Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଚୀନରେ ବଢୁଛି ଏଚଏମପିଭି ରୋଗୀଙ୍କ ସଂଖ୍ୟା, ଭାରତରେ ଶ୍ୱାସଜନିତ ରୋଗରେ ହୋଇନି ବୃଦ୍ଧି- ସ୍ୱାସ୍ଥ୍ୟ ସଚିବ
FMNEWS.IN
07-01-2025
ନୂଆଦିଲ୍ଲୀ, 7 ଜାନୁଆରି କେନ୍ଦ୍ର ସ୍ୱାସ୍ଥ୍ୟସଚିବ ପୁଣ୍ୟ ସଲିଳା ଶ୍ରୀବାସ୍ତବ ମଙ୍ଗଳବାର ଭିସି ଜରିଆରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ସହ ବୈଠକର ଅଧ୍ୟକ୍ଷତା କରିଛନ୍ତି । ଏହି ବୈଠକରେ ଦେଶରେ ଶ୍ୱାସ ଜନିତ ରୋଗୀର ସମୀକ୍ଷା କରାଯାଇଛି । ବୈଠକରେ ଚୀନରେ ହ୍ୟୁମାନ ମେଟାନ୍ୟୁମୋ ଭାଇରସ ମାମଲାରେ ବୃଦ୍ଧି ନେଇ ମିଡିଆ କବର ପରେ ଦେଶରେ ଏଚଏମପିଭି ମାମଲାର ସ୍ଥିତି ଓ ଏହାର ପ୍ରବନ୍ଧନ ପାଇଁ ସାର୍ବଜନୀନ ସ୍ୱାସ୍ଥ୍ୟ ଉପାୟ ସଂପର୍କରେ ସମୀକ୍ଷା କରାଯାଇଛି ।
ସ୍ୱାସ୍ଥ୍ୟ ସଚିବ କହିଛନ୍ତି ଯେ, ଏଚଏମପିଭିକୁ ନେଇ ଲୋକେ ଚିନ୍ତା କରିବାର କାରଣ ନାହିଁ । ଏହି ଭାଇରସ 2001 ମସିହାରୁ ବିଶ୍ୱରେ ରହିଛି । ସେ ରାଜ୍ୟଗୁଡିକୁ ଆଇଏଲଏସ ଓ ଏସଏଆରଆଇ ଯାଂଚକୁ ମଜବୁତ କରିବା ଓ ସମୀକ୍ଷା କରିବା ପାଇଁ ପରାମର୍ଶ ଦେଇଛନ୍ତି ।