- ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନ୍ତର୍ଗତ ଉପହାର ସାମଗ୍ରୀ ଯୋଗାଇବା ପାଇଁ ଉତ୍କଳିକାର ବୁଝାମଣାପତ୍ର ସ୍ୱାକ୍ଷରିତ
- ମିଳିଲା ବୋମା ମାଡ ଧମକ, ସମ୍ବଲପୁର କୋର୍ଟ ପରିସରରେ ଜୋରଦାର ଯାଞ୍ଚ
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ଭେଟିଲେ ଟିଏଫଏଲର ଏମଡି
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ନାଲକୋ ଅବସରପ୍ରାପ୍ତ କର୍ମଚାରୀ କଲ୍ୟାଣ ସଂଘ କର୍ମକର୍ତ୍ତାଙ୍କୁ ଭେଟିଲେ
- ଖୁବଶୀଘ୍ର ରାଜ୍ୟରେ ୪୫ ହଜାର ଶିକ୍ଷକ ପଦବୀ ପୂରଣ ହେବ - ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
ଡା.ମନମୋହନ ସିଂହଙ୍କ ଦେହାନ୍ତରେ ନେପାଳର ରାଷ୍ଟ୍ରପତି ,ପ୍ରଧାନମନ୍ତ୍ରୀ ସମେତ ପ୍ରମୁଖ ନେତାମାନେ ଦୁଃଖପ୍ରକାଶ କରିଛନ୍ତି
କାଠମାଣ୍ଡୁ 27 ଡିସେମ୍ବର-ଭାରତର ପୁର୍ବତନ ପ୍ରଧାନମନ୍ତ୍ରୀ ଡା.ମନମୋହନ ସିଂହଙ୍କ ଦେହାନ୍ତରେ ନେପାଳର ରାଷ୍ଟ୍ରପତି ,ପ୍ରଧାନମନ୍ତ୍ରୀ ,ଅନେକ ପୁର୍ବତନ ପ୍ରଧାନମନ୍ତ୍ରୀ ସମେତ ପ୍ରମୁଖ ଦଳର ନେତାମାନେ ଦଃଖପ୍ରକାଶ କରିଛନ୍ତି। ଏହି ସମସ୍ତ ନେତାମାନେ ସ୍ୱର୍ଗତ ମନମୋହନ ସିଂହଙ୍କ ସହ ନିଜର ସ୍ମୃତି ବାଣ୍ଟିଥିଲେ।
ନେପାଳର ରାଷ୍ଟପତି ରାମଚନ୍ଦ୍ର ପେଡୋଲ ଏକ ବିବୃତ୍ତି ଜାରି କରି ଭାାରତର ପୁର୍ବ ପ୍ରଧାନମନ୍ତ୍ରୀ ଡା.ମନମୋହନ ସିଂହଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି।ଡା.ସିଂହଙ୍କୁ ବିଶ୍ୱପ୍ରସିଦ୍ଧ ଅର୍ଥନୀତିଜ୍ଞ ଭାବରେ ବର୍ଣ୍ଣନା କରି ରାଷ୍ଟ୍ରପତି ପେଡୋଲ କହିଛନ୍ତି ଯେ ତାଙ୍କ ଦ୍ୱାରା ଭାରତ ପାଇଁ ଗ୍ରହଣ କରିଥିବା ଅର୍ଥନୀତି ନେପାଳ ସମେତ ଅନେକ ଦେଶ ଅନୁସରଣ କରିଛନ୍ତି ଏବଂ ଉପକୃତ ହୋଇଛନ୍ତି। ରାଷ୍ଟ୍ରପତି ଏକ ସମବେଦନା ବାର୍ତ୍ତା ପଠାଇବାବେଳେ ନେପାଳବାସୀଙ୍କ ତରଫରୁ ଗଭୀର ସମବେଦନା ଜଣାଇଛନ୍ତି।ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଡା.ମନମୋହନ ସିଂହଙ୍କୁ ଅର୍ଥଶାସ୍ତ୍ରୀଜ୍ଞ ତଥା ମହାନ ବିଚାରକ ତଥା ଚିନ୍ତକ ଭାବରେ ମନେ ରଖିଛନ୍ତି।ଓଲୀ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ଯେ ନେପାଳ ଏବଂ ଭାରତ ମଧ୍ୟରେ ସମ୍ପର୍କକୁ ମଜବୁତ କରିବା ପାଇଁ ସେ କରିଥିବା ଉଦ୍ୟମକୁ ମନେ ରଖିଛନ୍ତି।ପ୍ରଧାନମନ୍ତ୍ରୀ ଓଲୀ ଡା.ମନମୋହନ ସିଂହଙ୍କ ସହ ତାଙ୍କ ନିଜର ଏକ ପୁରୁଣା ଫଟୋ ସେୟାର କରି ଶୋକସନ୍ତପ୍ତ ପରିବାର ପ୍ରତି ନିଜର ସମବେଦନା ଜଣାଇଛନ୍ତି।