BIG NEWS
ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି

ଡୋମିନିକନ୍ ଗଣରାଜ୍ୟରେ ନାଇଟ୍ କ୍ଲବର ଭୁଶୁଡିଲା ଛାତ, 79 ମୃତ, 155 ଆହତ

FMNEWS.IN 09-04-2025
Nightclub roof collapses in Dominican Republic, 79 dead, 155 injured

ସେଂଟ ଡୋମିଂଗୋ, 9 ଏପ୍ରିଲ୍ :ଡୋମିନିକନ ଗଣରାଜ୍ୟର ରାଜଧାନୀ ସେଂଟ ଡୋମିଂଗୋ ମଙ୍ଗଳବାର ସକାଳେ ଏକ ନାଇଟ୍ କ୍ଲବର ଛାତ ଭୁଶୁଡିବା କାରଣରୁ ଅତି କମରେ 79ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଏହି କ୍ଲବର ନାମ ଜେଟ୍ ସେଟ୍ ଅଟେ । ଏହି ଅଘଟଣ ଗାୟିକା ରୁବି ପେରେଜଙ୍କ ସଙ୍ଗୀତ କାର୍ଯ୍ୟକ୍ରମ ସମୟରେ ହୋଇଛି । ମୃତକଙ୍କ ମଧ୍ୟରେ 59 ବର୍ଷୀୟ ପେରେଜଙ୍କ ବ୍ୟତୀତ ମେଜର ଲିଗ ବେସବଲର ପୂର୍ବ ପିଚର ଆକ୍ଟେଭିୟୋ ଡୋଟେଲ, ପୂର୍ବତନ ଖେଳାଳି ଟୋନି ବ୍ଲେକୋ ଓ ମୋଟେକ୍ରିଷ୍ଟି ଅଂଚଳର ଗର୍ଭଣ୍ଣର ନେଲ୍ସୀ କ୍ରୁଜ ବି ସାମିଲ । ଏହି ଗଣରାଜ୍ୟରେ ହୋଇଥିବା ଅଘଟଣରେ 155ରୁ ଅଧିକ ଲୋକ ଆହତ ହୋଇଛନ୍ତି ।