Breaking News
- ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନ୍ତର୍ଗତ ଉପହାର ସାମଗ୍ରୀ ଯୋଗାଇବା ପାଇଁ ଉତ୍କଳିକାର ବୁଝାମଣାପତ୍ର ସ୍ୱାକ୍ଷରିତ
- ମିଳିଲା ବୋମା ମାଡ ଧମକ, ସମ୍ବଲପୁର କୋର୍ଟ ପରିସରରେ ଜୋରଦାର ଯାଞ୍ଚ
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ଭେଟିଲେ ଟିଏଫଏଲର ଏମଡି
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ନାଲକୋ ଅବସରପ୍ରାପ୍ତ କର୍ମଚାରୀ କଲ୍ୟାଣ ସଂଘ କର୍ମକର୍ତ୍ତାଙ୍କୁ ଭେଟିଲେ
- ଖୁବଶୀଘ୍ର ରାଜ୍ୟରେ ୪୫ ହଜାର ଶିକ୍ଷକ ପଦବୀ ପୂରଣ ହେବ - ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
ବ୍ରାଜିଲରେ 10 ଯାତ୍ରୀଙ୍କୁ ନେଇଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ
FMNEWS.IN
23-12-2024
ବ୍ରାସିଲିୟା, 23 ଡିସେମ୍ବର - ଦକ୍ଷିଣ ବ୍ରାଜିଲର ପର୍ଯ୍ୟଟକ ସହର ଗ୍ରୈମାଡୋରେ 10 ଯାତ୍ରୀଙ୍କୁ ନେଇକରିଯାଉଥିବା ଛୋଟ ବିମାନ ଦୋକାନରେ ମାଡ ହେବା ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ନାଗରିକ ଓ ପ୍ରତିରକ୍ଷା ଅଧିକାରୀମାନେ ସମସ୍ତ ଯାତ୍ରୀ ମୃତ୍ୟୁବରଣ କରିଥିବା ନେଇ ଆଶଙ୍କା କରୁଛନ୍ତି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ରିୟୋ ଗ୍ରାଣ୍ଡେ ଡୋ ସୁଲ ରାଜ୍ୟର ସାର୍ବଜନୀନ ସୁରକ୍ଷା କାର୍ଯ୍ୟାଳୟ ଅନୁସାରେ, ବିମାନ ପ୍ରଥମ ଏହି ବିଲ୍ଡିଂର ଚିମିନିରେ ଧକ୍କା ହେବା ପରେ ପୁଣି ଏକ ଘରର ଦ୍ୱିତୀୟ ମହଲାକୁ ଭାଙ୍ଗି ଏକ ଫର୍ଣ୍ଣିଚର ଦୋକାନରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।