Breaking News
- ଅନୁଗୁଳ ପି.ଏମ୍ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଦ୍ବାରା ବିଭିନ୍ନ ପ୍ରକଳ୍ପ ଲୋକାର୍ପିତ
- ଉନ୍ନାଓ ପୀଡ଼ିତା ଅପରାଧୀଙ୍କୁ ବେଲ୍ ଆଦେଶ ପରେ ରାହୁଲ ଗାନ୍ଧୀ କହିଲେ ‘ଡେଡ୍ ସୋସାଇଟି ’
- ଅତିରିକ୍ତ ଜମାରାଶି ବୃଦ୍ଧିକୁ ପ୍ରତ୍ୟାହାର କରାଯାଉ : କଂଗ୍ରେସ
- ଚାନ୍ଦବାଲି ଦୁଷ୍କର୍ମ ଘଟଣାରେ ମନମୋହନ ରାଜ୍ୟବାସୀଙ୍କୁ କି ଆଶ୍ୱାସନା ଦେବେ ?
- ଭୋଟ ଚୋର ସରକାର ମହାତ୍ମାଙ୍କ ନାମ ପରିବର୍ତ୍ତନ କରିବାର ଦୁଃସାହସ କରିଛି : କଂଗ୍ରେସ
ଭାରତ ବିରୋଧରେ ଶ୍ରୀଲଙ୍କାର ଭୂମି ବ୍ୟବହୃତ ହେବନାହିଁ: ଦିସାନାୟକେ
FMNEWS.IN
17-12-2024
ନୂଆଦିଲ୍ଲୀ: ୧୫ ତାରିଖରୁ ତିନି ଦିନିଆ ଭାରତ ଗସ୍ତରେ ଆସିଥିବା ଶ୍ରୀଲଙ୍କାର ନୂତନ ରାଷ୍ଟ୍ରପତି ଅନୁରା କୁମାରା ଦିସାନାୟେକେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି। ଆଲୋଚନା ସମୟରେ, ଶ୍ରୀଲଙ୍କା ଭୂମି ଭାରତ ବିରୋଧରେ ବ୍ୟବହୃତ ହେବନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ନୂଆଦିଲ୍ଲୀ ଠାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଅନୁଷ୍ଠିତ ଯୁଗ୍ମ ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରପତି ଦିସାନାୟକେ କହିଛନ୍ତି, ଉଭୟ ଦେଶ ମଧ୍ୟରେ ଆଜି କେତେକ ଦ୍ବିପାକ୍ଷିକ ଚୁକ୍ତି ସମ୍ପର୍କରେ ଆଲୋଚନା ହୋଇଛି।
ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଶ୍ରୀଲଙ୍କା ରାଷ୍ଟ୍ରପତି ଆଲୋଚନା ସମୟରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି ଯେ ଶ୍ରୀଲଙ୍କାର ଭୂମି କୌଣସି ପରିସ୍ଥିତିରେ ଭାରତର ସ୍ବାର୍ଥ ବିରୋଧରେ ବ୍ୟବହୃତ ହେବନାହିଁ। ଭାରତ ସହ ସହଯୋଗର ଅଭିବୃଦ୍ଧି ଘଟିବ ଏବଂ ଭାରତ ସହ ସମ୍ପର୍କ ଏଭଳି ଜାରି ରହିବ। ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶ୍ରୀଲଙ୍କା ଆସିବାକୁ ନିମନ୍ତ୍ରଣ ଦେଇଛନ୍ତି।