Breaking News
- ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନ୍ତର୍ଗତ ଉପହାର ସାମଗ୍ରୀ ଯୋଗାଇବା ପାଇଁ ଉତ୍କଳିକାର ବୁଝାମଣାପତ୍ର ସ୍ୱାକ୍ଷରିତ
- ମିଳିଲା ବୋମା ମାଡ ଧମକ, ସମ୍ବଲପୁର କୋର୍ଟ ପରିସରରେ ଜୋରଦାର ଯାଞ୍ଚ
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ଭେଟିଲେ ଟିଏଫଏଲର ଏମଡି
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ନାଲକୋ ଅବସରପ୍ରାପ୍ତ କର୍ମଚାରୀ କଲ୍ୟାଣ ସଂଘ କର୍ମକର୍ତ୍ତାଙ୍କୁ ଭେଟିଲେ
- ଖୁବଶୀଘ୍ର ରାଜ୍ୟରେ ୪୫ ହଜାର ଶିକ୍ଷକ ପଦବୀ ପୂରଣ ହେବ - ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
8 ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା
FMNEWS.IN
13-01-2025
ନୂଆଦିଲ୍ଲୀ, 13 ଜାନୁଆରି:- ଶ୍ରୀଲଙ୍କା ନୌସେନା ତାର ଜଳକ୍ଷେତ୍ରରେ ମାଛ ଧରିବା ଅଭିଯୋଗରେ 8ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି । ଏହାସହିତ ମାଛଧରା ଦୁଇଟି ଡଙ୍ଗାକୁ ଶ୍ରୀଲଙ୍କା ନୌସେନା ଜବତ କରିଛି । ଶ୍ରୀଲଙ୍କା ନୌସେନା ପକ୍ଷରୁ ରବିବାର ଜାରି ଏକ ବିଜ୍ଞପ୍ତିରୁ ଏହି ସୂଚନା ମିଳିଛି ।
ବିଜ୍ଞପ୍ତିରେ କୁହାଯାଇଛି ଯେ, ଏହି ଗିରଫଦାରି ଶନିବାର ବିଳମ୍ବିତ ରାତିରେ ମନ୍ନାରର ଉତର ସାମୁଦ୍ରିକ ଅଂଚଳରେ ଆରମ୍ଭ ହୋଇଥିବା ଏହି ଅଭିଯାନ ସମୟରେ ହୋଇଛି । ଏହି ଗିରଫଦାରି ସହିତ ଚଳିତ ବର୍ଷ ଏବେ ସୁଦ୍ଧା 18 ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଛି ଏବଂ ତିନୋଟି ଡଙ୍ଗା ଜବତ ହୋଇଛି ।