- ଏଫ୍ଏମ୍ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପ୍ରସଙ୍ଗ: ନ୍ୟାୟିକ ତଦନ୍ତ ଦାବିକଲା କଂଗ୍ରେସ
- ରାହୁଲ ଗାନ୍ଧିଙ୍କ ଗସ୍ତକୁ ନେଇ ଜିଲ୍ଲା ସ୍ତରୀୟ ସାମ୍ବାଦିକ ସମ୍ମିଳନୀ
- ରାହୁଲ ଗାନ୍ଧିଙ୍କ ଗସ୍ତକୁ ନେଇ ସାମାଜିକ ଗଣମାଧ୍ୟମ ବିଭାଗର ପ୍ରସ୍ତୁତି ବୈଠକ
- ଦ୍ୱିତୀୟଥର ମିନାକ୍ଷୀ ବାହିନିପତି ହେଲେ ଓଡ଼ିଶା ମହିଳା କଂଗ୍ରେସ ସଭାନେତ୍ରୀ
- ଶ୍ରମିକ ସଂଗଠନମାନଙ୍କ ବନ୍ଦ ଡାକରାକୁ କଂଗ୍ରେସର ପୂର୍ଣ୍ଣ ସମର୍ଥନ : ଭକ୍ତ ଚରଣ ଦାସ
ପାକିସ୍ତାନର ଲାହୋରରେ ସିରିଏଲ୍ ବିସ୍ଫୋରଣ, ଥରି ଊଠିଲା ସହର

(FM News):-- ଅପରେସନ୍ ସିନ୍ଦୁର ପରେ ପାକିସ୍ତାନର ଲାହୋରରେ ଆଜି ବିସ୍ଫୋରଣ ସମ୍ପର୍କିତ ଏକ ଖବର ସାମ୍ନାକୁ ଆସିଛି। ଲାହୋରରେ ଗୋଟିକ ପରେ ଗୋଟିଏ ବିସ୍ଫୋରଣ ହୋଇଛି। ଲାହୋର ପୁଲିସ୍ ଅନୁସାରେ, ଲାହୋରର ଓ୍ଵାଲଟନ୍ ରୋଡ୍ରେ ଜୋରଦାର ବିସ୍ଫୋରଣ ହୋଇଛି। ପ୍ରାୟ ୨ରୁ ୩ଟି ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣଗୁଡ଼ିକର ଶବ୍ଦ ଏତେ ଜୋରରେ ଥିଲା ଯେ ଲୋକମାନେ ଘରୁ ବାହାରକୁ ଦୌଡ଼ି ଆସିଥିଲେ।
ଏହି ବିସ୍ଫୋରଣଗୁଡ଼ିକ ଲାହୋରର ପୁରୁଣା ଏୟାରପୋର୍ଟ ନିକଟରେ ହୋଇଛି। ବିସ୍ଫୋରଣ ପରେ ଲାହୋର ଏୟାରପୋର୍ଟକୁ ବନ୍ଦ କରି ଦିଆଯାଇଛି। ବିସ୍ଫୋରଣର ପ୍ରତ୍ୟକ୍ଷଦର୍ଶୀ ଦାବି କରୁଛନ୍ତି ଯେ ଏହି ଆକ୍ରମଣ ମିସାଇଲ ଦ୍ୱାରା କରାଯାଇଛି। ଅପରେସନ୍ ସିନ୍ଦୁର ପରେ ଏହା ଦ୍ୱିତୀୟ ସବୁଠାରୁ ବଡ଼ ଆକ୍ରମଣ ବୋଲି ଗଣାଯାଉଛି। ହତାହତ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ, କିନ୍ତୁ ଚିତ୍ରରୁ ଜଣାପଡ଼ୁଛି ଯେ ବଡବଡ କୋଠାଘରଗୁଡିକରେ ବଡ଼ ଧରଣର କ୍ଷୟକ୍ଷତି ହୋଇଛି।
ଗତ 6,7 ତାରିଖ ମଧ୍ୟ ରାତ୍ରରେ ଭାରତୀୟ ସେନା ପାକିସ୍ତାନରେ ଥିବା ୯ଟି ଆତଙ୍କବାଦୀ ଅଡ୍ଡାକୁ ଧ୍ୱଂସ କରିଦେଇଥିଲା। ପାକିସ୍ତାନର ଇଣ୍ଟର ସର୍ଭିସ୍ ପବ୍ଲିକ୍ ରିଲେସନ୍ସ (ଆଇଏସ୍ପିଆର୍)ର ମୁଖ୍ୟ ଜେନେରାଲ୍ ଅହମଦ ଶରିଫ ଚୌଧୁରୀ କହିଛନ୍ତି ଯେ ଏହି ଆକ୍ରମଣରେ ଅତି କମରେ ୨୬ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୪୬ ଜଣ ଆହତ ହୋଇଛନ୍ତି। ଏହି ଆକ୍ରମଣଗୁଡ଼ିକ ପିଓକେ ଏବଂ ପଞ୍ଜାବ ପ୍ରଦେଶର ସେହି ଅଞ୍ଚଳରେ ହୋଇଥିଲା ଯେଉଁଠାରେ ଭାରତ ଅନୁସାରେ ଆତଙ୍କବାଦୀଙ୍କ ଅଡ୍ଡା ଥିଲା।
ଏହି ପରିସ୍ଥିତିକୁ ଦେଖି ପାକିସ୍ତାନରେ ରେଡ୍ ଆଲର୍ଟ ଜାରି କରାଯାଇଛି, ସମସ୍ତ ସରକାରୀ ହସ୍ପିଟାଲଗୁଡ଼ିକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି, ଦେଶର ହବାଇ ସୀମା ୨୪ରୁ ୩୬ ଘଣ୍ଟା ପାଇଁ ବନ୍ଦ କରାଯାଇଛି, ଇସ୍ଲାମାବାଦ ଏବଂ ପଞ୍ଜାବର ସମସ୍ତ ସ୍କୁଲ-କଲେଜ ବନ୍ଦ କରାଯାଇଛି ଏବଂ ସୁରକ୍ଷା ବାହିନୀକୁ ସତର୍କ କରାଯାଇଛି।