Breaking News
- ସମ୍ବଲପୁର ବିକାଶ, ସନ୍ତୁଳିତ ବିକାଶ ଏବଂ ସୁଶାସନର ଏକ ଅଭିନ୍ନ ଅଙ୍ଗ - ମୁଖ୍ୟମନ୍ତ୍ରୀ
- ପୁରୀରେ ଭକ୍ତଙ୍କୁ ଶୋଷଣ କରୁଛି ଶ୍ରୀମନ୍ଦିର ପ୍ରଶାସନ : ଉମାବଲ୍ଲଭ ରଥ
- ଟାଟା ଷ୍ଟିଲ୍ କପିଳାସ ହାଫ୍ ମାରାଥନ୍-୨୦୨୬: ବନ୍ୟଜନ୍ତୁ ସୁରକ୍ଷା ପାଇଁ ଦୌଡ଼ିଲେ ୫,୫୦୦ରୁ ଅଧିକ ପ୍ରତିଯୋଗୀ
- ସମ୍ବଲପୁରରେ ପ୍ରାୟ ୯୪୮ କୋଟି ଟଙ୍କା ମୂଲ୍ୟର ୨୫ଟି ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଭିତିପ୍ରସ୍ତର ସ୍ଥାପନ କ...
- ଅନୁଗୁଳ ଜିଲ୍ଲା କଂଗ୍ରେସ : ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଉଚ୍ଛେଦ କଲେ ପରିଣାମ ଭୟାବହ ହେବ
ଆମେରିକାରେ 64ଜଣଙ୍କୁ ନେଇକରି ଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ
FMNEWS.IN
30-01-2025
ୱାଂଶିଟନ, 30 ଜାନୁଆରି - ଯୁକ୍ତରାଷ୍ଟ୍ର ଆମେରିକାରେ ବଡ ବିମାନ ଦୁର୍ଘଟଣଶ ଘଟିଛି । ଦ ୱାଲ ଷ୍ଟ୍ରିଟ ଜର୍ଣ୍ଣାଲର ଖବର ଅନୁସାରେ ରାଜଧାନୀର ଜେଟ ରିଗନ ଏୟାରପୋର୍ଟ ନିକଟରେ ବ୍ଲାକ ହକ୍ ସୈନ୍ୟ ହେଲିକପ୍ଟର ସହ ଯାତ୍ରୀବାହୀ ବିମାନ ଧକ୍କା ହୋଇଛି । 64ଲୋକଙ୍କୁ ନେଇକରି ଯାଉଥିବା ଆମେରିକାନ ଏୟାରଲାଇନ୍ସର ହି ଜେଟ ଦୁର୍ଘଟଣାଗ୍ରସ୍ତ ହୋଇ ପୋଟାମେକ ନଦୀ ଭିତରକୁ ଖସିପଡିଥିଲା । ଏଥିରେ 60 ଯାତ୍ରୀ ଓ ଚାଳକ ଦଳର 4ଜଣ ସଦସ୍ୟ ରହିଛି ।
ଦୁର୍ଘଟଣା ପରେ ଜେଟ୍ ରିଗନ ଏୟାରପୋର୍ଟକୁ ବନ୍ଦ କରିଦିଆଯାଇଛି । ସୈନ୍ୟ ହେଲିକପ୍ଟରରେ ତିନିଜଣ ଲୋକେ ଥିଲେ । ଏବେ ସୁଦ୍ଧା ମୃତାହତଙ୍କ ସୂଚନା ଜଣାପଡିନି । ତେବେ ସମସ୍ତ ୟାତ୍ରୀ ଏହି ଦୂର୍ଘଟଣାରେ ମୃତ୍ୟୁବରଣ କରିତିବା ଆଶଙ୍କା କରାଯାଊଛି।