Breaking News
- ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନ୍ତର୍ଗତ ଉପହାର ସାମଗ୍ରୀ ଯୋଗାଇବା ପାଇଁ ଉତ୍କଳିକାର ବୁଝାମଣାପତ୍ର ସ୍ୱାକ୍ଷରିତ
- ମିଳିଲା ବୋମା ମାଡ ଧମକ, ସମ୍ବଲପୁର କୋର୍ଟ ପରିସରରେ ଜୋରଦାର ଯାଞ୍ଚ
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ଭେଟିଲେ ଟିଏଫଏଲର ଏମଡି
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ନାଲକୋ ଅବସରପ୍ରାପ୍ତ କର୍ମଚାରୀ କଲ୍ୟାଣ ସଂଘ କର୍ମକର୍ତ୍ତାଙ୍କୁ ଭେଟିଲେ
- ଖୁବଶୀଘ୍ର ରାଜ୍ୟରେ ୪୫ ହଜାର ଶିକ୍ଷକ ପଦବୀ ପୂରଣ ହେବ - ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
ପାକିସ୍ତାନ ଭାରତକୁ ପୁଣି ଦେଲା ପରମାଣୁ ଆକ୍ରମଣର ଖୋଲା ଧମକ
FMNEWS.IN
04-05-2025
ମସ୍କୋ, 4 ମେ : - ପାକିସ୍ତାନ ପୁଣି ଥରେ ଭାରତକୁ ପରମାଣୁ ଆକ୍ରମଣର ଖୋଲା ଧମକ ଦେଇଛି । ଋଷରେ ପାକିସ୍ତାନର ରାଷ୍ଟ୍ରଦୂତ ମହମ୍ମଦ ଖାଲିଦ କହିଛନ୍ତି ଯେ, ଯଦି ଭାରତ ଆକ୍ରମଣ କରେ ତେବେ ତାଙ୍କ ଦେଶ ପରମାଣୁ ଆକ୍ରମଣ କରିବ । ଋଷିଆ ଟିଭି ମୁତାବକ ପାକିସ୍ତାନର ରାଷ୍ଟ୍ରଦୂତ ଦାବି କରିଛନ୍ତି ଯେ, ଭାରତ ଶୀଘ୍ର ତାଙ୍କ ଦେଶର କିଛି ଅଂଚଳ ଉପରେ ଆକ୍ରମଣ କରିପାରେ । ଏଭଳି କ୍ଷେତ୍ରରେ ପାକିସ୍ତାନ ମୁକଦର୍ଶକ ହେବନି । ପାକିସ୍ତାନ ବି ପୂରା ଶକ୍ତିର ସହ ଏହାର ମୁକାବିଲା କରିବ । ଆବଶ୍ୟକ ହେଲେ ପରମାଣୁ ଆକ୍ରମଣର ବିକଳ୍ପ ବି ଖୋଲା ରହିଛି ।