- ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା
- ଅର୍ଥନୈତିକ ସର୍ଭେ ରିପୋର୍ଟ : ରାଜ୍ୟରେ ଉତ୍ପାଦନ କ୍ଷେତ୍ର ୮.୩ ପ୍ରତିଶତ ହାରରେ ବୃଦ୍ଧି ପାଇବ
- ଚଳିତ ଆର୍ଥିକ ବର୍ଷର ୧୦ ମାସ ପରେ ମଧ୍ୟ ଓଡ଼ିଶା ସରକାର ୫୦ ପ୍ରତିଶତରୁ ଅଧିକ ବଜେଟ ରାଶି ଖର୍ଚ୍ଚ କରିପାରିନାହାନ୍ତି : କ...
- ଶିଳ୍ପ ସଂସ୍ଥାଙ୍କ ଠାରୁ ଦେଢ଼ଲକ୍ଷ କୋଟି ଟଙ୍କା ସରକାର ଅସୁଲ କରୁନାହିଁ କାହିଁକି? : ଭକ୍ତ
- କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ ...
ପାକିସ୍ତାନର ଲାହୋରରେ ସିରିଏଲ୍ ବିସ୍ଫୋରଣ, ଥରି ଊଠିଲା ସହର
(FM News):-- ଅପରେସନ୍ ସିନ୍ଦୁର ପରେ ପାକିସ୍ତାନର ଲାହୋରରେ ଆଜି ବିସ୍ଫୋରଣ ସମ୍ପର୍କିତ ଏକ ଖବର ସାମ୍ନାକୁ ଆସିଛି। ଲାହୋରରେ ଗୋଟିକ ପରେ ଗୋଟିଏ ବିସ୍ଫୋରଣ ହୋଇଛି। ଲାହୋର ପୁଲିସ୍ ଅନୁସାରେ, ଲାହୋରର ଓ୍ଵାଲଟନ୍ ରୋଡ୍ରେ ଜୋରଦାର ବିସ୍ଫୋରଣ ହୋଇଛି। ପ୍ରାୟ ୨ରୁ ୩ଟି ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣଗୁଡ଼ିକର ଶବ୍ଦ ଏତେ ଜୋରରେ ଥିଲା ଯେ ଲୋକମାନେ ଘରୁ ବାହାରକୁ ଦୌଡ଼ି ଆସିଥିଲେ।
ଏହି ବିସ୍ଫୋରଣଗୁଡ଼ିକ ଲାହୋରର ପୁରୁଣା ଏୟାରପୋର୍ଟ ନିକଟରେ ହୋଇଛି। ବିସ୍ଫୋରଣ ପରେ ଲାହୋର ଏୟାରପୋର୍ଟକୁ ବନ୍ଦ କରି ଦିଆଯାଇଛି। ବିସ୍ଫୋରଣର ପ୍ରତ୍ୟକ୍ଷଦର୍ଶୀ ଦାବି କରୁଛନ୍ତି ଯେ ଏହି ଆକ୍ରମଣ ମିସାଇଲ ଦ୍ୱାରା କରାଯାଇଛି। ଅପରେସନ୍ ସିନ୍ଦୁର ପରେ ଏହା ଦ୍ୱିତୀୟ ସବୁଠାରୁ ବଡ଼ ଆକ୍ରମଣ ବୋଲି ଗଣାଯାଉଛି। ହତାହତ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ, କିନ୍ତୁ ଚିତ୍ରରୁ ଜଣାପଡ଼ୁଛି ଯେ ବଡବଡ କୋଠାଘରଗୁଡିକରେ ବଡ଼ ଧରଣର କ୍ଷୟକ୍ଷତି ହୋଇଛି।
ଗତ 6,7 ତାରିଖ ମଧ୍ୟ ରାତ୍ରରେ ଭାରତୀୟ ସେନା ପାକିସ୍ତାନରେ ଥିବା ୯ଟି ଆତଙ୍କବାଦୀ ଅଡ୍ଡାକୁ ଧ୍ୱଂସ କରିଦେଇଥିଲା। ପାକିସ୍ତାନର ଇଣ୍ଟର ସର୍ଭିସ୍ ପବ୍ଲିକ୍ ରିଲେସନ୍ସ (ଆଇଏସ୍ପିଆର୍)ର ମୁଖ୍ୟ ଜେନେରାଲ୍ ଅହମଦ ଶରିଫ ଚୌଧୁରୀ କହିଛନ୍ତି ଯେ ଏହି ଆକ୍ରମଣରେ ଅତି କମରେ ୨୬ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୪୬ ଜଣ ଆହତ ହୋଇଛନ୍ତି। ଏହି ଆକ୍ରମଣଗୁଡ଼ିକ ପିଓକେ ଏବଂ ପଞ୍ଜାବ ପ୍ରଦେଶର ସେହି ଅଞ୍ଚଳରେ ହୋଇଥିଲା ଯେଉଁଠାରେ ଭାରତ ଅନୁସାରେ ଆତଙ୍କବାଦୀଙ୍କ ଅଡ୍ଡା ଥିଲା।
ଏହି ପରିସ୍ଥିତିକୁ ଦେଖି ପାକିସ୍ତାନରେ ରେଡ୍ ଆଲର୍ଟ ଜାରି କରାଯାଇଛି, ସମସ୍ତ ସରକାରୀ ହସ୍ପିଟାଲଗୁଡ଼ିକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି, ଦେଶର ହବାଇ ସୀମା ୨୪ରୁ ୩୬ ଘଣ୍ଟା ପାଇଁ ବନ୍ଦ କରାଯାଇଛି, ଇସ୍ଲାମାବାଦ ଏବଂ ପଞ୍ଜାବର ସମସ୍ତ ସ୍କୁଲ-କଲେଜ ବନ୍ଦ କରାଯାଇଛି ଏବଂ ସୁରକ୍ଷା ବାହିନୀକୁ ସତର୍କ କରାଯାଇଛି।