- ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା
- ଅର୍ଥନୈତିକ ସର୍ଭେ ରିପୋର୍ଟ : ରାଜ୍ୟରେ ଉତ୍ପାଦନ କ୍ଷେତ୍ର ୮.୩ ପ୍ରତିଶତ ହାରରେ ବୃଦ୍ଧି ପାଇବ
- ଚଳିତ ଆର୍ଥିକ ବର୍ଷର ୧୦ ମାସ ପରେ ମଧ୍ୟ ଓଡ଼ିଶା ସରକାର ୫୦ ପ୍ରତିଶତରୁ ଅଧିକ ବଜେଟ ରାଶି ଖର୍ଚ୍ଚ କରିପାରିନାହାନ୍ତି : କ...
- ଶିଳ୍ପ ସଂସ୍ଥାଙ୍କ ଠାରୁ ଦେଢ଼ଲକ୍ଷ କୋଟି ଟଙ୍କା ସରକାର ଅସୁଲ କରୁନାହିଁ କାହିଁକି? : ଭକ୍ତ
- କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ ...
ପାକିସ୍ଥାନର ମୁଲ୍ତାନରେ ଏଲପିଜି ଟ୍ୟାଙ୍କର ବିସ୍ଫୋରଣ ,ପାଞ୍ଚଜଣଙ୍କ ମୃତ୍ୟୁ ,31 ଆହତ
ଇସ୍ଲାମାବାଦ-ପାକିସ୍ଥାନର ପଞ୍ଜାବ ପ୍ରଦେଶର ମୁଲ୍ତାନ ହମିଦପୁର କନୋରା ଅଞ୍ଚଳରେ ଏକ ଶିଳ୍ପ ଏଷ୍ଟେଟରେ ଆଜି ସକାଳେ ଏଲପିଜି ଟ୍ୟାଙ୍କରରେ ହୋଇଥିବା ବିସ୍ଫୋରଣରେ ପାଞ୍ଚଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ 31 ଜଣ ଆହତ ହୋଇଛନ୍ତି।ମୃତକଙ୍କ ମଧ୍ୟରେ ଜଣେ ନାବାଳିକା ଏବଂ ଦୁଇ ମହିଳା ମଧ୍ୟ ଅଛନ୍ତି।ପ୍ରକାଶ ଯେ ବିସ୍ଫୋରଣପରେ ଟ୍ୟାଙ୍କରରେ ନିଆଁ ଲାଗିଯାଇଥିଲା ଏବଂ ଭଙ୍ଗା ଟ୍ୟାଙ୍କରର ମାଟିନିକଟସ୍ଥ ଆବାସିକ ଅଞ୍ଚଳରେ ପଡିଯାଇଥିଲା।ମୁଲ୍ତାନ ପାକିସ୍ଥାନର ସପ୍ତମ ବୃହତ୍ତମ ସହର।
ଜିୟୋ ନ୍ୟୁଜ ଖବର ଅନୁଯାୟୀ ଉଦ୍ଧାରକାରୀ ଅଧିକାରୀମାନେ କହିଛନ୍ତି ଯେ 10ରୁ ଅଧିକ ଅଗ୍ନିଶମ ଯାନ ସାହାଯ୍ୟରେ ଘଣ୍ଟା ଘଣ୍ଟା ଉଦ୍ୟମ ପରେ ନିଆଁ ଲିଭାଯାଇଥିଲା।ମୁଲ୍ତାନର ପୋଲିସ ଅଧିକାରୀ ସାଦିକ ଅଲୀ କହିଛନ୍ତି ଯେ ଏହି ଘଟଣାରେ ଅନେକ ଘର ନଷ୍ଟ ହୋଇଯାଇଛି ଏବଂ ଅନେକ ପଶୁ ପ୍ରାଣ ହରାଇଛନ୍ତି।ସେ ପ୍ରକାଶ କରିଛନ୍ତି ଯେ ଶିଳ୍ପ ଏଷ୍ଟେଟରେ ପାର୍କିଂ ହୋଇଥିବା ଏକ ଟ୍ୟାଙ୍କରରେ ଏକ ବାଲ୍ୱରୁ ଗ୍ୟାସ ଲିକ ହେଉଥିଲା।ଟ୍ୟାଙ୍କରରେ ବିସ୍ଫୋରଣ ହେବା ପୁର୍ବରୁ ଗ୍ୟାସ ଗନ୍ଧ ଈସିବା ପରେ ଅଞ୍ଚଳରେ ଉପସ୍ଥିତ କିଛି ଲୋକ ସେଠାରୁ ଚାଲିଯାଇଥିଲେ।ପୋଲିସ ଅଧିକାରୀ କହିଛନ୍ତି ଯେ ଆହତମାନଙ୍କ ମଧ୍ୟରେ 13ଜଣଙ୍କ ଅବସ୍ଥା ଗୁରୁତର। ଜିଲ୍ଲା ଜରୁରୀକାଳୀନ ଅଧିକାରୀ କହିଛନ୍ତି ଯେ ସତର୍କତାମୁଳକ ପଦକ୍ଷେପ ଭାବରେ ଏହି ଅଞ୍ଚଳରେ ବିଦ୍ୟୁତ ଏବଂ ଗ୍ୟାସ ଯୋଗାଣ ସ୍ଥଗିତ ରହିଛି।