Breaking News
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
ଛତିଶଗଡର ବାଲୋଦରେ ସଡକ ଦୁର୍ଘଟଣା,ଛଅଜଣଙ୍କ ମୃତ୍ୟୁ,ସାତଜଣଙ୍କ ଅବସ୍ଥା ଗୁରୁତର
FMNEWS.IN
16-12-2024
ରାୟପୁର /ବାଲୋଦ16 ଡିସେମ୍ବର-ଛତିଶଗଡର ବାଲୋଦ ଜିଲ୍ଲାରେ ଅର୍ଦ୍ଧରାତ୍ରିରେ ବଡ ସଡକ ଦୁର୍ଘଟଣା ଘଟିଛି।ଦ୍ରୁତ ଗତିରେ ଆସୁଥିବା ଟ୍ରକ ଏବଂ କାର ଧକ୍କାରେ ଛଅଜଣଙ୍କ ମୃତ୍ୟୁ ଘଟିଛି।ଏମାନଙ୍କ ମଧ୍ୟରୁ ଜଣେ ଶିଶୁ ,ଚାରି ମହିଳା ଏବଂ ଜଣେ ପୁରୁଷ ଅନ୍ତର୍ଭୁକ୍ତ।ସାତଜଣ ଆହତ ହୋଇଛନ୍ତି।ତାଙ୍କ ଅବସ୍ଥା ଗୁରୁତର ରହିଛି।ଏହି ଦୁର୍ଘଟଣା ଡୋଣ୍ଡୀଥାନା ଅଞ୍ଚଳର ଚୋରହାପଡାବ ନିକଟରେ ଘଟିଛି।ଏହି ପରିପ୍ରେକ୍ଷୀରେ ଅତିରିକ୍ତ ପୋଲିସ ଅଧୀକ୍ଷକ ଅଶୋକ ଜୋଶୀ କହିଛନ୍ତି ଯେ କାରରେ ଯାତ୍ରା କରୁଥିବା ଲୋକମାନଙ୍କ ନାମକରଣ ସଂସ୍କାର(ଛଠୀ)କାର୍ଯ୍ୟକ୍ରମରେ ଯୋଗଦେବା ପରେ ରବିବାର ବିଳମ୍ବିତ ରାତିରେ ଡୋଣ୍ଡୀରୁ ଗୁରେଦାକୁ ଫେରୁଥିଲେ।ଏହି ସମୟରେ ଡୋଣ୍ଡୀ ଥାନା ଅଞ୍ଚଳର ଚୋରହାପଡାବ ଗ୍ରାମ ନିକଟରେ କାର (ସୀଜୀ04ଏଲଡୀ8049)ଦଲ୍ଲିରାଜହରା ରୁ ଭାନୁପ୍ରତାପପୁର ଅଭିମୁଖେ ଯାଉଥିବା ଦ୍ରୁତଗାମୀ ଟ୍ରକକୁ ଧକ୍କା ଦେଇଥିଲା।ପୋଲିସ ଫେରାର ଟ୍ରକ ଡ୍ରାଇଭରକୁ ଖୋଜୁଛି।