- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
ନେପାଳ ଚୀନ ମଧ୍ୟରେ ପ୍ରସ୍ତାବିତ ରେଳଲାଇନ ଉପରେ ଆନ୍ଦୋଳନ ତୀବ୍ର
କାଠମାଣ୍ଡୁ 23 ଡିସେମ୍ବର-ନେପାଳ ଏବଂ ଚୀନ ମଧ୍ୟରେ ବେଲ୍ଟ ଏଣ୍ଡ ରୋଡ ଇନିସିଏଟିବ ନିୟୋଜନ ଚୁକ୍ତିନାମା ସ୍ୱାକ୍ଷର ହେବା ପରେ ଦୁଇ ଦେଶ ମଧ୍ୟରେ ରେଳଲାଇନ ନିର୍ମାଣକୁ ନେଇ ଆନ୍ଦୋଳନ ତୀବ୍ର ହୋଇଛି।ଏହି ଚୁକ୍ତିରେ ଚୀନର ସୀମା କରୁଙ୍ଗରୁ କାଠମାଣ୍ଡୁକୁ ସଂଯୋଗ କରିବା ପାଇଁ ରେଳଲାଇନ ନିର୍ମାଣ ପ୍ରକଳ୍ପକୁ ଅନ୍ତର୍ଭୁକ୍ତ କରାଯାଇଛି।ଉଭୟ ଦେଶର ବିଭିନ୍ନ ମନ୍ତ୍ରାଳୟ ସହ ଜଡିତ ଉଚ୍ଚସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ ହୋଇଥିବା ଆଲୋଚନାରେ ରେଲୱେ ପ୍ରକଳ୍ପର ପ୍ରୀ-ଫିଜିବିଲିଟୀ ଷ୍ଟଡି ସମୟରେ ସମ୍ମୁଖୀନ ହୋଇଥିବା ସମସ୍ୟା ଏବଂ ସମାଧାନର ଅନୁସନ୍ଧାନ କରାଯାଇଥିଲା।ନେପାଳ ପରିବହନ ମନ୍ତ୍ରାଳୟର ସଚିବ କେଶବ କୁମାର ଶର୍ମାଙ୍କ ନେତୃତ୍ୱରେ ଟିମ ଚୀନର ସଙ୍ଘାଇ ପହଁଞ୍ଚିଛି।ଶର୍ମାଙ୍କ ସହ ଏହି ଟିମରେ ପରିବହନ ବିଭାଗର ଯୁଗ୍ମ ସଚିବ ଭୀମାର୍ଜୁନ ଅଧିକାରୀ ,ବନ ଏବଂ ପର୍ଯ୍ୟାବରଣ ମନ୍ତ୍ରାଳୟ ,ଆଇନ ମନ୍ତ୍ରାଳୟ, ବିଦେଶ ମନ୍ତ୍ରାଳୟ,ଏବଂ ଅର୍ଥ ମନ୍ତ୍ରାଳୟର ଯୁଗ୍ମ ସଚିବ ଅନ୍ତର୍ଭୁକ୍ତ।
ଶଙ୍ଘାଇରେ ଶୁକ୍ରବାରରୁ ଆରମ୍ଭ ହୋଇଥିବା ବୈଠକ ରବିବାର ପର୍ଯ୍ୟନ୍ତ ଚାଲିଥିଲା।ଚୀନର ଟିମ କହିଛି ଯେ କାଠମାଣ୍ଡୁ-କେରୁଙ୍ଗ ରଲୱେ ନିର୍ମାଣ ଏକ ଚ୍ୟାଲେଞ୍ଜ ଅଟେ।ଏହି ବୈଠକରେ କାଠମାଣ୍ଡୁ କରୁଙ୍ଗ ରେଳପଥର ପ୍ରୀ ଫିଜୀବିଲିଟୀ ଅଧ୍ୟୟନରେ ଜଡିତ ଚାଇନା ରାଜ୍ୟର ରାଷ୍ଟ୍ରାୟତ୍ତ କମ୍ପାନୀଚାଇନା ରେଲୱେ ଫଷ୍ଟ ସର୍ଭେ ଏଣ୍ଡ ଡିଜାଇନ ଇନଷ୍ଟିଚ୍ୟୁଟର ଟେକ୍ନସିୟାନମାନେ ମଧ୍ୟ ବୈଠକରେ ଅଂଶଗ୍ରହଣ କରିଥିଲେ।