହଜାର ଶିକ୍ଷକ ପଦବୀ ପୂରଣ ହେବ - ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
- ତାମିଲନାଡୁର ତ୍ରିଚିରେ ଅମିତ ଶାହ; ଆସନ ବଂଟନକୁ ନେଇ ରାଜନୈତିକ କାର୍ଯ୍ୟକଳାପ ହୋଇଛି ତୀବ୍ର
- ୨୮ତମ ସମ୍ବଲପୁର ଲୋକ ମହୋତ୍ସବର ୨ୟ ରଜନୀ: ସମ୍ବଲପୁର ମାଟିର ମହକ ଓ ମହିମା ରହିଛି : ବିଧାୟକ ସୁଦର୍ଶନ ହରିପାଲ
- କୃତୀ ଛାତ୍ରଛାତ୍ରୀଙ୍କୁ ଡ଼. ସତ୍ୟାନନ୍ଦ ପଣ୍ଡାଙ୍କ 8ମ ଶ୍ରାଦ୍ଧବାର୍ଷିକୀରେ ମେଧାବୃତ୍ତି ପ୍ରଦାନ
- ଗଡସେଙ୍କ ଅନୁଗାମୀ, ମହାତ୍ମାଗାନ୍ଧୀଙ୍କ ଦର୍ଶନକୁ ଧ୍ୱଂସ କରିବାକୁ ଚାହୁଁଛି: ସୂର୍ଯେୱାଲା
ଯୁଦ୍ଧଜାହାଜର ଉତକ୍ଷେପଣ ବିଫଳ ହେବା ପରେ କିମ ଜୋଙ୍ଗ ତିନିଜଣ ଅଧିକାରୀଙ୍କୁ କଲେ ଗିରଫ
ପ୍ୟୋଙ୍ଗୟୋଙ୍ଗ 25 ମଇ -ଉତ୍ତରକୋରିଆରେ ଗତ ଦିନମାନଙ୍କରେ ବିଧ୍ୱଂସୀ ଯୁଦ୍ଧଜାହାଜର ଲଞ୍ଚିଙ୍ଗ ବିଫଳତାର ଦୋଷ ତିନିଜଣ ଅଧିକାରୀଙ୍କ ଉପରେ ପଡିଛି।ତାନାଶାହ କିମ ଜୋଙ୍ଗ ଯୁଦ୍ଧଜାହାଜ ନିର୍ମାଣରେସମ୍ପୃକ୍ତ ତିନିଜଣ ଅଫିସରଙ୍କୁ ଗିରଫ କରିଛନ୍ତି।ତାଙ୍କୁ କଠୋର ଦଣ୍ଡ ଦେବା ପାଇଁ ପ୍ରସ୍ତୁତି ଚାଲିଛି।
ପ୍ରକୃତରେ ମେ 21ରେ ଉତ୍ତର କୋରିଆର ପୁର୍ବ ବନ୍ଦରରେ ନୁତନ ନିର୍ମିତ ବିଧ୍ୱଂସୀ ଯୁଦ୍ଧଜାହାଜ ଲଞ୍ଚ କରାଯାଉଥିଲା।ସାରା ବିଶ୍ୱର ନଜର ଏହି ଯୁଦ୍ଧଜାହାଜ ଉପରେ ନିବଦ୍ଧ ଥିଲା।ଲଞ୍ଚ ସମୟରେ ତାନାଶାହ କିମ ଜୋଙ୍ଗ ନିଜେ ତାଙ୍କ ଝିଅ ସହିତ ଉପସ୍ଥିତ ଥିଲେ।କିନ୍ତୁ ପ୍ରାୟ ପାଞ୍ଚ ହଜାର ଟନ ଓଜନର ଯୁଦ୍ଧଜାହାଜଟି ଭାରସାମ୍ୟ ହରାଇ ପାଣିରେ ପଡିଯାଇଥିଲା,,ଯାହାଫଳରେ ଲଞ୍ଚିଙ୍ଗ ବିଫଳ ହୋଇଥିଲା। ଏହି ଘଟଣା ପରଠାରୁ କିମ ଜୋଙ୍ଗ ବହୁତ କ୍ରୋଧିତ ଅଛନ୍ତି।ସେ ଏହି ଘଟଣାକୁ ଏକ ଷଡଯନ୍ତ୍ର ସହିତ ଅପରାଧ ଭାବରେ ବିବେଚନା କରୁଛନ୍ତି।କୋରିଆର ସେଣ୍ଟ୍ରାଲ ନ୍ୟୁଜ ଏଜେନ୍ସୀ ଅନୁଯାୟୀ ଏହି ମାମଲାରେ ଯୁଦ୍ଧଜାହାଜର ନିର୍ମାଣରେ ସମ୍ପୃକ୍ତ ମୁଖ୍ୟ ଇଞ୍ଜିନିୟର ,ନିର୍ମାଣପ୍ରମୁଖ ଏବଂ ପ୍ରଶାସନିକ ପରିଚାଳକଙ୍କୁ ଗିରଫ କରାଯାଇଛି।ଏହି ତିନିଜଣଙ୍କୁ ଯୁଦ୍ଧଜାହାଜ ବୁଡିବା ପାଇଁ ଦାୟୀ ବୋଲି ବିବେଚନା କରାଯାଇଛି।