BIG NEWS
ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି

ଚୀନରେ ବଢୁଛି ଏଚଏମପିଭି ରୋଗୀଙ୍କ ସଂଖ୍ୟା, ଭାରତରେ ଶ୍ୱାସଜନିତ ରୋଗରେ ହୋଇନି ବୃଦ୍ଧି- ସ୍ୱାସ୍ଥ୍ୟ ସଚିବ

FMNEWS.IN 07-01-2025
Number of HMPV patients increasing in China, no increase in respiratory diseases in India: Health Secretary

ନୂଆଦିଲ୍ଲୀ, 7 ଜାନୁଆରି କେନ୍ଦ୍ର ସ୍ୱାସ୍ଥ୍ୟସଚିବ ପୁଣ୍ୟ ସଲିଳା ଶ୍ରୀବାସ୍ତବ ମଙ୍ଗଳବାର ଭିସି ଜରିଆରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ସହ ବୈଠକର ଅଧ୍ୟକ୍ଷତା କରିଛନ୍ତି । ଏହି ବୈଠକରେ ଦେଶରେ ଶ୍ୱାସ ଜନିତ ରୋଗୀର ସମୀକ୍ଷା କରାଯାଇଛି । ବୈଠକରେ ଚୀନରେ ହ୍ୟୁମାନ ମେଟାନ୍ୟୁମୋ ଭାଇରସ ମାମଲାରେ ବୃଦ୍ଧି ନେଇ ମିଡିଆ କବର ପରେ ଦେଶରେ ଏଚଏମପିଭି ମାମଲାର ସ୍ଥିତି ଓ ଏହାର ପ୍ରବନ୍ଧନ ପାଇଁ ସାର୍ବଜନୀନ ସ୍ୱାସ୍ଥ୍ୟ ଉପାୟ ସଂପର୍କରେ ସମୀକ୍ଷା କରାଯାଇଛି ।

ସ୍ୱାସ୍ଥ୍ୟ ସଚିବ କହିଛନ୍ତି ଯେ, ଏଚଏମପିଭିକୁ ନେଇ ଲୋକେ ଚିନ୍ତା କରିବାର କାରଣ ନାହିଁ । ଏହି ଭାଇରସ 2001 ମସିହାରୁ ବିଶ୍ୱରେ ରହିଛି । ସେ ରାଜ୍ୟଗୁଡିକୁ ଆଇଏଲଏସ ଓ ଏସଏଆରଆଇ ଯାଂଚକୁ ମଜବୁତ କରିବା ଓ ସମୀକ୍ଷା କରିବା ପାଇଁ ପରାମର୍ଶ ଦେଇଛନ୍ତି ।