Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ପାକିସ୍ତାନ ଭାରତକୁ ପୁଣି ଦେଲା ପରମାଣୁ ଆକ୍ରମଣର ଖୋଲା ଧମକ
FMNEWS.IN
04-05-2025
ମସ୍କୋ, 4 ମେ : - ପାକିସ୍ତାନ ପୁଣି ଥରେ ଭାରତକୁ ପରମାଣୁ ଆକ୍ରମଣର ଖୋଲା ଧମକ ଦେଇଛି । ଋଷରେ ପାକିସ୍ତାନର ରାଷ୍ଟ୍ରଦୂତ ମହମ୍ମଦ ଖାଲିଦ କହିଛନ୍ତି ଯେ, ଯଦି ଭାରତ ଆକ୍ରମଣ କରେ ତେବେ ତାଙ୍କ ଦେଶ ପରମାଣୁ ଆକ୍ରମଣ କରିବ । ଋଷିଆ ଟିଭି ମୁତାବକ ପାକିସ୍ତାନର ରାଷ୍ଟ୍ରଦୂତ ଦାବି କରିଛନ୍ତି ଯେ, ଭାରତ ଶୀଘ୍ର ତାଙ୍କ ଦେଶର କିଛି ଅଂଚଳ ଉପରେ ଆକ୍ରମଣ କରିପାରେ । ଏଭଳି କ୍ଷେତ୍ରରେ ପାକିସ୍ତାନ ମୁକଦର୍ଶକ ହେବନି । ପାକିସ୍ତାନ ବି ପୂରା ଶକ୍ତିର ସହ ଏହାର ମୁକାବିଲା କରିବ । ଆବଶ୍ୟକ ହେଲେ ପରମାଣୁ ଆକ୍ରମଣର ବିକଳ୍ପ ବି ଖୋଲା ରହିଛି ।