- ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା
- ଅର୍ଥନୈତିକ ସର୍ଭେ ରିପୋର୍ଟ : ରାଜ୍ୟରେ ଉତ୍ପାଦନ କ୍ଷେତ୍ର ୮.୩ ପ୍ରତିଶତ ହାରରେ ବୃଦ୍ଧି ପାଇବ
- ଚଳିତ ଆର୍ଥିକ ବର୍ଷର ୧୦ ମାସ ପରେ ମଧ୍ୟ ଓଡ଼ିଶା ସରକାର ୫୦ ପ୍ରତିଶତରୁ ଅଧିକ ବଜେଟ ରାଶି ଖର୍ଚ୍ଚ କରିପାରିନାହାନ୍ତି : କ...
- ଶିଳ୍ପ ସଂସ୍ଥାଙ୍କ ଠାରୁ ଦେଢ଼ଲକ୍ଷ କୋଟି ଟଙ୍କା ସରକାର ଅସୁଲ କରୁନାହିଁ କାହିଁକି? : ଭକ୍ତ
- କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ ...
ନେପାଳ ଚୀନ ମଧ୍ୟରେ ପ୍ରସ୍ତାବିତ ରେଳଲାଇନ ଉପରେ ଆନ୍ଦୋଳନ ତୀବ୍ର
କାଠମାଣ୍ଡୁ 23 ଡିସେମ୍ବର-ନେପାଳ ଏବଂ ଚୀନ ମଧ୍ୟରେ ବେଲ୍ଟ ଏଣ୍ଡ ରୋଡ ଇନିସିଏଟିବ ନିୟୋଜନ ଚୁକ୍ତିନାମା ସ୍ୱାକ୍ଷର ହେବା ପରେ ଦୁଇ ଦେଶ ମଧ୍ୟରେ ରେଳଲାଇନ ନିର୍ମାଣକୁ ନେଇ ଆନ୍ଦୋଳନ ତୀବ୍ର ହୋଇଛି।ଏହି ଚୁକ୍ତିରେ ଚୀନର ସୀମା କରୁଙ୍ଗରୁ କାଠମାଣ୍ଡୁକୁ ସଂଯୋଗ କରିବା ପାଇଁ ରେଳଲାଇନ ନିର୍ମାଣ ପ୍ରକଳ୍ପକୁ ଅନ୍ତର୍ଭୁକ୍ତ କରାଯାଇଛି।ଉଭୟ ଦେଶର ବିଭିନ୍ନ ମନ୍ତ୍ରାଳୟ ସହ ଜଡିତ ଉଚ୍ଚସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ ହୋଇଥିବା ଆଲୋଚନାରେ ରେଲୱେ ପ୍ରକଳ୍ପର ପ୍ରୀ-ଫିଜିବିଲିଟୀ ଷ୍ଟଡି ସମୟରେ ସମ୍ମୁଖୀନ ହୋଇଥିବା ସମସ୍ୟା ଏବଂ ସମାଧାନର ଅନୁସନ୍ଧାନ କରାଯାଇଥିଲା।ନେପାଳ ପରିବହନ ମନ୍ତ୍ରାଳୟର ସଚିବ କେଶବ କୁମାର ଶର୍ମାଙ୍କ ନେତୃତ୍ୱରେ ଟିମ ଚୀନର ସଙ୍ଘାଇ ପହଁଞ୍ଚିଛି।ଶର୍ମାଙ୍କ ସହ ଏହି ଟିମରେ ପରିବହନ ବିଭାଗର ଯୁଗ୍ମ ସଚିବ ଭୀମାର୍ଜୁନ ଅଧିକାରୀ ,ବନ ଏବଂ ପର୍ଯ୍ୟାବରଣ ମନ୍ତ୍ରାଳୟ ,ଆଇନ ମନ୍ତ୍ରାଳୟ, ବିଦେଶ ମନ୍ତ୍ରାଳୟ,ଏବଂ ଅର୍ଥ ମନ୍ତ୍ରାଳୟର ଯୁଗ୍ମ ସଚିବ ଅନ୍ତର୍ଭୁକ୍ତ।
ଶଙ୍ଘାଇରେ ଶୁକ୍ରବାରରୁ ଆରମ୍ଭ ହୋଇଥିବା ବୈଠକ ରବିବାର ପର୍ଯ୍ୟନ୍ତ ଚାଲିଥିଲା।ଚୀନର ଟିମ କହିଛି ଯେ କାଠମାଣ୍ଡୁ-କେରୁଙ୍ଗ ରଲୱେ ନିର୍ମାଣ ଏକ ଚ୍ୟାଲେଞ୍ଜ ଅଟେ।ଏହି ବୈଠକରେ କାଠମାଣ୍ଡୁ କରୁଙ୍ଗ ରେଳପଥର ପ୍ରୀ ଫିଜୀବିଲିଟୀ ଅଧ୍ୟୟନରେ ଜଡିତ ଚାଇନା ରାଜ୍ୟର ରାଷ୍ଟ୍ରାୟତ୍ତ କମ୍ପାନୀଚାଇନା ରେଲୱେ ଫଷ୍ଟ ସର୍ଭେ ଏଣ୍ଡ ଡିଜାଇନ ଇନଷ୍ଟିଚ୍ୟୁଟର ଟେକ୍ନସିୟାନମାନେ ମଧ୍ୟ ବୈଠକରେ ଅଂଶଗ୍ରହଣ କରିଥିଲେ।