- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
ଇରାନର ବେଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣରେ ସୋରୋକା ହସ୍ପିଟାଲ,ଇସ୍ରାଏଲର ବୋମା ବିସ୍ଫୋରଣରେ ଅରାକ ଜଳ ରିଏକ୍ଟର କ୍ଷତିଗ୍ରସ୍ତ
ତେଲ ଅବୀବ (ଇସ୍ରାଏଲ,ତେହରାନ(ଇରାନ)-ଇରାନ ଏବଂ ଇସ୍ରାଏଲ ମଧ୍ୟରେ ସାମରିକ ସଙ୍ଘର୍ଷର ସପ୍ତମ ଦିନରେ ଉଭୟ ପାର୍ଶ୍ୱରେ ବ୍ୟାପକ କ୍ଷୟକ୍ଷତି ହୋଇଛି।ଇସ୍ରାଏଲ କହିଛି ଯେ ଇରାନ ଆଜି ଏହାର ଜନବସତି ଅଞ୍ଚଳ ଏବଂ ହସ୍ପିଟାଲ ଉପରେ ବାଲିଷ୍ଟିକ କ୍ଷେପଣାସ୍ତ୍ର ମାଡ କରିଛି।ଇରାନ କହିଛି ଯେ ଇସ୍ରାଏଲ ସକାଳେ ଏହାର ଅରାକ ଭାରି ଜଳ ରିଆକ୍ଟର ଉପରେ ବୋମା ପକାଇଥିଲେ।ଆମେରିକାର ସୀଏନଏନ ଚ୍ୟାନେଲର ରିପୋର୍ଟ ଅନୁସାରେ ଇସ୍ରାଏଲ ସାମରିକ ଅଧିକାରୀ କହିଛନ୍ତି ଯେ ଇରାନ ଆଜି ଦର୍ଜନେ ବେଲିଷ୍ଟିକ କ୍ଷେପଣାସ୍ତ୍ର ମାଡ କରିଛି।ଏହି କ୍ଷେପଣାସ୍ତ୍ରଗୁଡିକ ମଧ୍ୟରୁ ଅନେକ ବେସାମରିକ ଅଞ୍ଚଳରେ ପଡିଥିଲା।ଏହା ଦକ୍ଷିଣ ଇସ୍ରାଏଲର ପ୍ରମୁଖ ସୋରୋକା ହସ୍ପିଟାଲ ସମେତ ଅନେକ ଜନବସତି ଅଞ୍ଚଳକୁ ପ୍ରବଳ କ୍ଷତି ପହଁଞ୍ଚାଇଥିଲା।ଅଧିକାରୀ ଜଣକ କହିଛନ୍ତି ଯେ ଇସ୍ରାଏଲ ଡିଫେନ୍ସଫୋର୍ସେଜ ହୋମଫ୍ରଣ୍ଟ କମାଣ୍ଡ ସର୍ଚ୍ଚ ଏଣ୍ଡ ରେସ୍କ୍ୟୁ ଟିମକୁ ପ୍ରଭାବିତ ଅଞ୍ଚଳକୁ ପଠାଯାଇଛି।ଏହି ଅଧିକାରୀ କହିଛନ୍ତି ଯେ ଦକ୍ଷିଣୀ ଇସ୍ରାଏଲ ସହର ବେୟର -ସେବାରେ ଏକ ପ୍ରମୁଖ ହସ୍ପିଟାଲ ଇରାନୀ ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଛି।