Breaking News
- ସମ୍ବଲପୁର ବିକାଶ, ସନ୍ତୁଳିତ ବିକାଶ ଏବଂ ସୁଶାସନର ଏକ ଅଭିନ୍ନ ଅଙ୍ଗ - ମୁଖ୍ୟମନ୍ତ୍ରୀ
- ପୁରୀରେ ଭକ୍ତଙ୍କୁ ଶୋଷଣ କରୁଛି ଶ୍ରୀମନ୍ଦିର ପ୍ରଶାସନ : ଉମାବଲ୍ଲଭ ରଥ
- ଟାଟା ଷ୍ଟିଲ୍ କପିଳାସ ହାଫ୍ ମାରାଥନ୍-୨୦୨୬: ବନ୍ୟଜନ୍ତୁ ସୁରକ୍ଷା ପାଇଁ ଦୌଡ଼ିଲେ ୫,୫୦୦ରୁ ଅଧିକ ପ୍ରତିଯୋଗୀ
- ସମ୍ବଲପୁରରେ ପ୍ରାୟ ୯୪୮ କୋଟି ଟଙ୍କା ମୂଲ୍ୟର ୨୫ଟି ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଭିତିପ୍ରସ୍ତର ସ୍ଥାପନ କ...
- ଅନୁଗୁଳ ଜିଲ୍ଲା କଂଗ୍ରେସ : ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଉଚ୍ଛେଦ କଲେ ପରିଣାମ ଭୟାବହ ହେବ
ସ୍ୱଦେଶ ଫେରିବା ପାଇଁ ଅଟାରୀ ବର୍ଡରରେ ପାକିସ୍ତାନ ନାଗରିକଙ୍କ ହଙ୍ଗାମା
FMNEWS.IN
26-04-2025
ଚଣ୍ଡିଗଡ- ପାକିସ୍ତାନ ନାଗରିକଙ୍କୁ ଦେଶରୁ ବାହାରିବା ପାଇଁ ନିର୍ଦ୍ଦେଶ ପରେ ଶୁକ୍ରବାର ଦ୍ୱିତୀୟ ଦିନ ଅଟାରୀ ବର୍ଡରରେ ସାରା ଦିନ ମାହୋଲ ସରଗରମ ରହିଛି । ଏଠାରେ ପାକିସ୍ତାନୀ ନାଗରିକ ସେମାନଙ୍କ ଦେଶକୁ ଫେରିବା ପାଇଁ ବେଶ୍ ହଙ୍ଗାମା କରିଛନ୍ତି । ତଦନ୍ତ ପରେ ଜଣାପଡିଛି ଯେ, ଅନେକଙ୍କ ଭିସା ଅବଧି ସମାପ୍ତ ହୋଇଯାଇଛି । କିନ୍ତୁ ଏହାପରେ ସେ ଭାରତରେ ରହିଥିଲେ । ଏଭଳି ପାକିସ୍ତାନୀ ନାଗରିକ ଶୁକ୍ରବାର ଯେତେବେଳେ ଅଟାରୀ ବର୍ଡରରେ ପହଂଚିଥିଲେ, ବିଏସଏଫ ଓ କଷ୍ଟମ ଅଧିକାରୀ ସେମାନଙ୍କୁ ରୋକିଛନ୍ତି । ଅଟାରୀ ବର୍ଡରରେ ଆଜି ପ୍ରାୟ 12ରୁ ଅଧିକ ଏଭଳି ମହିଳା ପହଂଚିଛନ୍ତି, ଯେଉଁମାନଙ୍କ ବାପଘର ଭାରତରେ ଏବଂ ବିବାହ ପାକିସ୍ତାନରେ ହୋଇଛି, କିନ୍ତୁ ଏମାନଙ୍କୁ ପାକିସ୍ତାନୀ ନାଗରିକତା ମିଳିନି । ନିର୍ଦ୍ଦେଶ ରହିଛି ଭାରତୀୟ ପାସପୋର୍ଟ ଥିବା ଲୋକଙ୍କୁ ପାକିସ୍ତାନ ଯିବାକୁ ଦିଆ ନଯାଉ ।