Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଛତିଶଗଡର ବାଲୋଦରେ ସଡକ ଦୁର୍ଘଟଣା,ଛଅଜଣଙ୍କ ମୃତ୍ୟୁ,ସାତଜଣଙ୍କ ଅବସ୍ଥା ଗୁରୁତର
FMNEWS.IN
16-12-2024
ରାୟପୁର /ବାଲୋଦ16 ଡିସେମ୍ବର-ଛତିଶଗଡର ବାଲୋଦ ଜିଲ୍ଲାରେ ଅର୍ଦ୍ଧରାତ୍ରିରେ ବଡ ସଡକ ଦୁର୍ଘଟଣା ଘଟିଛି।ଦ୍ରୁତ ଗତିରେ ଆସୁଥିବା ଟ୍ରକ ଏବଂ କାର ଧକ୍କାରେ ଛଅଜଣଙ୍କ ମୃତ୍ୟୁ ଘଟିଛି।ଏମାନଙ୍କ ମଧ୍ୟରୁ ଜଣେ ଶିଶୁ ,ଚାରି ମହିଳା ଏବଂ ଜଣେ ପୁରୁଷ ଅନ୍ତର୍ଭୁକ୍ତ।ସାତଜଣ ଆହତ ହୋଇଛନ୍ତି।ତାଙ୍କ ଅବସ୍ଥା ଗୁରୁତର ରହିଛି।ଏହି ଦୁର୍ଘଟଣା ଡୋଣ୍ଡୀଥାନା ଅଞ୍ଚଳର ଚୋରହାପଡାବ ନିକଟରେ ଘଟିଛି।ଏହି ପରିପ୍ରେକ୍ଷୀରେ ଅତିରିକ୍ତ ପୋଲିସ ଅଧୀକ୍ଷକ ଅଶୋକ ଜୋଶୀ କହିଛନ୍ତି ଯେ କାରରେ ଯାତ୍ରା କରୁଥିବା ଲୋକମାନଙ୍କ ନାମକରଣ ସଂସ୍କାର(ଛଠୀ)କାର୍ଯ୍ୟକ୍ରମରେ ଯୋଗଦେବା ପରେ ରବିବାର ବିଳମ୍ବିତ ରାତିରେ ଡୋଣ୍ଡୀରୁ ଗୁରେଦାକୁ ଫେରୁଥିଲେ।ଏହି ସମୟରେ ଡୋଣ୍ଡୀ ଥାନା ଅଞ୍ଚଳର ଚୋରହାପଡାବ ଗ୍ରାମ ନିକଟରେ କାର (ସୀଜୀ04ଏଲଡୀ8049)ଦଲ୍ଲିରାଜହରା ରୁ ଭାନୁପ୍ରତାପପୁର ଅଭିମୁଖେ ଯାଉଥିବା ଦ୍ରୁତଗାମୀ ଟ୍ରକକୁ ଧକ୍କା ଦେଇଥିଲା।ପୋଲିସ ଫେରାର ଟ୍ରକ ଡ୍ରାଇଭରକୁ ଖୋଜୁଛି।