Breaking News
- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
ଆମେରିକାରେ 24 ଘଂଟାରେ ଦ୍ୱିତୀୟ ବିମାନ ଦୁର୍ଘଟଣା, ଫ୍ଲୋରିଡାରେ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ, 3 ମୃତ
FMNEWS.IN
12-04-2025
ୱାଂଶିଟନ, 12 ଏପ୍ରିଲ୍- ଆମେରିକାରେ 24 ଘଂଟା ମଧ୍ୟରେ ଦ୍ୱିତୀୟ ବିମାନ ଦୁର୍ଘଟଣା ଘଟିଛି । ନ୍ୟୁୟର୍କପରେ ଫ୍ଲୋରିଡାରେ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁ ଏଥିରେ ଥିବା ସମସ୍ତ 3ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ନ୍ୟୁୟର୍କରେ ବିମାନ ଦୁର୍ଘଟଣାରେ 6ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା । ଅଧିକାରୀଙ୍କ ସୂଚନା ମୁତାବକ ଏହି ଦୁର୍ଘଟଣା ଶୁକ୍ରବାର ସକାଳେ ଫ୍ଲୋରିଡାର ବୋକା ରେଟନରେ ହୋଇଥିଲା ।
ଅଧିକାରୀଙ୍କ ମୁତାବକ ବିମାନରେ କିଛି ଯାନ୍ତ୍ରିକ ସମସ୍ୟା ଥିଲା ଏବଂ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଆକାଶରୁ ଖସିବା ପରେ ଏକ କାରରେ ଧକ୍କା ହୋଇଥିଲା । ଏହାପରେ ନିଆଁ ଲାଗିଯାଇଥିଲା । ନିଆଁ କାରଣରୁ ଏହା ଗଛରେ ଧକ୍କା ହୋଇଥିଲା ।