Breaking News
- ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା
- ଅର୍ଥନୈତିକ ସର୍ଭେ ରିପୋର୍ଟ : ରାଜ୍ୟରେ ଉତ୍ପାଦନ କ୍ଷେତ୍ର ୮.୩ ପ୍ରତିଶତ ହାରରେ ବୃଦ୍ଧି ପାଇବ
- ଚଳିତ ଆର୍ଥିକ ବର୍ଷର ୧୦ ମାସ ପରେ ମଧ୍ୟ ଓଡ଼ିଶା ସରକାର ୫୦ ପ୍ରତିଶତରୁ ଅଧିକ ବଜେଟ ରାଶି ଖର୍ଚ୍ଚ କରିପାରିନାହାନ୍ତି : କ...
- ଶିଳ୍ପ ସଂସ୍ଥାଙ୍କ ଠାରୁ ଦେଢ଼ଲକ୍ଷ କୋଟି ଟଙ୍କା ସରକାର ଅସୁଲ କରୁନାହିଁ କାହିଁକି? : ଭକ୍ତ
- କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ ...
ସ୍ୱଦେଶ ଫେରିବା ପାଇଁ ଅଟାରୀ ବର୍ଡରରେ ପାକିସ୍ତାନ ନାଗରିକଙ୍କ ହଙ୍ଗାମା
FMNEWS.IN
26-04-2025
ଚଣ୍ଡିଗଡ- ପାକିସ୍ତାନ ନାଗରିକଙ୍କୁ ଦେଶରୁ ବାହାରିବା ପାଇଁ ନିର୍ଦ୍ଦେଶ ପରେ ଶୁକ୍ରବାର ଦ୍ୱିତୀୟ ଦିନ ଅଟାରୀ ବର୍ଡରରେ ସାରା ଦିନ ମାହୋଲ ସରଗରମ ରହିଛି । ଏଠାରେ ପାକିସ୍ତାନୀ ନାଗରିକ ସେମାନଙ୍କ ଦେଶକୁ ଫେରିବା ପାଇଁ ବେଶ୍ ହଙ୍ଗାମା କରିଛନ୍ତି । ତଦନ୍ତ ପରେ ଜଣାପଡିଛି ଯେ, ଅନେକଙ୍କ ଭିସା ଅବଧି ସମାପ୍ତ ହୋଇଯାଇଛି । କିନ୍ତୁ ଏହାପରେ ସେ ଭାରତରେ ରହିଥିଲେ । ଏଭଳି ପାକିସ୍ତାନୀ ନାଗରିକ ଶୁକ୍ରବାର ଯେତେବେଳେ ଅଟାରୀ ବର୍ଡରରେ ପହଂଚିଥିଲେ, ବିଏସଏଫ ଓ କଷ୍ଟମ ଅଧିକାରୀ ସେମାନଙ୍କୁ ରୋକିଛନ୍ତି । ଅଟାରୀ ବର୍ଡରରେ ଆଜି ପ୍ରାୟ 12ରୁ ଅଧିକ ଏଭଳି ମହିଳା ପହଂଚିଛନ୍ତି, ଯେଉଁମାନଙ୍କ ବାପଘର ଭାରତରେ ଏବଂ ବିବାହ ପାକିସ୍ତାନରେ ହୋଇଛି, କିନ୍ତୁ ଏମାନଙ୍କୁ ପାକିସ୍ତାନୀ ନାଗରିକତା ମିଳିନି । ନିର୍ଦ୍ଦେଶ ରହିଛି ଭାରତୀୟ ପାସପୋର୍ଟ ଥିବା ଲୋକଙ୍କୁ ପାକିସ୍ତାନ ଯିବାକୁ ଦିଆ ନଯାଉ ।