Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
8 ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା
FMNEWS.IN
13-01-2025
ନୂଆଦିଲ୍ଲୀ, 13 ଜାନୁଆରି:- ଶ୍ରୀଲଙ୍କା ନୌସେନା ତାର ଜଳକ୍ଷେତ୍ରରେ ମାଛ ଧରିବା ଅଭିଯୋଗରେ 8ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି । ଏହାସହିତ ମାଛଧରା ଦୁଇଟି ଡଙ୍ଗାକୁ ଶ୍ରୀଲଙ୍କା ନୌସେନା ଜବତ କରିଛି । ଶ୍ରୀଲଙ୍କା ନୌସେନା ପକ୍ଷରୁ ରବିବାର ଜାରି ଏକ ବିଜ୍ଞପ୍ତିରୁ ଏହି ସୂଚନା ମିଳିଛି ।
ବିଜ୍ଞପ୍ତିରେ କୁହାଯାଇଛି ଯେ, ଏହି ଗିରଫଦାରି ଶନିବାର ବିଳମ୍ବିତ ରାତିରେ ମନ୍ନାରର ଉତର ସାମୁଦ୍ରିକ ଅଂଚଳରେ ଆରମ୍ଭ ହୋଇଥିବା ଏହି ଅଭିଯାନ ସମୟରେ ହୋଇଛି । ଏହି ଗିରଫଦାରି ସହିତ ଚଳିତ ବର୍ଷ ଏବେ ସୁଦ୍ଧା 18 ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଛି ଏବଂ ତିନୋଟି ଡଙ୍ଗା ଜବତ ହୋଇଛି ।