Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଆମେରିକାରେ 24 ଘଂଟାରେ ଦ୍ୱିତୀୟ ବିମାନ ଦୁର୍ଘଟଣା, ଫ୍ଲୋରିଡାରେ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ, 3 ମୃତ
FMNEWS.IN
12-04-2025
ୱାଂଶିଟନ, 12 ଏପ୍ରିଲ୍- ଆମେରିକାରେ 24 ଘଂଟା ମଧ୍ୟରେ ଦ୍ୱିତୀୟ ବିମାନ ଦୁର୍ଘଟଣା ଘଟିଛି । ନ୍ୟୁୟର୍କପରେ ଫ୍ଲୋରିଡାରେ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁ ଏଥିରେ ଥିବା ସମସ୍ତ 3ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ନ୍ୟୁୟର୍କରେ ବିମାନ ଦୁର୍ଘଟଣାରେ 6ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା । ଅଧିକାରୀଙ୍କ ସୂଚନା ମୁତାବକ ଏହି ଦୁର୍ଘଟଣା ଶୁକ୍ରବାର ସକାଳେ ଫ୍ଲୋରିଡାର ବୋକା ରେଟନରେ ହୋଇଥିଲା ।
ଅଧିକାରୀଙ୍କ ମୁତାବକ ବିମାନରେ କିଛି ଯାନ୍ତ୍ରିକ ସମସ୍ୟା ଥିଲା ଏବଂ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଆକାଶରୁ ଖସିବା ପରେ ଏକ କାରରେ ଧକ୍କା ହୋଇଥିଲା । ଏହାପରେ ନିଆଁ ଲାଗିଯାଇଥିଲା । ନିଆଁ କାରଣରୁ ଏହା ଗଛରେ ଧକ୍କା ହୋଇଥିଲା ।