Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଡୋମିନିକନ୍ ଗଣରାଜ୍ୟରେ ନାଇଟ୍ କ୍ଲବର ଭୁଶୁଡିଲା ଛାତ, 79 ମୃତ, 155 ଆହତ
FMNEWS.IN
09-04-2025
ସେଂଟ ଡୋମିଂଗୋ, 9 ଏପ୍ରିଲ୍ :ଡୋମିନିକନ ଗଣରାଜ୍ୟର ରାଜଧାନୀ ସେଂଟ ଡୋମିଂଗୋ ମଙ୍ଗଳବାର ସକାଳେ ଏକ ନାଇଟ୍ କ୍ଲବର ଛାତ ଭୁଶୁଡିବା କାରଣରୁ ଅତି କମରେ 79ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଏହି କ୍ଲବର ନାମ ଜେଟ୍ ସେଟ୍ ଅଟେ । ଏହି ଅଘଟଣ ଗାୟିକା ରୁବି ପେରେଜଙ୍କ ସଙ୍ଗୀତ କାର୍ଯ୍ୟକ୍ରମ ସମୟରେ ହୋଇଛି । ମୃତକଙ୍କ ମଧ୍ୟରେ 59 ବର୍ଷୀୟ ପେରେଜଙ୍କ ବ୍ୟତୀତ ମେଜର ଲିଗ ବେସବଲର ପୂର୍ବ ପିଚର ଆକ୍ଟେଭିୟୋ ଡୋଟେଲ, ପୂର୍ବତନ ଖେଳାଳି ଟୋନି ବ୍ଲେକୋ ଓ ମୋଟେକ୍ରିଷ୍ଟି ଅଂଚଳର ଗର୍ଭଣ୍ଣର ନେଲ୍ସୀ କ୍ରୁଜ ବି ସାମିଲ । ଏହି ଗଣରାଜ୍ୟରେ ହୋଇଥିବା ଅଘଟଣରେ 155ରୁ ଅଧିକ ଲୋକ ଆହତ ହୋଇଛନ୍ତି ।