BIG NEWS
ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି

ଗସ୍ତର ଶେଷଦିନରେ ଆଜି କୁଏତର ଧନୀକମାନଙ୍କ ସହ ହେବ ମୋଦିଙ୍କ ସାକ୍ଷାତ

FMNEWS.IN 22-12-2024
Modi to meet Kuwaiti tycoons on last day of visit

ନୂଆଦିଲ୍ଲୀ, 22 ଡିସେମ୍ବର - କୁଏତ ଗସ୍ତର ଦ୍ୱିତୀୟ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କୁଏତର ଧନିକମାନଙ୍କୁ ସାକ୍ଷାତ କରିବେ । ସେ ଆଜି କୁଏତର ପ୍ରଧାନମନ୍ତ୍ରୀଙ୍କୁ ବି ସାକ୍ଷାତ କରିବେ । ଏମଓୟୁ ଉପରେ ସ୍ୱାକ୍ଷର ଓ ପ୍ରେସବ୍ରିଫିଂ ପରେ ଦ୍ୱିପ୍ରହର ପରେ ସାଢେ 3ଟା ବେଳେ ସେ ଦିଲ୍ଲୀ ବାହାରିବେ । ଏହାରି ଭିତରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ଦିନର ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ଏବଂ ଏହାର ଫଟୋ ସୋସିଆଲ ସାଇଟରେ ସେୟାର କରିଥିଲେ । ପ୍ରଥମ ଦିନରେ ସେ ହଲା ମୋଦି କାର୍ଯ୍ୟକ୍ରମରେ ଭାରତୀୟ ପ୍ରବାସୀଙ୍କୁ ସଂବୋଧିତ କରିଥିଲେ ।

43 ବର୍ଷରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା କୁଏତକୁ ପ୍ରଥମ ଯାତ୍ରା ଅଟେ । ସେ ଏଠାରେ ମୋଦି କୁଏତର ଅମିର ଶେଖତମିଶାଲ ଅଲ-ଅହମଦ ଅଲ ଜବର ଅଲ-ସବାଙ୍କ ନିମନ୍ତ୍ରଣ କ୍ରମେ ପଂହଚିଛନ୍ତି ।